Categories: ଖେଳ

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଅଷ୍ଟ୍ରେଲିଆ। ଫଳରେ ୨୩ ରନ୍‌ରେ ପ୍ରଥମ ଟି୨୦କୁ ଜିତି ନେଇଛି ବାଂଲାଦେଶ। ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ବାଂଲାଦେଶର ପ୍ରଥମ ବିଜୟ।

ମହମ୍ମଦ ନଇମ(୩୦), ଶାକିବ ଅଲ ହାସନ (୩୬) ଓ ଅଧିନାୟକ ମେହମ୍ମୁଦୁଲା (୨୦)ଙ୍କ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୨୦ ଓଭରରେ ୭ ଉଇକେଟରେ ୧୩୧ ରନ୍‌ କରିଥିଲା। ତା’ ପରେ ଆରମ୍ଭରୁ ସ୍ପିନରମାନେ ଅଷ୍ଟ୍ରେଲିଆକୁ ଲଗାତାର ୩ ଧକ୍କା ଦେଇଥିଲେ। ସେଥିରୁ ଦଳକୁ ବଞ୍ଚାଇବା ପାଇଁ କିଛିଟା ପ୍ରୟାସ କରିଥିଲେ ବରିଷ୍ଠ ଅଲରାଉଣ୍ଡର ମିଚେଲ ମାର୍ଶ (୪୫)। ୧୦୮ ରନ୍‌ରେ ଅଷ୍ଟ୍ରେଲିଆକୁ ରୋକି ଦେଇଥିଲେ ଘରୋଇ ବୋଲରମାନେ। ନାସୁମ ଅହମ୍ମଦ ହାତେଇଥିଲେ ସର୍ବାଧିକ ୪ ଉଇକେଟ। ତାଙ୍କ ବ୍ୟତୀତ ମୁସ୍ତାଫିଜୁର ରେହମାନ ଓ ଶରିଫୁଲ ଇସଲାମ ୨ ଲେଖାଏ ଉଇକେଟ ହାତେଇଥିଲେ।

Share