ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ

ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍‌ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୋନିଦୀପାଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ଜଣ କାଉନସିଲରଙ୍କ ସମେତ ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖଭବନଠାରେ ରାଜ୍ୟ ସଭା ଏମ୍‌ପି ମାନସ ରଞ୍ଜନ ମଙ୍ଗରାଜ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଓ ଜଗତସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଏବଂ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ ହୋଇଥିବା ସମସ୍ତ ଭାଜପା ଓ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ବାଗତ କରାଯାଇଛି।
ଅବସରରେ ମୋନିଦୀପା ସର୍ଖେଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ତାଙ୍କୁ ଏବଂ ତାଙ୍କ ସହ ଆସି ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ସହପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମିଶ୍ରଣପର୍ବରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ, କାଉନସିଲର ଜୟନ୍ତୀ ମାଦେଳି, ସ୍ବପ୍ନାରାଣୀ ଜେନା, ବନିତା ରାଉତ, ଶୁକ୍ରମୁନି ନାଗ, ସୌଦାମିନୀ ସାହୁ, ରୁନିବାଳା ପରିଡ଼ା, କମ୍ବଲା ଜଗନ୍ନାଥ ରାଓ, ଯୁବନେତା ମିଟୁ ସ୍ବାଇଁଙ୍କ ସହ ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
ଜଗତ୍‌ସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଶ୍ରମିକସଂଘ ସଭାପତି ଅରିନ୍ଦମ ସର୍ଖେଲ (ବାପି)ଙ୍କ ସ୍ତ୍ରୀ ହେଉଛନ୍ତି ମୋନିଦୀପା।
ତେବେ ବାପିଙ୍କ ସ୍ତ୍ରୀ ବିଜେଡିରେ ମିଶିବା ଦ୍ୱାରା ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିଥିବାରୁ ଗୋଳମାଳିଆ ପରସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷେ ବାପି ଏପର୍ଯ୍ୟନ୍ତ କଂଗ୍ରେସରୁ ଇସ୍ତଫା ଦେଇନାହାନ୍ତି କିମ୍ବା ଦଳ ତାଙ୍କୁ ବହିଷ୍କାର କରିନାହିଁ। ଏଭଳିସ୍ଥିତିରେ କଂଗ୍ରେସର ରାଜ୍ୟ ଯୁବ ସଭାପତି ନିରଞ୍ଜନ ନାୟକ ପାରାଦୀପ ନିର୍ବାଚନମଣ୍ଡଳୀର କିଛି ସ୍ଥାନରେ ବୁଲି ଏଥର କଂଗ୍ରେସ ଆସୁଛି ବୋଲି ହୋର୍ଡିଂ ଲଗାଇଛନ୍ତି। ଏନେଇ ପାରାଦୀପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।
ନିର୍ବାଚନମଣ୍ଡଳୀ ପାଇଁ ବାପି ସର୍ଖେଲ ୨୦୧୪ ଓ ୨୦୧୯ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କିନ୍ତୁ ଦ୍ୱିତୀୟ ସର୍ବାଧିକ ଭୋଟ ୪୪ ଓ ୪୮ ହଜାର ପାଇଥିଲେ। ଗତ ୨୦୨୦ ପରଠାରୁ ସେ ଆଉ କଂଗ୍ରେସ ଦଳର ଚିହ୍ନ ବ୍ୟବହାର କରୁ ନ ଥିଲେ। ଗତ ୩ ବର୍ଷ ହେଲା ସେ ବିଜେଡି କିମ୍ବା ଭାଜପାରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ରବିବାର ସର୍ଖେଲଙ୍କ ସ୍ତ୍ରୀ ଦଳରେ ମିଶିବା ଫଳରେ ଚଳିତ ନିର୍ବାଚନ ପାଇଁ ଦଳରେ ଏକାଧିକ ଆଶାୟୀ ସୃଷ୍ଟି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବର୍ତ୍ତମାନ ବିଧାୟକ ସମ୍ବିତ ରାଉତରାୟ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ସମ୍ପାଦକ ପ୍ରମୋଦ କିଶୋର ଜେନା, ଶ୍ରମିକନେତା ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଏହାମଧ୍ୟରେ ଦେବାଶିଷଙ୍କୁ ରାଜ୍ୟ ସଭା ସଦସ୍ୟ ଭାବେ ଦିଲ୍ଲୀ ପଠାଇ ଦିଆଯାଇଛି। ପ୍ରମୋଦଙ୍କୁ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ)ଅଧ୍ୟକ୍ଷ କରାଯାଇଛି। ଶ୍ରମିକନେତା ସନ୍ତୋଷଙ୍କ ଚର୍ଚ୍ଚା କମ୍‌ ରହୁଥିଲା ବେଳେ କେବଳ ବସନ୍ତ ଓ ସମ୍ବିତ ଦୌଡ଼ରେ ଥିଲେ। ଏବେ ମୋନିଦୀପା ସାମିଲ ହେବା ପରେ ପୁଣି କିଛି ରୋଚକ ଘଟଣା ଘଟିପାରେ ବୋଲି କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri