ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ ଜାଲରେ ଇଲିସି ଧରାପଡୁଛନ୍ତି। ମାଛ ଖାଉଥିବା ଲୋକଙ୍କ ଇଲିସି ପ୍ରତି ଦୁର୍ବଳତା ରହିଥିବାବେଳେ ସମୁଦ୍ରରେ ଆଶାତୀତ ଇଲିସି ପଡୁଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଖୁସିବ୍ୟକ୍ତ କରିଛନ୍ତି।

ତେବେ ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ସ୍ଥାନୀୟ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ଇଲିଶି ମାଛର ଯୋଗାଣକୁ ନିଶ୍ଚିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶକୁ ରପ୍ତାନି କରିବା ପୂର୍ବରୁ ଦେଶବାସୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ଇଲିଶି ମାଛ ମହଜୁଦ୍‌ ରହୁ ବୋଲି ସରକାରଙ୍କ ପ୍ରାଥମିକତା ରହିଛି। ତେଣୁ ଭାରତକୁ ଇଲିଶି ରପ୍ତାନି ବନ୍ଦ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଏଭଳି ସ୍ଥିତିରେ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇ ଇଲିସି ତାଲାସୀ ଜାରି ରଖିଛନ୍ତି।ଲଘୁଚାପର ଝିପିଝିପି ବର୍ଷା ଓ ପୂର୍ବାଳୀ ବତାସ ଓ ସୂର୍ଯ୍ୟ ଓ ମେଘର ଲୁଚକାଳି ଖେଳରେ ପାଗ ଅନୁକୁଳ ରହିଛି। ବଙ୍ଗୋପସାଗର ଉପକୂଳ ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଚାଣଚାଣ ଇଲିସି ଭାରତ ଉପକୂଳ ନଦୀ ମୁହାଣକୁ ମଧୁର ଜଳ ପାନ କରିବାକୁ ଆସୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାଦେଉଛନ୍ତି।

ବାଲେଶ୍ୱର ଉପକୂଳ ଉଦୟପୁର,ତାଳସାରୀ,ରଣସିଂପୁର, କୀର୍ତ୍ତନିଆ,ଚୌମୁଖ,ଡଗରା,ବାହାବଳପୁର,କଷାଫଳ ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ଚାନ୍ଦପୁର, ମନ୍ଦାରମଣୀ, ଜୁନପୁଟ, ପେଟୁଆ,କାକଦ୍ୱୀପ,ସାଗର ଦୀପ, ନାମଖାନା ପ୍ରଭୃତି ସମୁଦ୍ରକୂଳରେ ପ୍ରଚୁର ଇଲସି ଧରାଯାଇ ମତ୍ସ୍ୟ ଅବତରଣ କେନ୍ଦ୍ରରେ ନିଲାମ କରାଯାଉଛି। ସେଠାରୁ ଓଡ଼ିଶାର ବିଭିନ୍ନ ସହର ସହିତ କୋଲକାତା ଓ ଅନ୍ୟ ରାଜ୍ୟକୁ ବିକ୍ରି ନିମନ୍ତେ ପଠାଯାଉଛି। ବାଲେଶ୍ୱର ଉପକୂଳରେ ଛୋଟ ଇଲିସି ପ୍ରଚୁର ପଡୁଥିବାବେଳେ ବଡ଼ ଇଲିସି ବଡ଼ ବଡ଼ ସହରକୁ ଅଧିକ ଦାମରେ ବ୍ୟବସାୟୀମାନେ ପଠାଉଛନ୍ତି।

ସମୁଦ୍ରରେ ୩୦୦ ଗ୍ରାମ ଓଜନର ଇଲିସି ଧରିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଥିବାବେଳେ ଟ୍ରଲର ମାଲିକମାନେ ଏହି କଟକଣାକୁ ବେଖାତିର କରି ଛୋଟ ଇଲିସି ଧରି ପାଖ ବଜାରକୁ ବିକ୍ରି ନିମନ୍ତେ ପଠାଉଛନ୍ତି। ବାଲେଶ୍ୱର ଭୋଗରାଇ, ବାଲିଆପାଳହାଟ ବଜାରରେ ୩୦୦ଗ୍ରାମର ଇଲିସି କେଜି ପ୍ରତି ୩୦୦ରୁ ୪୦୦ ଟଙ୍କା ଓ ୫୦୦ ଗ୍ରାମରୁ ଊର୍ଦ୍ଧ୍ୱ ଇଲିସି ୮୦୦ରୁ ୧ ହଜାର ଟଙ୍କାରେ ହାଟବଜାରରେ ବିକ୍ରି ହେଉଛି।

ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରର ଫିସର ଆଣ୍ଡ ଫିସେଷ ଆସୋସିଏସନ ପାଗ ଅନୁକୁଳ ଥିବାରୁ ଆଶାତୀତ ଭାବେ ଇଲିସି ପଡୁଥିବା ସୂଚନା ଦେଇଛି। ଗଭୀର ସମୁଦ୍ରକୁ ମାଛମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଟ୍ରଲର, ଭୁଟଭୁଟି ଓ ଛୋଟଡ଼ଙ୍ଗାରେ ବିପଦ ସଂକେତ ଡାଟ ମେଶିନ( ଜରୁରୀ ସୂଚନା) ଓ ଭାସମାନ ଜ୍ୟାକେଟ ପରିଧାନ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ଅଧିକାଂଶ ମତ୍ସ୍ୟଜୀବୀ ତାହା ବ୍ୟବହାର କରୁ ନ ଥିବା ଭୋଗରାଇ ଭାରପ୍ରାପ୍ତ ମତ୍ସ୍ୟଧିକାରୀ ଅନନ୍ତ କୁମାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri