Posted inଜାତୀୟ

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ସମ୍ପର୍କରେ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟର ଭୁପେନ୍ଦ୍ର ପଟେଲ ସରକାରଙ୍କୁ ଘେରିବା ଆରମ୍ଭ କରିଛି।

ମଙ୍ଗଳବାର ଗୁଜରାଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିବା ବେଳେ ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ରାଜ୍ୟରେ ମଦ ବିକ୍ରି ଉପରେ ଲଗାମ ସତ୍ତ୍ୱେ ଗତ ୧୫ ବର୍ଷ ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୮୪୫ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ।

ଗୁଜରାଟର ରାଜକୋଟରେ ପହଞ୍ଚିଥିବା କେଜ୍ରିୱାଲ କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଭାବନଗରରେ ୨୫ ରୁ ଅଧିକ ଲୋକଙ୍କର ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଛି। ଅନେକଙ୍କୁ ଚିକିତ୍ସାଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଗୁଜରାଟରେ ମଦ ବିକ୍ରି ନିଷେଧ। ତେବେ ମଧ୍ୟ ରାଜ୍ୟରେ କିପରି ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି ଏବଂ ଏଥିରୁ କିଏ ଲାଭବାନ ହେଉଛି? ସେ କହିଛନ୍ତି ଯେ ଗୁଜରାଟରେ ଏହା ପ୍ରଥମ ଘଟଣା ନୁହେଁ । ସରକାର କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ, ଦିଲ୍ଲୀର ଏଏପିର ବିଧାୟକ ତଥା ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ ଦାବି କରିଛନ୍ତି ଯେ ଗୁଜରାଟରେ ଏଭଳି ଘଟିବାରେ ରାଜନେତାଙ୍କ ହାତ ରହିଛି। କେଉଁ ରାଜନେତା ଏତେ ବଡ଼ ସଂଗଠିତ ନେଟୱାର୍କ ଚଳାଉଛନ୍ତି? ମଦ ବିକ୍ରି ଉପରେ ନିଷେଧାଦେଶ ଯୋଗୁଁ ସରକାର ୧୫ ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି, କିନ୍ତୁ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି। ତେବେ ଏହି ଟଙ୍କା କାହାର ପକେଟକୁ ଯାଉଛି ?

ଭାଜପା ମଧ୍ୟ ଗୁଜରାଟ ଭଳି ଦିଲ୍ଲୀରେ ବ୍ୟବସାୟ କରିବାକୁ ଚାହୁଁଛି ବୋଲି ସୌରଭ କହିଛନ୍ତି। ଯେହେତୁ ଦିଲ୍ଲୀ ସରକାର ଏକ ନୂଆ ଅବକାରୀ ନୀତି ଆଣିଛନ୍ତି, ତେଣୁ ଭାଜପା ଲୋକେ ଏନେଇ କ୍ରୋଧ ପ୍ରକାଶ କରୁଛନ୍ତି। ସେମାନେ ଆଇନଗତ ଦୋକାନଗୁଡ଼ିକୁ ହଟାଇ ସମାନ ପୁରୁଣା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଏଥି ସହ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ଗୁଜୁରାଟରେ ୨୭ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ନାହିଁ ସେମାନଙ୍କୁ ଭାଜପା ସରକାରଙ୍କ ପକ୍ଷରୁ ହତ୍ୟା କରାଯାଇଛି। ଗୁଜରାଟର ଭାଜପା ସରକାରଙ୍କ ନେତୃତ୍ୱରେ ନକଲି ମଦ ବ୍ୟବସାୟ ଚାଲିଛି। ଏଥିରେ ଭାଜପା କର୍ମୀମାନେ କୋଟି କୋଟି ଟଙ୍କା ଲାଞ୍ଚ ନେଉଛନ୍ତି। ସେ କହିଛନ୍ତି ଯେ ଏହି ଲୋକମାନେ ଦିଲ୍ଲୀରେ ଏଭଳି ନକଲି ମଦ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଏନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱବୋଧ ଅନୁଯାୟୀ ଇସ୍ତଫା ଦେବା ଉଚିତ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri