ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୧୦।୪: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ସା ୬ରୁ ରାତି ୧୦ଟା ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ନୀତି ଆରମ୍ଭ ହେବ। ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯିବ। ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ ,ହରିତାଳ ,କସ୍ତୁରୀ ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ।