ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ କର୍ମଚାରୀ ମୃତ

କେନ୍ଦୁଝର,୨୦।୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା-ବାମୋରୀ ରାସ୍ତାରେ ଶନିବାର ପୂର୍ବାହ୍ନରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦନ କୁମାର ସାହୁ (୨୮) । ତାଙ୍କ ଘର ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ଗ୍ରାମରେ।
ଚନ୍ଦନ ଝୁମ୍ପୁରାରେ ରହି ବ୍ୟାଙ୍କ୍‌ ଅଫ୍‌ ବରଦା, ମଲଦା ଶାଖାକୁ ଯିବା ଆସିବା କରୁଥିଲେ। ସବୁଦିନ ଭଳି ବାଇକରେ ଯାଉଥିଲେ। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଷୋଷଣା କରିଥିଲେ। ପୋଲିିସ ମୃତଦେହ ଜବତକରି ତଦନ୍ତ କରୁଛି।