ବନାରସ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନ୍‌ ସମ୍ପ୍ରସାରଣର ଆଜି ଉଦ୍‌ଘାଟନ କାର୍ଯ୍ୟକ୍ରମ

କେସିଙ୍ଗା,୨୦।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ସୋମବାର ଅପରାହ୍ନରେ ବନାରସ-ସମ୍ବଲପୁର-ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ଏକ୍ସପ୍ରେସ ଟ୍ରେନର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲା ସହ କେସିଙ୍ଗା ଅଞ୍ଚଳର ବହୁ ଦିନର ଦାବି ପୂରଣ ହେବ।

ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଳାହାଣ୍ଡିର ରେଳ ଯାତ୍ରୀ ଆଗରୁ ବନାରସ ଓ ପ୍ରୟାଗରାଜ ଯିବାକୁ ହେଲେ ସମ୍ବଲପୁର କିମ୍ବା ଛତିଶଗଡ଼ର ରାଜଧାନୀ ରାୟପୁର ଯିବାକୁ ପଡୁଥିଲା। ସେଠାରୁ ଅନ୍ୟ ଏକ ଟ୍ରେନରେ ବନାରସ, ପ୍ରୟାଗରାଜ ଯିବାକୁ ପଡୁଥିଲା। କିନ୍ତୁ ସୋମବାରଠାରୁ ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟଣ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି I ସପ୍ତାହକୁ ଦୁଇ ଦିନ ସୋମବାର ଏବଂ ଗୁରୁବାର ଏହା ଚାଲିବ ବୋଲି ସୂଚନା ମିଳିଛି।

ପ୍ରଥମେ ସମ୍ବଲପୁର ରେଳ ଷ୍ଟେଶନଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବନାରସ-ସମ୍ବଲପୁର-ବିଶାଖାପାଟଣା ସମ୍ପ୍ରସାରଣ ଏକ୍ସପ୍ରେସ ଟ୍ରେନର ଉଦ୍‌ଘାଟନ କରିବେ। ଏନେଇ କେସିଙ୍ଗା ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ୍‌ର ସ୍ବାଗତକୁ ନେଇ ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଚାଳିଛି।

ସେହିପରି ଏକ୍ସପ୍ରେସ ଟ୍ରେନକୁ ବରଗଡ଼ ରେଳ ଷ୍ଟେଶନରେ ଏମ୍‌ପି ସୁରେଶ ପୂଝରୀ, ଏମ୍‌ପି ସଂଗୀତା କୁମାରୀ ସିଂହ ଦେଓ ରାଜ୍ୟସଭା ଏମ୍‌ପି ନିରଞ୍ଜନ ବିଶିଙ୍କ ସମେତ କଳାହାଣ୍ଡିର ମୁଖ୍ୟ ରେଳ ଷ୍ଟେଶନ ଅଧିକାରୀ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ଓ ରାଜ୍ୟ ସଭା ଏମ୍‌ପି ସୁଜିତ ସେଠ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଲୋକସମ୍ପର୍କ ଅଫିସର ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri