‘ଗଣପର୍ବରେ ପରିଣତ ହୋଇଛି ବାଙ୍କୀ ମହୋତ୍ସବ’

ବାଙ୍କୀ, ୧୨।୧୦ (ସ୍ବ.ପ୍ର): ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି। ଏହି ଅଞ୍ଚଳର ମହାପୁରୁଷମାନଙ୍କ ସ୍ମୃତିରେ ପୂଜ୍ୟପୂଜାର ଆୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏହି ମହୋତ୍ସବ ଆମର ସଂସ୍କୃତି ଓ ଐତିହ୍ୟ ଧାରାକୁ ଅଧିକ ଗତିଶୀଳ କରିବା ସହ ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଚେତନାର ବିକାଶରେ ସହାୟକ ହେବ। ଏ ମାଟିର ପ୍ରଥିତଯଶା ନୀଳମଣି ବିଦ୍ୟାରତ୍ନ, ରାଣୀ ଶୁକଦେଈ, ପଣ୍ଡିତ ଗୋବିନ୍ଦ ରଥ, ରାୟବାହାଦୁର ବିଦ୍ୟାଧର ପଣ୍ଡା, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ପ୍ରମୁଖ ବାଙ୍କୀର ଗୌରବ ବୃଦ୍ଧି କରିଛନ୍ତି ବୋଲି ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ବାଙ୍କୀ ମହୋତ୍ସବର ତୃତୀୟ ସା ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ପୂର୍ବତନ ଏମ୍‌ପି ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଏ ମାଟିର ଯୋଗ୍ୟ ସନ୍ତାନମାନଙ୍କର ଜୀବନ ଦର୍ଶନ ଯୁବପିଢିମାନଙ୍କ ସମ୍ମୁଖରେ ତୋଳି ଧରିବା ସହିତ ସ୍ଥାନୀୟ ଅଞ୍ଚଳ ବିକାଶ ଦିଗରେ ବାଙ୍କୀ ମହୋତ୍ସବ ଆୟୋଜନ ମୁଖ୍ୟ ଭୂମିକା ଗ୍ରହଣ କରିବ। ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଡମପଡ଼ା ବିଡିଓ ଶ୍ୟାମଳ କୁମାର ରାୟ, ଜିଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସାଂସ୍କୃତିକ ଐତିହ୍ୟର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ବାଙ୍କୀ ମହୋତ୍ସବ ଆରମ୍ଭ ହୋଇଛି। ଉଚ୍ଚକୋଟିର ସାଂସ୍କୃତିକ ବାତାବରଣ ମଧ୍ୟରେ ନୃତ୍ୟ, ସଂଗୀତ ମୁଖରିତ ଉତ୍ସବଟି କଳାରେ ରୁଚି ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ। ଏହା କେବଳ ଏକ ଉତ୍ସବ ନୁହେଁ, ସାଂସ୍କୃତିକ ଭାବ ବିନିମୟର ଗୋଟେ ପ୍ରକୃଷ୍ଠ ମଞ୍ଚ। ମହୋତ୍ସବ ଉପସଭାପତି ଅନନ୍ତ ଦାସ ସାରଗର୍ଭକ ଉଦ୍‌ବୋଧନ ଦେଇଥିଲେ। ଜୟକୃଷ୍ଣ ରଥଙ୍କ ଲିଖିତ ଆଧ୍ୟାତ୍ମିକ ରାମାୟଣ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଉପ ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥଙ୍କୁ ‘ବାଙ୍କୀ ମହୋତ୍ସବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ପର୍ଶୁରାମପୁର, କେନ୍ଦୁପଲ୍ଲୀ, ସାତଖଣ୍ଡ, ପାଣିକୋରଡ, ନୂଆଗାଁର ଭାଗବତ ଦଳକୁ ସମ୍ବର୍ଦ୍ଧିତ କରଯାଇଥିଲା। ମହୋତ୍ସବ ସମ୍ପାଦକ ଡଃ. ଗଣେଶ୍ୱର ସ୍ବାଇଁ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମହୋତ୍ସବ ଉପସଭାପତି ସନାତନ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri