Posted inଖେଳ

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଗୋଟିଏ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୬ ଓଭରରେ ୯ ଉଇକେଟ୍‌ ହରାଇ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଲିଟନ ଦାସ ସର୍ବାଧିକ ୪୧, ମେହିଦି ହାସନ ୩୮ ଏବଂ ସାକିବ ଉଲ ହାସନ ୨୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩, ଓ୍ବାଶିଂଟନ ସୁନ୍ଦର ୨ ଏବଂ କୂଳଦୀପ ସେନ୍‌ ୨ଟି ଉଇକେଟ ନେଇଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍‌ ହୋଇଥିଲା। କେଏଲ ରାହୁଲ ସର୍ବାଧିକ ୭୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଏକ ସମୟରେ ଟିମ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍ଥିତିରେ ଥିଲା। ବାଂଲାଦେଶ ନଅ ଉଇକେଟ ହରାଇ ୧୩୬ ରନ୍‌ କରିଥିଲା। ଏହି ସମୟରେ ଲାଗୁଥିବଲା ଭାରତ ସହଜରେ ମ୍ୟାଚ୍‌ ଜିତିଯିବ। କିନ୍ତୁ ଭାରତୀୟ ଦଳ ପଡ଼ିଆରେ ବଡ ଭୁଲ କରି ମ୍ୟାଚକୁ ହାତରୁ ଖସିଯିବାକୁ ଦେଇଥିଲା। କେ.ଏଲ ରାହୁଲ ବାଂଲାଦେଶର ବିଜୟର ହିରୋ ମେହିଦି ହାସନ ମିରାଜଙ୍କ ଏକ ସରଳ କ୍ୟାଚ ଛାଡିଥିଲେ। ଏହାର ଫାଇଦା ଉଠାଇ ମିରାଜ ଏବଂ ମୁସ୍ତାଫିଜୁର ରହମାନ ଶେଷ ଉଇକେଟ ପାଇଁ ଅପରାଜିତ ୫୧ ରନ ଭାଗିଦାରୀ ବାଣ୍ଟିଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ। ମିରାଜ ନିଜ ଦଳକୁ ଏକୁଟିଆ ଜିତାଇଥିଲେ। ସେ ୩୯ ବଲରୁ ୨୮ ରନରେ ଅପରାଜିତ ରହିଥିଲେ। ଏଥି ସହିତ ମୁସ୍ତାଫିଜୁର ନଅ ରନ ସ୍କୋର କରି ଅପରାଜିତ ରହିଥିଲେ। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri