୩ ଦିନ ପାଇଁ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ

ଖଣ୍ଡପଡ଼ା୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସେହି ବ୍ୟାଙ୍କ୍‌ ଶାଖାକୁ ୩ ଦିନ ପାଇଁ ବନ୍ଦ କରାଯାଇଛି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଉକ୍ତ ବ୍ୟାଙ୍କ ବନ୍ଦ ରହିବ। ଉକ୍ତ ଶାଖାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଭିସାର ପଣ୍ଡା କହିଛନ୍ତି ।