Categories: ଖେଳ

ଗୋଟିଏ ବଲରେ ୭ ରନ୍‌ କଲେ

ଖ୍ରୀଷ୍ଟଚର୍ଚ୍ଚ,୯।୧: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଏକ ଅଜବ ଘଟଣା ଘଟିଛି। ନ୍ୟୁଜିଲାଣ୍ଡ ଓପନର ଓ୍ବିଲ ୟଙ୍ଗ ଗୋଟିଏ ବଲରେ ୭ ରନ୍‌ କରିଛନ୍ତି। ତେବେ ବାଂଲାଦେଶ ଫିଲ୍ଡରଙ୍କ ତ୍ରୁଟି ଯୋଗୁ ଏହା ସମ୍ଭବ ହୋଇପାରିଛି। ପଡ଼ିଆରେ ଘଟିଥିବା ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମ୍ୟାଚ୍‌ର ପ୍ରଥମ ଦିନ ୨୬ତମ ଓଭରରେ ଏବାଦତ ହୋସେନ ବୋଲିଂ କରୁଥିବା ବେଳେ ନ୍ୟୁଜିଲାଣ୍ଡ ଓପନର ଓ୍ବିଲ ୟଙ୍ଗଙ୍କୁ ସ୍ଲିପ ଅଞ୍ଚଳରେ ଏକ ଜୀବନ ଦାନ ଦେଇଥିଲେ ବାଂଲାଦେଶ ଫିଲ୍ଡର। ବଲ ଫିଲ୍ଡରଙ୍କ ହାତରେ ବାଜି ବାଉଣ୍ଡ୍ରି ପାଖକୁ ଚାଲି ଯାଇଥିଲା। ବଲକୁ ଧରିବା ପରେ ଫିଲ୍ଡର ଉଇକେଟ ନିକଟକୁ ବଲ ଫିଙ୍ଗିଥିଲେ। ସେତେବେଳକୁ ନ୍ୟୁଜିଲାଣ୍ଡ ଓପନର ୩ ରନ୍‌ ନେଇ ସାରିଥିଲେ। ଫାଇନ ଲେଗ୍‌ରେ ଛିଡ଼ା ହୋଇଥିବା ଫିଲ୍ଡରଙ୍କ ଠାରୁ ବଲ ପାଇବା ପରେ ନନ୍‌ ଷ୍ଟ୍ରାଇକର ଏଣ୍ଡକୁ ଥ୍ରୋ କରିଥିଲେ ଉଇକେଟକିପର ନୁରୁଲ ହାସନ। କିନ୍ତୁ ମିସି ଫିଲ୍ଡିଂ କାରଣରୁ ବଲ ସୀମା ଅତିକ୍ରମ କରିଯାଇଥିଲା।

Share