Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ହତ୍ୟା ଧମକ

ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ ହେବା ପାଇଁ କୋଲକାତା ଆସିଥିଲେ ଏବଂ ଏହି କାରଣରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି। ମୋହସିନ ତାଲୁକତାର ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଲାଇଭ ଭିଡିଓ ସମୟରେ ଶାକିବଙ୍କୁ ହତ୍ୟା ଧମକ ଦେଇଥିଲେ। ବାଂଲାଦେଶର ସିଲହେଟ ସହରର ମୋହସିନ ତାଲୁକଦାର କହିଥିଲେ ଯେ ଶାକିବଙ୍କ କାର୍ଯ୍ୟକଳାପ ମୁସଲମାନମାନଙ୍କୁ ଅପମାନିତ କରିଛି। ମୋହସିନ କହିଛନ୍ତି ଯେ ଯଦି ଶାକିବଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ଢାକା ଆସିବାକୁ ପଡିବ ତେବେ ସେ ଆସିବେ। ଏହା ପରେ ଶାକିବ ଅଲ-ହାସନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କ୍ଷମା ମାଗିଛନ୍ତି।
ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଶାକିବ କହିଛନ୍ତି ଯେ ଯଦି ମୁଁ ତୁମର ଭାବନାକୁ ଆଘାତ ଦେଇଛି ତେବେ ଜଣେ ଗର୍ବିତ ମୁସଲମାନ ଭାବରେ ମୁଁ ତୁମ ସମସ୍ତଙ୍କୁ କ୍ଷମା ମାଗୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପୂଜା କାର୍ଯ୍ୟକ୍ରମର ଉଦଘାଟନ କରି ନ ଥିଲେ, କେବଳ ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଥିବାବେଳେ ଧର୍ମ ବିଷୟରେ କୌଣସି ଆଲୋଚନା କରାଯାଇ ନଥିଲା। ମୋର ବିଶ୍ୱାସ ଯେ ଇସଲାମ ଶାନ୍ତିର ଧର୍ମ ଅଟେ। ମୁଁ ସର୍ବଦା ଇସଲାମର ପ୍ରତ୍ୟେକ ପ୍ରଥା ଅନୁସରଣ କରିବାକୁ ଚେଷ୍ଟା କରେ। ହଁ, ଆମେ ଭୁଲ କରିଥାଉ, କିନ୍ତୁ ମୁଁ ଜଣେ ଭଲ ମୁସଲମାନ ହେବା ପାଇଁ ଶିଖିବାକୁ ଚେଷ୍ଟା କରେ। ମୁଁ କେବଳ କହିବାକୁ ଚାହେଁ ଯେପର୍ଯ୍ୟନ୍ତ ଆମେ ଏକଜୁଟ ରହିଲେ ହିଁ ଆମେ ଶକ୍ତିଶାଳୀ ହୋଇପାରିବା। ଆମେ ମୁସଲମାନମାନେ ସର୍ବଦା ଏକ ହୋଇ ରହିବୁ ବୋଲି ଶାକିବ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୨ରେ କୋଲକାତାରେ ଏକ କାର୍ଯ୍ୟକ୍ରମ ସମୟରେ ଶାକିବ କହିଥିଲେ ଯେ, କୋଲକାତା ମୋ ଘର ପରି, ମୁଁ ଏଠାକୁ ଆସିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହେଁ ନାହିଁ। ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ ଯେ ଉଭୟ ପକ୍ଷର ସମ୍ପର୍କ ସବୁଦିନ ପାଇଁ ମଜଭୁତ ରହୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନ ଜଣାଇ ଝିଅର ବାହାଘର କରାଇଲେ ପତ୍ନୀ, କୋର୍ଟ ଦେଲେ ଛାଡପତ୍ର ଅନୁମତି

ଚେନ୍ନାଇ,୨୩।୫: ପତ୍ନୀ ଯଦି ସ୍ୱାମୀଙ୍କୁ ନଜଣାଇ କିମ୍ୱା ତାଙ୍କ ଅଗୋଚରରେ ଝିଅର ବିବାହ କରାଇ ଦିଅନ୍ତି, ତେବେ ତାହାକୁ ସ୍ୱାମୀଙ୍କ ପ୍ରତି ‘ମାନସିକ ନିର୍ଯାତନା’ ବୋଲି ଧରାଯିବ…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

‘ଜନସାଧାରଣଙ୍କ ରୋଜଗାରକୁ କିସ୍ତିରେ ଲୁଟୁଛନ୍ତି ସରକାର’, ଭାଜପାକୁ କଡ଼ା ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୩।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିରନ୍ତର ବୃଦ୍ଧିକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ମାତ୍ର ଆଠ ଦିନ ମଧ୍ୟରେ ତୃତୀୟ ଥର ପାଇଁ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ବଢ଼ୁଛି ଆନ୍ଧ୍ର-ଓଡ଼ିଶା ବିବାଦ: କୋଟିଆରେ ଦୁଇ ରାଜ୍ୟର ଚେକ୍‌ପୋଷ୍ଟ ପୋଲିସ ମୁତୟନ କଲା ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗି,୨୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଯାଉଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଉପରସେମ୍ବି ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ପକ୍ଷରୁ ଚେକ୍‌ପୋଷ୍ଟ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ମିଳିଲା ସୁରକ୍ଷା: ଜାଣନ୍ତୁ କିଏ ଉଠାଇବ ଖର୍ଚ୍ଚ

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝାଲମୁଢି ପରିବେଷଣ କରିଥିବା ବିକ୍ରେତାଙ୍କୁ ଏବେ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ଜଣାପଡ଼ିଛି। ତାଙ୍କୁ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଜଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri