ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ ଜାଲରେ ଇଲିସି ଧରାପଡୁଛନ୍ତି। ମାଛ ଖାଉଥିବା ଲୋକଙ୍କ ଇଲିସି ପ୍ରତି ଦୁର୍ବଳତା ରହିଥିବାବେଳେ ସମୁଦ୍ରରେ ଆଶାତୀତ ଇଲିସି ପଡୁଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଖୁସିବ୍ୟକ୍ତ କରିଛନ୍ତି।

ତେବେ ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ସ୍ଥାନୀୟ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ଇଲିଶି ମାଛର ଯୋଗାଣକୁ ନିଶ୍ଚିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶକୁ ରପ୍ତାନି କରିବା ପୂର୍ବରୁ ଦେଶବାସୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ଇଲିଶି ମାଛ ମହଜୁଦ୍‌ ରହୁ ବୋଲି ସରକାରଙ୍କ ପ୍ରାଥମିକତା ରହିଛି। ତେଣୁ ଭାରତକୁ ଇଲିଶି ରପ୍ତାନି ବନ୍ଦ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଏଭଳି ସ୍ଥିତିରେ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇ ଇଲିସି ତାଲାସୀ ଜାରି ରଖିଛନ୍ତି।ଲଘୁଚାପର ଝିପିଝିପି ବର୍ଷା ଓ ପୂର୍ବାଳୀ ବତାସ ଓ ସୂର୍ଯ୍ୟ ଓ ମେଘର ଲୁଚକାଳି ଖେଳରେ ପାଗ ଅନୁକୁଳ ରହିଛି। ବଙ୍ଗୋପସାଗର ଉପକୂଳ ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଚାଣଚାଣ ଇଲିସି ଭାରତ ଉପକୂଳ ନଦୀ ମୁହାଣକୁ ମଧୁର ଜଳ ପାନ କରିବାକୁ ଆସୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାଦେଉଛନ୍ତି।

ବାଲେଶ୍ୱର ଉପକୂଳ ଉଦୟପୁର,ତାଳସାରୀ,ରଣସିଂପୁର, କୀର୍ତ୍ତନିଆ,ଚୌମୁଖ,ଡଗରା,ବାହାବଳପୁର,କଷାଫଳ ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ଚାନ୍ଦପୁର, ମନ୍ଦାରମଣୀ, ଜୁନପୁଟ, ପେଟୁଆ,କାକଦ୍ୱୀପ,ସାଗର ଦୀପ, ନାମଖାନା ପ୍ରଭୃତି ସମୁଦ୍ରକୂଳରେ ପ୍ରଚୁର ଇଲସି ଧରାଯାଇ ମତ୍ସ୍ୟ ଅବତରଣ କେନ୍ଦ୍ରରେ ନିଲାମ କରାଯାଉଛି। ସେଠାରୁ ଓଡ଼ିଶାର ବିଭିନ୍ନ ସହର ସହିତ କୋଲକାତା ଓ ଅନ୍ୟ ରାଜ୍ୟକୁ ବିକ୍ରି ନିମନ୍ତେ ପଠାଯାଉଛି। ବାଲେଶ୍ୱର ଉପକୂଳରେ ଛୋଟ ଇଲିସି ପ୍ରଚୁର ପଡୁଥିବାବେଳେ ବଡ଼ ଇଲିସି ବଡ଼ ବଡ଼ ସହରକୁ ଅଧିକ ଦାମରେ ବ୍ୟବସାୟୀମାନେ ପଠାଉଛନ୍ତି।

ସମୁଦ୍ରରେ ୩୦୦ ଗ୍ରାମ ଓଜନର ଇଲିସି ଧରିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଥିବାବେଳେ ଟ୍ରଲର ମାଲିକମାନେ ଏହି କଟକଣାକୁ ବେଖାତିର କରି ଛୋଟ ଇଲିସି ଧରି ପାଖ ବଜାରକୁ ବିକ୍ରି ନିମନ୍ତେ ପଠାଉଛନ୍ତି। ବାଲେଶ୍ୱର ଭୋଗରାଇ, ବାଲିଆପାଳହାଟ ବଜାରରେ ୩୦୦ଗ୍ରାମର ଇଲିସି କେଜି ପ୍ରତି ୩୦୦ରୁ ୪୦୦ ଟଙ୍କା ଓ ୫୦୦ ଗ୍ରାମରୁ ଊର୍ଦ୍ଧ୍ୱ ଇଲିସି ୮୦୦ରୁ ୧ ହଜାର ଟଙ୍କାରେ ହାଟବଜାରରେ ବିକ୍ରି ହେଉଛି।

ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରର ଫିସର ଆଣ୍ଡ ଫିସେଷ ଆସୋସିଏସନ ପାଗ ଅନୁକୁଳ ଥିବାରୁ ଆଶାତୀତ ଭାବେ ଇଲିସି ପଡୁଥିବା ସୂଚନା ଦେଇଛି। ଗଭୀର ସମୁଦ୍ରକୁ ମାଛମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଟ୍ରଲର, ଭୁଟଭୁଟି ଓ ଛୋଟଡ଼ଙ୍ଗାରେ ବିପଦ ସଂକେତ ଡାଟ ମେଶିନ( ଜରୁରୀ ସୂଚନା) ଓ ଭାସମାନ ଜ୍ୟାକେଟ ପରିଧାନ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ଅଧିକାଂଶ ମତ୍ସ୍ୟଜୀବୀ ତାହା ବ୍ୟବହାର କରୁ ନ ଥିବା ଭୋଗରାଇ ଭାରପ୍ରାପ୍ତ ମତ୍ସ୍ୟଧିକାରୀ ଅନନ୍ତ କୁମାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri