ବାଂଲାଦେଶୀ ଟିକା ବିଜ୍ଞାନୀ

ରମନ ମାଗସେସେ ପୁରସ୍କାର ଏସିଆ ମହାଦେଶର ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ। ୧୯୫୭ରେ ପ୍ରତିଷ୍ଠିତ ଏହି ସମ୍ମାନକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଇଥାଏ। ଏହି ମହାଦେଶର ଦାରିଦ୍ର୍ୟ ଦୂରୀକରଣ ଓ ସମାଜର ବିକାଶ ଦିଗରେ ଅସାଧାରଣ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଉଲ୍ଲେଖଯୋଗ୍ୟ ଯେ, ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗସେସେଙ୍କ ସ୍ମୃତିରେ ପ୍ରଦାନ କରାଯାଇ ଆସୁଥିବା ଏହି ସମ୍ମାନର ଅଧିକାରୀ ସର୍ବଦା ଏକ ଛାପ ପରପିଢ଼ି ପାଇଁ ଛାଡ଼ି ଯାଇଥାଆନ୍ତି। ୨୦୨୧ ଲାଗି ବାଂଲାଦେଶର ବୈଜ୍ଞାନିକ ଡାକ୍ତର ଫିରଦୌସି କାଦ୍ରି, ପାକିସ୍ତାନର ମାଇକ୍ରୋଫାଇନାନ୍ସର ଅଗ୍ରଦୂତ ମୁହାମ୍ମଦ ଅମଜଦ ସାକିବ୍‌, ଫିଲିପାଇନ୍ସର ମତ୍ସ୍ୟ ଓ ପରିବେଶବିତ୍‌ ରେବେର୍ଟୋ ବାଲୋନ୍‌, ମାନବୀୟ କାର୍ଯ୍ୟ ପାଇଁ ଆମେରିକୀୟ ନାଗରିକ ଷ୍ଟିଭେନ୍‌ ମୁନ୍‌ସି ଏବଂ ଅନୁସନ୍ଧାନମୂଳକ ସାମ୍ବାଦିକତା ସକାଶେ ଇଣ୍ଡୋନେସିଆନ୍‌ ଓ୍ବାଚଡକ୍‌କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି। ଫିଲିପାଇନ୍ସ ରାଜଧାନୀ ମାନିଲାଠାରେ ନଭେମ୍ବର ୨୮ରେ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ବାଂଲାଦେଶରେ ଗରିବ ଓ ଅସହାୟଙ୍କ ସ୍ବାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିବା ଡାକ୍ତର ଫିରଦୌସି ହଇଜା ଓ ଆନ୍ତ୍ରିକଜ୍ୱର (ଟାଇଫଏଡ୍‌) ନିମନ୍ତେ କମ୍‌ ମୂଲ୍ୟରେ ଟିକା ପ୍ରସ୍ତୁତ କରି ନିଜ ଦେଶ ସହ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ମଙ୍ଗଳ ଆଣିପାରିଛନ୍ତି।
ଫିରଦୌସି ୩୧ ମାର୍ଚ୍ଚ ୧୯୫୧ରେ ବାଂଲାଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ବାଂଲାଦେଶ ବିଶ୍ୱବିଦ୍ୟାଳୟରୁ ୧୯୭୫ରେ ବାୟୋକେମିଷ୍ଟ୍ରି ଓ ମଲିକ୍ୟୁଲାର ବାୟୋଲଜିରେ ସ୍ନାତକ ଓ ୧୯୭୭ରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୦ରେ ବ୍ରିଟେନ୍‌ର ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟରୁ ବାୟୋକେମିଷ୍ଟ୍ରି/ୟୁମ୍ୟୁନୋଲଜିରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ରାଜଧାନୀ ଢାକାସ୍ଥିତ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଡାଏରୋଏଲ୍‌ ଡିଜିଜ୍‌ ରିସର୍ଚ୍ଚ, ବାଂଲାଦେଶ (ଆଇସିଡିଡିଆର୍‌,ବି)ରୁ ପୋଷ୍ଟଡକ୍ଟରାଲ କରିବା ପରେ ସେ ୧୯୮୮ରେ ସେହିଠାରେ ଆସୋସିଏଟ୍‌ ସାଇଣ୍ଟିଷ୍ଟ ଭାବେ ଯୋଗଦେଇଥିଲେ। ବର୍ତ୍ତମାନ ସେ ‘ଆଇସିଡିଡିଆର୍‌,ବି’ ର ସେଣ୍ଟର ଫର୍‌ ଭାକ୍ସିନରେ ସିନିୟର ସାଇଣ୍ଟିଷ୍ଟ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଦୀର୍ଘବର୍ଷ ଧରି ହଇଜା, ଆନ୍ତ୍ରିକଜ୍ୱର, ରୋଟାଭାଇରସ୍‌ ଭଳି ରୋଗ ଲାଗି ଟିକା ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱ ହନ୍ତସନ୍ତ ହେଉଛି। ଏପରି କି ଭାରତ ସମେତ ବହୁ ରାଷ୍ଟ୍ରରେ ଅନେକ ଲୋକ ଟିକା ପାଇପାରି ନାହାନ୍ତି। ଏଭଳିସ୍ଥଳେ ଅନୁମାନଯୋଗ୍ୟ ଯେ, ଡାକ୍ତର ଫିରଦୌସିଙ୍କୁ ବିକଶିତ କରିଥିବା ଟିକାଗୁଡ଼ିକ ଲାଗି କେତେ ମାତ୍ରାରେ ଗବେଷଣା କରିବାକୁ ପଡ଼ିଥିବ। ହଇଜା ଟିକା ‘ଡୁକୋରାଲ’ କିଣିବା ଗରିବଙ୍କ ପାଇଁ ବ୍ୟୟସାପେକ୍ଷ ହୋଇଥିବାରୁ ଡାକ୍ତର ଫିରଦୌସି ଶସ୍ତାରେ ସମାନ ପ୍ରଭାବ ପକାଇପାରୁଥିବା ‘ଶାନ୍‌ଚୋଲ୍‌ ଭାକ୍ସିନ୍‌’ ଉଦ୍ଭାବନ କରି ତାହାକୁ ଢାକାର ବସ୍ତି ଅଞ୍ଚଳରେ ବାସ କରୁଥିବା ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ କ୍ଷେତ୍ରରେ ପ୍ରୟୋଗ କରିଥିଲେ। ତାହାର ପ୍ରଭାବ ସକାରାତ୍ମକ ହେବା ପରେ ରୋହିଙ୍ଗିଆ ଶରଣାର୍ଥୀଙ୍କ ସମେତ ବାଂଲାଦେଶର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ କରାଯାଇପାରିଥିଲା। ପରବର୍ତ୍ତୀ ସମୟରେ ହଇଜା ଓ ଆନ୍ତ୍ରିକଜ୍ୱର ସଂକ୍ରାନ୍ତ ତାଙ୍କ ଉଦ୍ଭାବିତ ଟିକା ଏସିଆ ଓ ଆଫ୍ରିକା ମହାଦେଶରେ ଗ୍ରହଣୀୟ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଓ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଅସହାୟଙ୍କ ନିକଟରେ ତାଙ୍କ ଗବେଷଣାଲବ୍ଧ ଟିକା ପହଞ୍ଚତ୍ ଅସଂଖ୍ୟ ଲୋକଙ୍କ ଜୀବନ ରକ୍ଷା କରିପାରିଥିବାରୁ ଡାକ୍ତର ଫିରଦୌସି ଖୁସି ବ୍ୟକ୍ତ କରିଥାଆନ୍ତି। ଆଉ ପାଦେ ଆଗେଇ ଯାଇ ସେ ୨୦୧୪ରେ ଇମ୍ୟୁନୋଲଜି ଓ ମଲିକ୍ୟୁଲାର ବାୟୋଲଜିଭିତ୍ତିକ ଗବେଷଣା ଲାଗି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭଲପିଂ ସାଇନ୍ସ ଆଣ୍ଡ୍‌ ହେଲ୍‌ଥ ଇନିସିଏଟିଭ୍‌ (ଇଡେସି) ପ୍ରତିଷ୍ଠା କରିଥିଲେ। ବାଂଲାଦେଶରେ ଦେଖା ଦେଉଥିବା ଜନସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ଦିଗରେ ତାଙ୍କ ସଂସ୍ଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଛି। ଏଥିସହିତ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟଭିତ୍ତିକ ଆଲୋଚନାରେ ଇଡେସି ଭାଗ ନେଇ ବହୁ ନୂଆ ଡାକ୍ତରୀ ମତ ଦେବାରେ ସକ୍ଷମ ହୋଇଛି।
ଫିରଦୌସି କହନ୍ତି, ବାଂଲାଦେଶରେ ଜଣେ ମହିଳା ଗବେଷଣା କରି ବୈଜ୍ଞାନିକ ହେବା ଅତ୍ୟନ୍ତ କଷ୍ଟକର। ପରିବାରର ସହଯୋଗ ତାଙ୍କୁ ଏଭଳି ସ୍ଥାନରେ ଆଣି ପହଞ୍ଚାଇଛି। ବାସ୍ତବରେ ଡାକ୍ତର ଫିରଦୌସି ଯୁବ ଗବେଷକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri