Posted inଖେଳ

ବାଂଲାଦେଶ ସିରିଜ ବିଜୟୀ

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୩ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୮.୧ ଓଭରରେ ୨୪୬ ରନ କରି ସମସ୍ତ ଉଇକେଟ ହରାଇଥିଲା। ଜବାବରେ ଶ୍ରୀଲଙ୍କା ୩୮ ଓଭରରେ ୯ ଉଇକେଟ ହରାଇ୧୨୬ ରନ କରିଥିବାବେଳେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଡକଓ୍ବର୍ଥ-ଲୁଇସ୍‌ ପଦ୍ଧତି ଅବଲମ୍ବନ କରାଯାଇଥିଲା। ୪୦ ଓଭରରେ ୨୪୫ ରନ ଟାର୍ଗେଟ ଦିଆଯାଇଥିବାବେଳେ ଶ୍ରୀଲଙ୍କା ୯ ଉଇକେଟରେ ୧୪୧ ରନ କରି ପାରିଥିଲା। ଫଳରେ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ଦିନିକିଆ ଜିତି ସିରିଜ ବିଜୟୀ ହୋଇଛି।
ରହିମଙ୍କ ଶତକ
ଶେର ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ରହିମଙ୍କ ଶତକ ସତ୍ତ୍ୱେ ପୂରା ୫୦ ଓଭର ଖେଳିପାରି ନ ଥିଲା। ରହିମ ୧୨୭ ବଲ୍‌ରୁ ୧୦ ଚୌକା ସହାୟତାରେ ସର୍ବାଧିକ ୧୨୫ ରନ ସଂଗ୍ରହ କରିଥିଲେ। ମହମୁଦୁଲ୍ଲା ଦ୍ୱିତୀୟ ସର୍ବାଧିକ ୪୧(୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଦୁଷ୍ମନ୍ତ ଚାମିରା ଓ ଲକ୍ଷଣ ସନ୍ଦକନ ୩ଟି ଲେଖାଏ, ଇସୁରୁ ଉଡାନା ୨ଟି ଏବଂ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଉଇକେଟ ନେଇଥିଲେ। ୨୪୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ପରାଜୟ ବରଣ କରିଥିଲା। କୌଣସି ଉଇକେଟରେ ବଡ଼ ପାର୍ଟନରଶିପ୍‌ ହୋଇ ନ ପାରିବା ଦଳପାଇଁ ମହଙ୍ଗା ପଡ଼ିଥିଲା। ଓପନର ଦନୁସ୍କା ଗୁଣତିଳକା ସର୍ବାଧିକ ୨୪ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ପ୍ରାୟ ସମସ୍ତ ବୋଲର ପ୍ରଭାବୀ ବୋଲିଂ କରିଥିଲେ। ମେହିଦି ହାସନ ମିରାଜ ଓ ମୁସ୍ତାଫିଜୁର ରହମନ ୩ଟି ଲେଖାଏ, ଶାକିବ ଅଲ ହାସନ ୨ଟି ଏବଂ ସୋରିଫୁଲ ଇସଲାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୪୮.୧ ଓଭରରେ ୨୪୬/ଅଲଆଉଟ(ମୁଶ୍‌ଫିକର ରହିମ-୧୨୫, ମହମୁଦୁଲ୍ଲା-୪୧, ଦୁଷ୍ମନ୍ତ ଚାମିରା-୩/୪୪, ଲକ୍ଷଣ ସନ୍ଦକନ-୩/୫୪, ଇସୁରୁ ଉଡାନା-୨/୪୯, ଓ୍ବାନିନ୍ଦୁ ହସରଙ୍ଗା-୧/୩୩)। ଶ୍ରୀଲଙ୍କା ୪୦ ଓଭରରେ ୧୪୧/୯ (ଦନୁସ୍କା ଗୁଣତିଳକା-୨୪, ମେହିଦି ହାସନ-୩/୨୮, ମୁସ୍ତାଫିଜୁର ରହମନ-୩/୧୬, ଶାକିବ ଅଲ ହାସନ-୨/୩୮, ସୋରିଫୁଲ ଇସଲାମ-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri