Posted inଜାତୀୟ

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ। ଗତ ସପ୍ତାହରେ ୪ ଦିନିଆ ବେଜିଂ ଗସ୍ତରେ ଯାଇଥିବା ୟୁନୁସ୍‌ କହିଛନ୍ତି, ପଶ୍ଚିମ ପାର୍ଶ୍ୱରେ ବାଂଲାଦେଶ ଦ୍ୱାରା ୭ ଭଉଣୀ ଭାବେ ପରିଚିତ ଭାରତର ୭ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅବରୋଧ ହୋଇ ରହିଛି। ସେହି ରାଜ୍ୟଗୁଡ଼ିକ ସମୁଦ୍ରରେ ପହଞ୍ଚତ୍ବାର ସୁଯୋଗ ନାହିଁ। ଉକ୍ତ ଅଞ୍ଚଳର ସମୁଦ୍ରରେ କେବଳ ବାଂଲାଦେଶ ତତ୍ତ୍ୱାବଧାରକ ହୋଇଥିବାରୁ ଚାଇନା ସେଠାରେ ଅର୍ଥନୈତିକ ଭିତ୍ତି ସ୍ଥାପନ କରିବାକୁ ୟୁନୁସ୍‌ ପ୍ରୋତ୍ସାହିତ କରିଛନ୍ତି। ଉକ୍ତ ଅଞ୍ଚଳରେ ବେଜିଂ ପାଇଁ ବ୍ୟାପକ ସମ୍ଭାବନା ରହିଛି, ଯେଉଁଠି ଅର୍ଥନୈତିକ ସମ୍ପ୍ରସାରଣ, ସାମଗ୍ରୀ ଉତ୍ପାଦନ, ବିପଣନ ଓ ଅନ୍ୟ ଦେଶକୁ ରପ୍ତାନି କରାଯାଇପାରିବ। ଚାଇନା କର୍ତ୍ତୃପକ୍ଷଙ୍କ ସହ ୟୁନୁସ୍‌ଙ୍କ ଏହି କଥାବାର୍ତ୍ତାର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାର ହେବାରେ ଲାଗିଛି। ୟୁନୁସ୍‌ଙ୍କ ଏଭଳି ଉଦ୍ୟମ ଅପ୍ରୀତିକର ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ସଦସ୍ୟ ଥିବା ସଞ୍ଜୀବ ସାନ୍ୟାଲ ଉକ୍ତ ଭିଡିଓକୁ ଏକ୍ସ’ରେ ଶେୟାର କରି ଲେଖିଛନ୍ତି, ଭାରତର ୭ ଲ୍ୟାଣ୍ଡଲକ୍‌ଡ ରାଜ୍ୟ ରହିଥିବାରୁ ସେଠାରେ ଅର୍ଥନୈତିକ ବେସ୍‌ ସ୍ଥାପନ ପାଇଁ ୟୁନୁସ୍‌ ଚାଇନାକୁ ଖୋଲା ଆମନ୍ତ୍ରଣ କରିବା କୌତୂହଳପ୍ରଦ। ବାଂଲାଦେଶରେ ଚାଇନା ନିବେଶ କରିବା ସ୍ବାଗତଯୋଗ୍ୟ, କିନ୍ତୁ ୭ ଭାରତୀୟ ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରାଯିବାର ଅଭିପ୍ରାୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ଢାକା ସହ ସାମୁଦ୍ରିକ ସହଯୋଗ ବଢ଼ାଇବା ପାଇଁ ବେଜିଂ ରାଜି ହୋଇଥିବାରୁ ୟୁନୁସ୍‌ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଂଲାଦେଶର ମୋଙ୍ଗଲା ବନ୍ଦରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବା ପାଇଁ ଚାଇନିଜ୍‌ କମ୍ପାନୀ ଢାକା ସହ ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ଚଟ୍ଟୋଗ୍ରାମରେ ଚାଇନା ଅର୍ଥନୈତିକ ଓ ଶିଳ୍ପାଞ୍ଚଳ ଜୋନ୍‌ର ବିକାଶ ଓ ସମ୍ପ୍ରସାରଣ ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି। ଚାଇନା ମୋଙ୍ଗଲା ବନ୍ଦରର ଆଧୁନିକୀକରଣ ଓ ସମ୍ପ୍ରସାରଣରେ ୪୦୦ ନିୟୁତ ଡଲାର ବିନିଯୋଗ କରିବା ସହ ଅର୍ଥନୈତିକ ଓ ଶିଳ୍ପାଞ୍ଚଳ ଜୋନ୍‌ ପାଇଁ ୩୫୦ ନିୟୁତ ଡଲାର ଖର୍ଚ୍ଚ କରିବ। ବୈଷୟିକ ସହାୟତା ପାଇଁ ଅତିରିକ୍ତ ୧୫୦ ନିୟୁତ ଡଲାର ଯୋଗାଇଦେବାକୁ ବେଜିଂ ରାଜି ହୋଇଛି। ତିସ୍ତା ନଦୀ ସମେତ ଅନ୍ୟାନ୍ୟ ନଦୀଜଳ ପରିଚାଳନା କ୍ଷେତ୍ରରେ ଚାଇନା ବାଂଲାଦେଶକୁ ସହାୟତା କରିବାକୁ ୟୁନୁସ୍‌ ନିବେଦନ କରିଛନ୍ତି। ତିସ୍ତା ନଦୀ ଭାରତ ଦେଇ ଯାଇଛି। ବାଂଲାଦେଶର ପୂର୍ବ ସରକାର ଏନେଇ ଭାରତର ପ୍ରତ୍ୟକ୍ଷ ସହଯୋଗ ଚାହୁଁଥିବାବେଳେ ୟୁନୁସ୍‌ ସରକାର ବେଜିଂର ହସ୍ତକ୍ଷେପ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri