Posted inଖେଳ

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦଳର ଉପଅଧିନାୟକ କରାଯାଇଛି। ଗତ ସପ୍ତାହରେ ଜିମ୍ବାଓ୍ବେ ବିପକ୍ଷ ୫ମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇଥିଲେ। ପୂର୍ବରୁ ଏହି ୨୯ ବର୍ଷୀୟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ସେ ୪ଟି ଗେମ୍‌ ଖେଳି ୪.୫୬ ଇକୋନୋମି ରେଟ୍‌ରେ ୮ ଉଇକେଟ ଦଖଲ କରିଥିଲେ।

ନଜମୁଲ ହୋସେନ ଶାନ୍ତୋଙ୍କୁ ୧୫ଜଣିଆ ବାଂଲାଦେଶ ଦଳର ଅଧିନାୟକ ମନୋନୀତ କରାଯାଇଛି। ଦଳରେ ବହୁ ଅଭିଜ୍ଞ ଖେଳାଳିଙ୍କୁ ନିଆଯାଇଛି। ବର୍ତ୍ତମାନ ଖରାପ ଫର୍ମରେ ରହିଥିଲେ ସୁଦ୍ଧା ଓପନର ଲିଟନ ଦାସଙ୍କୁ ଦଳରେ ନିଆଯାଇଛି। ଷ୍ଟାର ଅଲ୍‌ ରାଉଣ୍ଡର ଶକିବ ଅଲ୍‌ ହସନ ହେଉଛନ୍ତି ଦଳର ସବୁଠାରୁ ବରିଷ୍ଠ ଖେଳାଳି। ୨୦୦୭ରୁ ଏହି ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ପ୍ରତ୍ୟେକଟିରେ ଅଂଶଗ୍ରହଣ କରି ଆସିଛନ୍ତି। ଜୁନ ୭ରେ ଟେକ୍ସାସର ଡଲାସଠାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ସହ ବାଂଲାଦେଶ ଏହାର ଅଭିଯାନ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ ଓ ନେପାଳ ସହ ବାଂଲାଦେଶ ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ମାନଦଣ୍ଡ ଅନୁସାରେ ଅନ୍ତର୍ଜାତୀୟ ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗକୁ ଭିତ୍ତି କରି ବାଂଲାଦେଶ କ୍ରମାଗତ ୯ମ ଥର ବିଶ୍ୱକପ୍‌ ଖେଳିବାକୁ ଯାଉଛି।

ବାଂଲାଦେଶ ଦଳ: ନଜମୁଲ ହୋସେନ ଶନ୍ତୋ (ଅଧିନାୟକ), ଟସ୍କିନ ଅହମଦ (ଉପଅଧିନାୟକ), ଲିଟନ ଦାସ, ସୌମ୍ୟ ସରକାର, ତାନଜିଦ ହସନ, ଶକିବ ଅଲ୍‌ ହସନ, ତୋହିଦ ହ୍ରିଦୟ, ମହମୁଦୁଲ୍ଲା ଜାକର ଅଲ୍ଲୀ, ତନଭିର ଇସ୍‌ଲାମ୍‌, ମେହେଦି ହସନ, ରିଶାଦ ହୋସେନ, ମୁସ୍ତାଫିଜୁର ରହମନ, ଶୋରିଫୁଲ୍‌ ଇସ୍‌ଲାମ, ତାନଜିମ୍‌ ହସନ। ଟ୍ରଭେଲିଂ ରିଜର୍ଭସ: ହସନ ମେହମୁଦ, ଅଫିଫ ହୋସେନ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?