ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍‌: ବନ୍ଧୁକ ଦେଖାଇ ନେଇଗଲେ ୧୦ ଲକ୍ଷ

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜଧାନୀରେ ପୁଣି ମାତିଛନ୍ତି ଦୁର୍ବୃତ୍ତ। ସୋମବାର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବରିମୁଣ୍ଡିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।