Posted inଜାତୀୟ

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ। ଗତ ସପ୍ତାହରେ ୪ ଦିନିଆ ବେଜିଂ ଗସ୍ତରେ ଯାଇଥିବା ୟୁନୁସ୍‌ କହିଛନ୍ତି, ପଶ୍ଚିମ ପାର୍ଶ୍ୱରେ ବାଂଲାଦେଶ ଦ୍ୱାରା ୭ ଭଉଣୀ ଭାବେ ପରିଚିତ ଭାରତର ୭ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅବରୋଧ ହୋଇ ରହିଛି। ସେହି ରାଜ୍ୟଗୁଡ଼ିକ ସମୁଦ୍ରରେ ପହଞ୍ଚତ୍ବାର ସୁଯୋଗ ନାହିଁ। ଉକ୍ତ ଅଞ୍ଚଳର ସମୁଦ୍ରରେ କେବଳ ବାଂଲାଦେଶ ତତ୍ତ୍ୱାବଧାରକ ହୋଇଥିବାରୁ ଚାଇନା ସେଠାରେ ଅର୍ଥନୈତିକ ଭିତ୍ତି ସ୍ଥାପନ କରିବାକୁ ୟୁନୁସ୍‌ ପ୍ରୋତ୍ସାହିତ କରିଛନ୍ତି। ଉକ୍ତ ଅଞ୍ଚଳରେ ବେଜିଂ ପାଇଁ ବ୍ୟାପକ ସମ୍ଭାବନା ରହିଛି, ଯେଉଁଠି ଅର୍ଥନୈତିକ ସମ୍ପ୍ରସାରଣ, ସାମଗ୍ରୀ ଉତ୍ପାଦନ, ବିପଣନ ଓ ଅନ୍ୟ ଦେଶକୁ ରପ୍ତାନି କରାଯାଇପାରିବ। ଚାଇନା କର୍ତ୍ତୃପକ୍ଷଙ୍କ ସହ ୟୁନୁସ୍‌ଙ୍କ ଏହି କଥାବାର୍ତ୍ତାର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାର ହେବାରେ ଲାଗିଛି। ୟୁନୁସ୍‌ଙ୍କ ଏଭଳି ଉଦ୍ୟମ ଅପ୍ରୀତିକର ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ସଦସ୍ୟ ଥିବା ସଞ୍ଜୀବ ସାନ୍ୟାଲ ଉକ୍ତ ଭିଡିଓକୁ ଏକ୍ସ’ରେ ଶେୟାର କରି ଲେଖିଛନ୍ତି, ଭାରତର ୭ ଲ୍ୟାଣ୍ଡଲକ୍‌ଡ ରାଜ୍ୟ ରହିଥିବାରୁ ସେଠାରେ ଅର୍ଥନୈତିକ ବେସ୍‌ ସ୍ଥାପନ ପାଇଁ ୟୁନୁସ୍‌ ଚାଇନାକୁ ଖୋଲା ଆମନ୍ତ୍ରଣ କରିବା କୌତୂହଳପ୍ରଦ। ବାଂଲାଦେଶରେ ଚାଇନା ନିବେଶ କରିବା ସ୍ବାଗତଯୋଗ୍ୟ, କିନ୍ତୁ ୭ ଭାରତୀୟ ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରାଯିବାର ଅଭିପ୍ରାୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ଢାକା ସହ ସାମୁଦ୍ରିକ ସହଯୋଗ ବଢ଼ାଇବା ପାଇଁ ବେଜିଂ ରାଜି ହୋଇଥିବାରୁ ୟୁନୁସ୍‌ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଂଲାଦେଶର ମୋଙ୍ଗଲା ବନ୍ଦରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବା ପାଇଁ ଚାଇନିଜ୍‌ କମ୍ପାନୀ ଢାକା ସହ ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ଚଟ୍ଟୋଗ୍ରାମରେ ଚାଇନା ଅର୍ଥନୈତିକ ଓ ଶିଳ୍ପାଞ୍ଚଳ ଜୋନ୍‌ର ବିକାଶ ଓ ସମ୍ପ୍ରସାରଣ ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି। ଚାଇନା ମୋଙ୍ଗଲା ବନ୍ଦରର ଆଧୁନିକୀକରଣ ଓ ସମ୍ପ୍ରସାରଣରେ ୪୦୦ ନିୟୁତ ଡଲାର ବିନିଯୋଗ କରିବା ସହ ଅର୍ଥନୈତିକ ଓ ଶିଳ୍ପାଞ୍ଚଳ ଜୋନ୍‌ ପାଇଁ ୩୫୦ ନିୟୁତ ଡଲାର ଖର୍ଚ୍ଚ କରିବ। ବୈଷୟିକ ସହାୟତା ପାଇଁ ଅତିରିକ୍ତ ୧୫୦ ନିୟୁତ ଡଲାର ଯୋଗାଇଦେବାକୁ ବେଜିଂ ରାଜି ହୋଇଛି। ତିସ୍ତା ନଦୀ ସମେତ ଅନ୍ୟାନ୍ୟ ନଦୀଜଳ ପରିଚାଳନା କ୍ଷେତ୍ରରେ ଚାଇନା ବାଂଲାଦେଶକୁ ସହାୟତା କରିବାକୁ ୟୁନୁସ୍‌ ନିବେଦନ କରିଛନ୍ତି। ତିସ୍ତା ନଦୀ ଭାରତ ଦେଇ ଯାଇଛି। ବାଂଲାଦେଶର ପୂର୍ବ ସରକାର ଏନେଇ ଭାରତର ପ୍ରତ୍ୟକ୍ଷ ସହଯୋଗ ଚାହୁଁଥିବାବେଳେ ୟୁନୁସ୍‌ ସରକାର ବେଜିଂର ହସ୍ତକ୍ଷେପ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?