ମୁଣ୍ଡ ପିଛା ଜିଡିପିରେ ଭାରତକୁ ଟିପିବ ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏମ୍‌ଏଫ୍‌ର ଓ୍ବାର୍ଲଡ ଇକୋନୋମିକ ଆଉଟ୍‌ଲୁକ ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୨୦୨୦ରେ ୪% ବୃଦ୍ଧି ଘଟି ୧୮୮୮ ଡଲାର ରହିବ। ସେହିଭଳି ଭାରତର ମୁଣ୍ଡ ପିଛା ଜିଡିପି ୧୦.୫% ହ୍ରାସ ଘଟି ୧୮୭୭ ଡଲାରକୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ରିପୋର୍ଟରେ କୁହାଯାଇଛି। ସଦ୍ୟତମ ସ୍ଥିତିକୁ ନେଇ ଜିଡିପିରେ ଏଭଳି ଆକଳନ କରାଯାଇଛି। ଏହି ଆକଳନ ମୁତାବକ ଭାରତ ଦକ୍ଷିଣ ଏସିଆର ତୃତୀୟ ସବୁଠାରୁ ଗରିବ ଦେଶ ବୋଲି କୁହାଯାଇଛି। ଭାରତ ବାଦ୍‌ ପାକିସ୍ତାନ ଏବଂ ତୃତୀୟ ମୁଣ୍ଡପିଛା ଜିଡିପି ନିମ୍ନରେ ରହିଛନ୍ତି। ଏଭଳି ସ୍ଥିତିରେ ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା, ମାଳଦ୍ୱୀପର ମୁଣ୍ଡ ପିଛା ଜିଡିପି ଭାରତଠାରୁ ବହୁ ଉନ୍ନତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମହାମାରୀ ଭାରତୀୟ ଅର୍ଥବ୍ୟବସ୍ଥାକୁ ଗଭୀର ଝଟକା ଦେଇଛି। ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଶ୍ରୀଲଙ୍କାରେ ମଧ୍ୟ ମୁଣ୍ଡ ପିଛା ଜିଡିପି ୪% ହ୍ରାସ ହେବ ବୋଲି ଜଣାପଡିଛି। ଚଳିତ ବର୍ଷ ନେପାଳ ଏବଂ ଭୁଟାନ ଅର୍ଥ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ନେଇ ଆକଳନ କରାଯାଇଛି। ଏହି ସମୟରେ ଭାରତର ମୁଣ୍ଡ ପିଛା ଜିଡିପିରେ ଉନ୍ନତି ଆସିବା ସହ ବାଲାଂଦେଶଠାରୁ ସାମାନ୍ୟ ବଢିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୧ରେ ଭାରତର ମୁଣ୍ଡ ପିଛା ଜିଡିପି ୮.୨% ବଢିବ ବୋଲି କୁହାଯାଇଛି। ଏହି ସମୟରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୫.୪% ବଢିବ। ଫଳରେ ଭାରତର ମୁଣ୍ଡ ପିଛା ଜିଡିପି ୨୦୩୦ ଡଲାରକୁ ବଢିବାକୁ ଥିବା ବେଳେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧୯୯୦ ଡଲାର ରହିବା ନେଇ ଆକଳନରେ କୁହାଯାଇଛି।
ଗତ ୫ ବର୍ଷ ତଳେ ଭାରତର ମୁଣ୍ଡ ପିଛା ଜିଡିପି ବାଂଲାଦେଶଠାରୁ ପ୍ରାୟ ୪୦% ଊର୍ଦ୍ଧ୍ୱରେ ରହିଥିଲା। ଏହା ପରଠାରୁ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ଚକ୍ରବୃଦ୍ଧି ହାର ୯.୧%ରେ ବଢ଼ିଥିଲା। ଏହି ସମୟରେ ଭାରତ ୩.୨% ହାରରେ ଅଭିବୃଦ୍ଧି କରିଛି। ବାଂଲାଦେଶରେ ରପ୍ତାନି ତ୍ୱରାନ୍ବିତ ହୋଇଥିବା ବେଳେ ଲୋକଙ୍କର ନିବେଶ ଏବଂ ଜମା ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ଭାରତ ରପ୍ତାନି କ୍ଷେତ୍ରରେ ଏତେଟା ଉନ୍ନତି କରିପାରିନାହିଁ। ସେହିଭଳି ଭାରତରେ ଜମା ଏବଂ ନିବେଶ ହାର ମଧ୍ୟ ଲଗାତର ଖସୁଛି। ଆଇଏମ୍‌ଏଫ୍‌ ଡାଟା ମୁତାବକ, ୧୯୯୧ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ଗତ ୪୦ ବର୍ଷ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଆୟ ୮ ଥର ଖସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri