‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ

ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର ନିଶ୍ଚିତ କରିଛନ୍ତି କିନ୍ତୁ ଫ୍ୟାଶନ ଏବଂ ଫିଲ୍ମ କ୍ରିଟିକ ଉମେର ସନ୍ଧୁ ତାଙ୍କ ଟୁଇଟ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଉମେର କହିଛନ୍ତି ଯେ ପୁନମ ଜୀବନ୍ତ ଏବଂ ସେ ତାଙ୍କ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି। ଉମେର ତାଙ୍କ ଟୁଇଟରେ ଦାବି କରିଛନ୍ତି ଯେ ସେ ପୁନମଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି ଏବଂ ଏହା ମଡେଲଙ୍କ ଏକ ପ୍ରଚାର ପ୍ରସାର।

ଉମେର ସନ୍ଧୁ ତାଙ୍କ ଟୁଇଟରେ ଲେଖିଛନ୍ତି, ଏବେ ମୁଁ ପୁନମ ପାଣ୍ଡେଙ୍କ କଜିନଙ୍କ ସହ କଥା ହୋଇଥିଲି। ସେ ଜୀବିତ ଏବଂ ତାଙ୍କ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି। ପୁନମ ଏକ ପ୍ରଚାର ପ୍ରସାର କରିଛନ୍ତି। ସନ୍ଧୁଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଲୋକମାନେ ମନ୍ତବ୍ୟ ଦେଉଛନ୍ତି ଏବଂ ପଚାରୁଛନ୍ତି ଏହା ସତ କି ବୋଲି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଏହା ଅତ୍ୟନ୍ତ ଘଟିଆ ଷ୍ଟଣ୍ଟ।
ଅନ୍ୟପଟେ ଜଣେ ୟୁଜର ଉମେରଙ୍କୁ ପଚାରିଥିଲେ ଯେ ସେ ନିଶ୍ଚିତ ହୋଇଛନ୍ତି କି। ୟୁଜର ଲେଖିଛନ୍ତି, ଆପଣ ନିଶ୍ଚିତ କି। ଆମକୁ ପ୍ରମାଣ ଦରକାର। ଅନ୍ୟ ଜଣେ ଲେଖିଛନ୍ତି, ଏଥିରୁ ସେମାନେ କ’ଣ ଲାଭ କରିବେ। ଯଦି ସେ ମରି ନାହାଁନ୍ତି ତେବେ ତାଙ୍କୁ ଗିରଫ କରାଯିବା ଉଚିତ। ଲୋକମାନେ ତଥାପି ଦ୍ୱନ୍ଦ୍ୱରେ ଅଛନ୍ତି। ପୁନମ ପାଣ୍ଡେଙ୍କ ସହ ଜଡିତ କୌଣସି ଅପଡେଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଯେମିତିକି, ତାଙ୍କର ଅନ୍ତିମ ସଂସ୍କାର କେବେ ଏବଂ କେଉଁଠାରେ ହେବ। ସୂଚନାଯୋଗ୍ୟ, ଫେବୃଆରୀ ୨ ସକାଳେ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ପୋଷ୍ଟରେ ଲେଖାଥିଲା, ଆଜି ସକାଳ ଆମ ପାଇଁ କଷ୍ଟସାଧ୍ୟ। ଆପଣଙ୍କୁ ଜଣାଇବା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ଯେ ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମଙ୍କୁ ହରାଇଛୁ । ଯିଏ ତାଙ୍କ ସହିତ ଯୋଗାଯୋଗ କଲା ପ୍ରେମ ଏବଂ ସୁଖ ପାଇଲା । ଏହି ଦୁଃଖ ସମୟରେ ଆମେ ଗୋପନୀୟତା ପାଇଁ ଅନୁରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri