ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ ସମ୍ପୃକ୍ତ ଥିବା ଜଣାପଡିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତ ଗଁାର ଶିକ୍ଷିତ ବ୍ୟବସାୟୀ ସୌମ୍ୟରଞ୍ଜନ ଜେନା(୨୫)। ତାଙ୍କ ନିକଟରୁ ପୋଲିସ ଗୋଟିଏ ଅସଲି ବନ୍ଧୁକ, ୯ଟି ଗୁଳି, ଗୋଟିଏ ଏୟାର ଗନ୍‌,୧୦ ଲକ୍ଷ ଟଙ୍କା, ଲୁଟ୍‌ ସମୟରେ ବ୍ୟବହାର କରିଥିବା ସ୍କୁଟି, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍‌ ଓ ବ୍ଲାକ୍‌ ଶାର୍ଟକୁ ଜବତ କରିଛି। ପଚରାଉଚରା ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଲକ୍‌ଡାଉନ ପାଇଁ ବ୍ୟବସାୟରେ କ୍ଷତି ଓ ଋଣ ବୋଝ ସୌମ୍ୟଙ୍କୁ ଲୁଟେରା ସଜାଇ ଦେଇଛି। ଅଭିଯୁକ୍ତ ଜଣକ ବ୍ୟାଙ୍କ ଋଣ ଶୁଝିବା ପାଇଁ ଏପରି ଲୁଟ୍‌ କରିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ଖବରଦାତା ସମ୍ମଳନୀରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସୌମ୍ୟ ଧରାପଡ଼ିବା ପରେ ପୋଲିସ ତାଙ୍କୁ ଲୁଟ୍‌ କରିଥିବା ଦୁଇଟି ବ୍ୟାଙ୍କ୍‌କୁ ନେଇ କ୍ରାଇମ୍‌ ସିନ୍‌ ରି-କ୍ରିଏଶନ୍‌ କରିଥିଲା। ସେଠାରେ ସେ କିଭଳି ଲୁଟ କରିଥିଲେ ତାହାର ଲାଇଭ୍‌ ଦୃଶ୍ୟ ପୋଲିସକୁ ଦେଖାଇଥିଲେ। ତେବେ ତାଙ୍କୁ ପଚରାଉଚରାବେଳେ ପୋଲିସ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସୌମ୍ୟ ଯୁକ୍ତ ୨ବାଣିଜ୍ୟ ପାସ୍‌ କରିବା ପରେ ବ୍ୟବସାୟ କରିବାକୁ ସ୍ଥିର କରିଥିଲେ। କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ ଓ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୧୯ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଲକ୍‌ଡାଉନ୍‌ ପୂର୍ବରୁ ସେ ଟାଙ୍ଗୀବନ୍ତ ଗଁାରେ ଜେନା ନିଉ ଷ୍ଟାଇଲ୍‌ ନାମକ ଏକ ପୋଷାକ ଓ ଜୋତା ଦୋକାନ ଖୋଲିଥିଲେ। ଆରମ୍ଭରୁ ମାସକୁ ୯ରୁ ୧୦ ଲକ୍ଷର ବ୍ୟବସାୟ ହେଉଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିବାରୁ ତାଙ୍କ ଉପରେ ଋଣ ବୋଝ ମାଡ଼ି ପଡିଥିଲା। ତାହାକୁ ଶୁଝିବା ପାଇଁ ଦୀର୍ଘଦିନ ଧରି ମାନସିକ ଚିନ୍ତାରେ ରହିବା ପରେ ଶେଷରେ ଲୁଟ୍‌ କରିବାକୁ ବାଛି ନେଇଥିଲେ। କୌଣସି ଲୁଟେରା ଗ୍ୟାଙ୍ଗ୍‌ କିମ୍ବା ଅପରାଧୀଙ୍କ ସହ ହାତ ନ ମିଳାଇ ୟୁଟ୍ୟୁବ୍‌ ଭିଡିଓରୁ ଲୁଟ୍‌ କରିବାର କଳା ଶିଖି ଓ୍ବାନ୍‌ ମ୍ୟାନ୍‌ ଲୁଟେରା ପାଲଟିଯାଇଥିଲେ। ପାଖରେ ଅର୍ଥ ନ ଥିବାରୁ ଚୋରା ବନ୍ଧୁକ କିଣିପାରି ନ ଥିଲେ। ତେଣୁ ସେ ଏକ ଦୋକାନରୁ ଏୟାରଗନ (ଖେଳଣା ବନ୍ଧୁକ) କିଣି ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ଋଣ ଆଣିଥିବା ଦୁଇଟି ବ୍ୟାଙ୍କ୍‌ରେ ପୂର୍ବରୁ କାରବାର ଥିବାରୁ କର୍ମଚାରୀଙ୍କ ଉପସ୍ଥିତି ଓ ଭୌଗୋଳିକ ସ୍ଥିତି ବିଷୟରେ ଭଲଭାବେ ଅବଗତ ଥିବାରୁ ତେଣୁ ଲୁଟ୍‌ ପାଇଁ ପୂରା ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ଏକ ନମ୍ବର ବିହୀନ ସ୍କୁଟି ଯୋଗାଡ଼ କରିଥିଲେ। ପ୍ରଥମେ ସେ ସେପ୍ଟେମ୍ବର ୭ରେ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଉକ୍ତ ସ୍କୁଟିରେ ସେଠାରେ ପହଞ୍ଚତ୍ଥିଲେ। ସୁଯୋଗ ଦେଖି ଅପରାହ୍ନ ୩ଟା ୩୦ରେ ହେଲମେଟ ପିନ୍ଧି ଓ କାନ୍ଧରେ ବ୍ୟାଗ୍‌ ପକାଇ ବ୍ୟାଙ୍କ୍‌ ଭିତରକୁ ପଶି ଖେଳଣା ବନ୍ଧୁକ ଦେଖାଇ ୨ଲକ୍ଷ ୮୦ ହଜର ଟଙ୍କା ଲୁଟିନେଇଥିଲେ। ଏଥିରେ ସଫଳ ହେବା ପରେ ସୌମ୍ୟ ଦ୍ୱିତୀୟ ଲୁଟ୍‌ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ କରିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଏଥିଲାଗି ସେ ଲୁଟ୍‌ ଟଙ୍କାରୁ ୭୧ ହଜାରରେ ଏକ ଅସଲି ବନ୍ଧୁକ କିଣିଥିଲେ। ଏହାପରେ ପୂର୍ବଭଳି କଳା ଶାର୍ଟ, ଗ୍ଲୋବ୍‌ସ୍‌ ଓ ହେଲମେଟ୍‌ ପିନ୍ଧିବା ସହ ଗୋଟିଏ ହାତରେ ଅସଲି ଓ ଅନ୍ୟ ହାତରେ ନକଲି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏଥିରୁ ସେ ୬ଲକ୍ଷ ଟଙ୍କାର ଋଣ ଶୁଝିଥିଲେ।
ତେବେ ଏହି ଘଟଣା ପରେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ସୌମ୍ୟ ଜଣେ ପେଷାଦାର ଲୁଟେରା ହୋଇ ନ ଥିବାରୁ ତାଙ୍କ ନାମରେ କୌଣସି ଥାନାରେ ମାମଲା ନ ଥିବାରୁ ପୋଲିସ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ତେବେ ପୋଲିସ ଉଭୟ ବ୍ୟାଙ୍କ୍‌ର ସିସିଟିଭି ଫୁଟେଜକୁ ଯାଞ୍ଚ କରିବାବେଳେ ଦୁଇ ଘଟଣାରେ ଜଣେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଉଭୟ ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ଗ୍ରାହକଙ୍କ ତାଲିକା ଯାଞ୍ଚ କରିବାରୁ ସୌମ୍ୟ ଲକ୍‌ଡାଉନ୍‌ ପୂର୍ବରୁ ଲୋନ୍‌ ନେଇ ଲୁଟ୍‌ ପରେ ଶୁଝିଥିବା ଜଣାପଡିଥିଲା। ପୋଲିସ ସୌମ୍ୟଙ୍କ ଗାଁକୁ ଯାଇ ପୋଲିସ ତାଙ୍କର ଆର୍ଥିକ ସ୍ଥିତିକୁ ପରଖିବା ପରେ ସନ୍ଦେହ ବଢ଼ିଥିଲା। ପୋଲିସ ସେଠାରେ ଉକ୍ତ ସ୍କୁଟିକୁ ଦେଖିବା ପରେ ସେ ହିଁ ଦୁଇ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ତାଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ସୌମ୍ୟ ସବୁ ସତ କଥା କହିଥିଲେ। ତେବେ ତାଙ୍କ ପରିବାର ଲୋକେ ତଦନ୍ତରେ ସହଯୋଗ କରିଥିବା ସିପି କହିଛନ୍ତି। ସୌମ୍ୟ ଜଣେ ଭଲ ପିଲା ବୋଲି ଗାଁ ଲୋକେ ଜାଣିଥିଲେ। ଏବେ ବ୍ୟାଙ୍କ୍‌ ଲୁଟ୍‌ରେ ସମ୍ପୃକ୍ତ ଥିବା ଶୁଣିବା ପରେ ଚକିତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri