Posted inଖେଳ

ବାଂଲାଦେଶ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଚଟୋଗ୍ରାମ,୬।୨(ଏପି): ମେହିଦୀ ହାସନ ମିରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି। ପ୍ରଥମ ଇନିଂସରେ ୧୦୩ ରନର ଶତକୀୟ ଇନିଂସ ଖେଳିବା ପରେ ମିରାଜ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଛନ୍ତି। ଟସ୍‌ ଜିତି ବାଂଲାଦେଶ ପ୍ରଥମ ଇନିଂସରେ ୧୫୦.୨ ଓଭରରେ ୪୩୦ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୯୬.୧ ଓଭରରେ ୨୫୯ ରନ କରି ଅଲ୍‌ଆଉଟ ହୋଇ ବୃହତ୍‌ ୧୭୧ ରନ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨୦ ଓଭରରେ ୩ ଉଇକେଟ ହରାଇ ୪୭ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ବାଂଲାଦେଶ ୭ ଉଇକେଟ ହାତରେ ରଖି ୨୧୮ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ୍‌ ଅପସାରଣ ବେଳକୁ ଅଧିନାୟକ ମୋମିନୁଲ ହକ୍‌ ୩୧ ଓ ମୁସ୍‌ଫିକର ରହିମ ୧୦ ରନ କରି ଅପରାଜିତ ରହିଛନ୍ତି। ମାତ୍ର ୩୩ ରନ୍‌ରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲେ ମଧ୍ୟ ବାଂଲାଦେଶ ସୁବିଧାଜନକ ସ୍ଥିତିରେ ରହିଛି। ଓପନର ତାମିମ ଇକ୍‌ବାଲ ଓ ନାଜମୁଲ ହୋସେନ ସାଣ୍ଟୋ ଖାତା ଖୋଲିବା ପୂର୍ବରୁ ଅଫ୍‌ ସ୍ପିନର ରାହକିମ୍‌ କର୍ନଓ୍ବାଲଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାମିମ ଏଲ୍‌ବିଡବ୍ଲ୍ୟୁ ହୋଇଥିବା ବେଳେ ସାଣ୍ଟୋ ସ୍ଲିପ୍‌ରେ ଜେର୍ମାଇନ୍‌ ବ୍ଲାକଉଡ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶଦମନ ଇସ୍‌ଲାମ ୫ ରନ କରିଥିବା ବେଳେ ଉଇକେଟକିପର ଜସୁଆ ଡା’ ସିଲଭାଙ୍କୁ କ୍ୟାଚ୍‌ ଦେଇ ଶାନନ ଗାବ୍ରିଏଲ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। କର୍ନଓ୍ବାଲ ୨ ଓ ଗାବ୍ରିଏଲ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଓଭରନାଇଟ୍‌ ପ୍ରଥମ ଇନିଂସ ସ୍କୋର ୭୫/୨ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ଅଲ୍‌ଆଉଟ ହୋଇଥିଲା। ଅପରାଜିତ ସ୍କୋର ୪୯ରୁ ଖେଳ ଆରମ୍ଭ କରି ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ୭୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୧୭ ରନରୁ ଖେଳ ଆରମ୍ଭ କରି ଏନ୍‌କ୍ରୁମା ବୋନର ଅଧିନ ରନ୍‌ ସଂଗ୍ରହ କରି ନ ପାରି ସମାନ ସ୍କୋରରେ ଆଉଟ ହୋଇଥିଲେ। ଏହାପରେ କାଏଲ ମେୟେର୍ସ ୪୦, ବ୍ଲାକ୍‌ଉଡ୍‌ ୬୮, ଜୋଶୁଆ ଡା’ ସିଲ୍‌ଭା ୪୨ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ କର୍ନଓ୍ବାଲ ୨, ଜୋମେଲ ଓ୍ବାରିକାନ ୪ ରନ ସଂଗ୍ରହ କରିଥିବା ବେଳେ କେବର ରୋଚ ଖାତା ଖୋଲିପାରି ନ ଥିଲେ। ଗାବ୍ରିଏଲ ବିନା ସ୍କୋରରେ ଅପରାଜିତ ରହିଥିଲେ। ମାତ୍ର ୬ ରନ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ତା’ର ଅନ୍ତିମ ୫ ଉଇକେଟ ହରାଇଥିଲା। ବୋଲିଂରେ ବାଂଲାଦେଶ ତରଫରୁ ମିରାଜ ସର୍ବାଧିକ ୪, ମୁସ୍ତାଫିଜୁର ରହମାନ, ତାଇଜୁଲ ଇସ୍‌ଲାମ ଓ ନୟିମ ହାସନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୧୫୦.୨ ଓଭରରେ ୪୩୦ ଅଲଆଉଟ୍‌
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୯୬.୧ ଓଭରରେ ୨୫୯ ଆଲଆଉଟ୍‌
(ବ୍ରାଥଓ୍ବେଟ- ୭୬, ବ୍ଲାକ୍‌ଉଡ- ୬୮, ଡା ସିଲଭା- ୪୨, ମେୟେର୍ସ- ୪୦, ମିରାଜ- ୪/୫୮, ମୁସ୍ତାଫିଜୁର- ୨/୪୬, ତାଇଜୁଲ-୨/ ୮୪, ନୟିମ- ୨/୫୪)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୨୦ ଓଭରରେ ୪୭/୩
(ମୋମିନୁଲ- ୩୧*, ମୁସ୍‌ଫିକର- ୧୦*, କର୍ନଓ୍ବାଲ- ୨/୨୮, ଗାବ୍ରିଏଲ- ୧/୧୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri