ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ ସମ୍ପୃକ୍ତ ଥିବା ଜଣାପଡିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତ ଗଁାର ଶିକ୍ଷିତ ବ୍ୟବସାୟୀ ସୌମ୍ୟରଞ୍ଜନ ଜେନା(୨୫)। ତାଙ୍କ ନିକଟରୁ ପୋଲିସ ଗୋଟିଏ ଅସଲି ବନ୍ଧୁକ, ୯ଟି ଗୁଳି, ଗୋଟିଏ ଏୟାର ଗନ୍‌,୧୦ ଲକ୍ଷ ଟଙ୍କା, ଲୁଟ୍‌ ସମୟରେ ବ୍ୟବହାର କରିଥିବା ସ୍କୁଟି, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍‌ ଓ ବ୍ଲାକ୍‌ ଶାର୍ଟକୁ ଜବତ କରିଛି। ପଚରାଉଚରା ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଲକ୍‌ଡାଉନ ପାଇଁ ବ୍ୟବସାୟରେ କ୍ଷତି ଓ ଋଣ ବୋଝ ସୌମ୍ୟଙ୍କୁ ଲୁଟେରା ସଜାଇ ଦେଇଛି। ଅଭିଯୁକ୍ତ ଜଣକ ବ୍ୟାଙ୍କ ଋଣ ଶୁଝିବା ପାଇଁ ଏପରି ଲୁଟ୍‌ କରିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ଖବରଦାତା ସମ୍ମଳନୀରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସୌମ୍ୟ ଧରାପଡ଼ିବା ପରେ ପୋଲିସ ତାଙ୍କୁ ଲୁଟ୍‌ କରିଥିବା ଦୁଇଟି ବ୍ୟାଙ୍କ୍‌କୁ ନେଇ କ୍ରାଇମ୍‌ ସିନ୍‌ ରି-କ୍ରିଏଶନ୍‌ କରିଥିଲା। ସେଠାରେ ସେ କିଭଳି ଲୁଟ କରିଥିଲେ ତାହାର ଲାଇଭ୍‌ ଦୃଶ୍ୟ ପୋଲିସକୁ ଦେଖାଇଥିଲେ। ତେବେ ତାଙ୍କୁ ପଚରାଉଚରାବେଳେ ପୋଲିସ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସୌମ୍ୟ ଯୁକ୍ତ ୨ବାଣିଜ୍ୟ ପାସ୍‌ କରିବା ପରେ ବ୍ୟବସାୟ କରିବାକୁ ସ୍ଥିର କରିଥିଲେ। କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ ଓ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୧୯ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଲକ୍‌ଡାଉନ୍‌ ପୂର୍ବରୁ ସେ ଟାଙ୍ଗୀବନ୍ତ ଗଁାରେ ଜେନା ନିଉ ଷ୍ଟାଇଲ୍‌ ନାମକ ଏକ ପୋଷାକ ଓ ଜୋତା ଦୋକାନ ଖୋଲିଥିଲେ। ଆରମ୍ଭରୁ ମାସକୁ ୯ରୁ ୧୦ ଲକ୍ଷର ବ୍ୟବସାୟ ହେଉଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିବାରୁ ତାଙ୍କ ଉପରେ ଋଣ ବୋଝ ମାଡ଼ି ପଡିଥିଲା। ତାହାକୁ ଶୁଝିବା ପାଇଁ ଦୀର୍ଘଦିନ ଧରି ମାନସିକ ଚିନ୍ତାରେ ରହିବା ପରେ ଶେଷରେ ଲୁଟ୍‌ କରିବାକୁ ବାଛି ନେଇଥିଲେ। କୌଣସି ଲୁଟେରା ଗ୍ୟାଙ୍ଗ୍‌ କିମ୍ବା ଅପରାଧୀଙ୍କ ସହ ହାତ ନ ମିଳାଇ ୟୁଟ୍ୟୁବ୍‌ ଭିଡିଓରୁ ଲୁଟ୍‌ କରିବାର କଳା ଶିଖି ଓ୍ବାନ୍‌ ମ୍ୟାନ୍‌ ଲୁଟେରା ପାଲଟିଯାଇଥିଲେ। ପାଖରେ ଅର୍ଥ ନ ଥିବାରୁ ଚୋରା ବନ୍ଧୁକ କିଣିପାରି ନ ଥିଲେ। ତେଣୁ ସେ ଏକ ଦୋକାନରୁ ଏୟାରଗନ (ଖେଳଣା ବନ୍ଧୁକ) କିଣି ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ଋଣ ଆଣିଥିବା ଦୁଇଟି ବ୍ୟାଙ୍କ୍‌ରେ ପୂର୍ବରୁ କାରବାର ଥିବାରୁ କର୍ମଚାରୀଙ୍କ ଉପସ୍ଥିତି ଓ ଭୌଗୋଳିକ ସ୍ଥିତି ବିଷୟରେ ଭଲଭାବେ ଅବଗତ ଥିବାରୁ ତେଣୁ ଲୁଟ୍‌ ପାଇଁ ପୂରା ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ଏକ ନମ୍ବର ବିହୀନ ସ୍କୁଟି ଯୋଗାଡ଼ କରିଥିଲେ। ପ୍ରଥମେ ସେ ସେପ୍ଟେମ୍ବର ୭ରେ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଉକ୍ତ ସ୍କୁଟିରେ ସେଠାରେ ପହଞ୍ଚତ୍ଥିଲେ। ସୁଯୋଗ ଦେଖି ଅପରାହ୍ନ ୩ଟା ୩୦ରେ ହେଲମେଟ ପିନ୍ଧି ଓ କାନ୍ଧରେ ବ୍ୟାଗ୍‌ ପକାଇ ବ୍ୟାଙ୍କ୍‌ ଭିତରକୁ ପଶି ଖେଳଣା ବନ୍ଧୁକ ଦେଖାଇ ୨ଲକ୍ଷ ୮୦ ହଜର ଟଙ୍କା ଲୁଟିନେଇଥିଲେ। ଏଥିରେ ସଫଳ ହେବା ପରେ ସୌମ୍ୟ ଦ୍ୱିତୀୟ ଲୁଟ୍‌ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ କରିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଏଥିଲାଗି ସେ ଲୁଟ୍‌ ଟଙ୍କାରୁ ୭୧ ହଜାରରେ ଏକ ଅସଲି ବନ୍ଧୁକ କିଣିଥିଲେ। ଏହାପରେ ପୂର୍ବଭଳି କଳା ଶାର୍ଟ, ଗ୍ଲୋବ୍‌ସ୍‌ ଓ ହେଲମେଟ୍‌ ପିନ୍ଧିବା ସହ ଗୋଟିଏ ହାତରେ ଅସଲି ଓ ଅନ୍ୟ ହାତରେ ନକଲି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏଥିରୁ ସେ ୬ଲକ୍ଷ ଟଙ୍କାର ଋଣ ଶୁଝିଥିଲେ।
ତେବେ ଏହି ଘଟଣା ପରେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ସୌମ୍ୟ ଜଣେ ପେଷାଦାର ଲୁଟେରା ହୋଇ ନ ଥିବାରୁ ତାଙ୍କ ନାମରେ କୌଣସି ଥାନାରେ ମାମଲା ନ ଥିବାରୁ ପୋଲିସ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ତେବେ ପୋଲିସ ଉଭୟ ବ୍ୟାଙ୍କ୍‌ର ସିସିଟିଭି ଫୁଟେଜକୁ ଯାଞ୍ଚ କରିବାବେଳେ ଦୁଇ ଘଟଣାରେ ଜଣେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଉଭୟ ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ଗ୍ରାହକଙ୍କ ତାଲିକା ଯାଞ୍ଚ କରିବାରୁ ସୌମ୍ୟ ଲକ୍‌ଡାଉନ୍‌ ପୂର୍ବରୁ ଲୋନ୍‌ ନେଇ ଲୁଟ୍‌ ପରେ ଶୁଝିଥିବା ଜଣାପଡିଥିଲା। ପୋଲିସ ସୌମ୍ୟଙ୍କ ଗାଁକୁ ଯାଇ ପୋଲିସ ତାଙ୍କର ଆର୍ଥିକ ସ୍ଥିତିକୁ ପରଖିବା ପରେ ସନ୍ଦେହ ବଢ଼ିଥିଲା। ପୋଲିସ ସେଠାରେ ଉକ୍ତ ସ୍କୁଟିକୁ ଦେଖିବା ପରେ ସେ ହିଁ ଦୁଇ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ତାଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ସୌମ୍ୟ ସବୁ ସତ କଥା କହିଥିଲେ। ତେବେ ତାଙ୍କ ପରିବାର ଲୋକେ ତଦନ୍ତରେ ସହଯୋଗ କରିଥିବା ସିପି କହିଛନ୍ତି। ସୌମ୍ୟ ଜଣେ ଭଲ ପିଲା ବୋଲି ଗାଁ ଲୋକେ ଜାଣିଥିଲେ। ଏବେ ବ୍ୟାଙ୍କ୍‌ ଲୁଟ୍‌ରେ ସମ୍ପୃକ୍ତ ଥିବା ଶୁଣିବା ପରେ ଚକିତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri