Categories: ଖେଳ

ବାଂଲାଦେଶ ୨୩୧ରେ ଅଲ୍‌ଆଉଟ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ଢାକା,୨୪।୧୨: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟର ଶନିବାର ତୃତୀୟ ଦିନରେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ୮୭ ରନ୍‌ର ଆଗୁଆ ଥିବା ଭାରତ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଛି ବାଂଲାଦେଶ। ଅନ୍ୟପକ୍ଷେ ଭାରତ ୨-୦ରେ ସିରିଜ ହାତେଇବାକୁ ଦ୍ୱିତୀୟ ପାଳି ଆରମ୍ଭ କରିଛି। ଭାରତ ୧୦ ଓଭର ସୁଦ୍ଧା ୨ ଉଇକେଟ ହରାଇ ୨୩ ରନ୍‌ କରି ବ୍ୟାଟିଂ ଜାରି ରଖିଛି।

ଦ୍ୱିତୀୟ ଇନିଂସରେ ବାଂଲାଦେଶର ଲିଟନ କୁମାର ଦାସ ୭୩ ରନ୍‌ ଏବଂ ତସ୍କିନ ଅହମଦ ଅପରାଜିତ ୩୧ ରନ୍‌ କରିଥିଲେ ମଧ୍ୟ ଭାରତକୁ ବଡ଼ ଟାର୍ଗେଟ ଦେବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷେ ଭାରତ ମ୍ୟାଚ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

ଦ୍ୱିତୀୟ ଇନିଂସରେ ଭାରତର ଅକ୍ଷର ପଟେଲ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ ଓ ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଉମେଶ ଏବଂ ଜୟଦେବ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି।

Share