Posted inଜାତୀୟ

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ସମ୍ପର୍କରେ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟର ଭୁପେନ୍ଦ୍ର ପଟେଲ ସରକାରଙ୍କୁ ଘେରିବା ଆରମ୍ଭ କରିଛି।

ମଙ୍ଗଳବାର ଗୁଜରାଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିବା ବେଳେ ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ରାଜ୍ୟରେ ମଦ ବିକ୍ରି ଉପରେ ଲଗାମ ସତ୍ତ୍ୱେ ଗତ ୧୫ ବର୍ଷ ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୮୪୫ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ।

ଗୁଜରାଟର ରାଜକୋଟରେ ପହଞ୍ଚିଥିବା କେଜ୍ରିୱାଲ କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଭାବନଗରରେ ୨୫ ରୁ ଅଧିକ ଲୋକଙ୍କର ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଛି। ଅନେକଙ୍କୁ ଚିକିତ୍ସାଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଗୁଜରାଟରେ ମଦ ବିକ୍ରି ନିଷେଧ। ତେବେ ମଧ୍ୟ ରାଜ୍ୟରେ କିପରି ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି ଏବଂ ଏଥିରୁ କିଏ ଲାଭବାନ ହେଉଛି? ସେ କହିଛନ୍ତି ଯେ ଗୁଜରାଟରେ ଏହା ପ୍ରଥମ ଘଟଣା ନୁହେଁ । ସରକାର କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ, ଦିଲ୍ଲୀର ଏଏପିର ବିଧାୟକ ତଥା ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ ଦାବି କରିଛନ୍ତି ଯେ ଗୁଜରାଟରେ ଏଭଳି ଘଟିବାରେ ରାଜନେତାଙ୍କ ହାତ ରହିଛି। କେଉଁ ରାଜନେତା ଏତେ ବଡ଼ ସଂଗଠିତ ନେଟୱାର୍କ ଚଳାଉଛନ୍ତି? ମଦ ବିକ୍ରି ଉପରେ ନିଷେଧାଦେଶ ଯୋଗୁଁ ସରକାର ୧୫ ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି, କିନ୍ତୁ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି। ତେବେ ଏହି ଟଙ୍କା କାହାର ପକେଟକୁ ଯାଉଛି ?

ଭାଜପା ମଧ୍ୟ ଗୁଜରାଟ ଭଳି ଦିଲ୍ଲୀରେ ବ୍ୟବସାୟ କରିବାକୁ ଚାହୁଁଛି ବୋଲି ସୌରଭ କହିଛନ୍ତି। ଯେହେତୁ ଦିଲ୍ଲୀ ସରକାର ଏକ ନୂଆ ଅବକାରୀ ନୀତି ଆଣିଛନ୍ତି, ତେଣୁ ଭାଜପା ଲୋକେ ଏନେଇ କ୍ରୋଧ ପ୍ରକାଶ କରୁଛନ୍ତି। ସେମାନେ ଆଇନଗତ ଦୋକାନଗୁଡ଼ିକୁ ହଟାଇ ସମାନ ପୁରୁଣା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଏଥି ସହ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ଗୁଜୁରାଟରେ ୨୭ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ନାହିଁ ସେମାନଙ୍କୁ ଭାଜପା ସରକାରଙ୍କ ପକ୍ଷରୁ ହତ୍ୟା କରାଯାଇଛି। ଗୁଜରାଟର ଭାଜପା ସରକାରଙ୍କ ନେତୃତ୍ୱରେ ନକଲି ମଦ ବ୍ୟବସାୟ ଚାଲିଛି। ଏଥିରେ ଭାଜପା କର୍ମୀମାନେ କୋଟି କୋଟି ଟଙ୍କା ଲାଞ୍ଚ ନେଉଛନ୍ତି। ସେ କହିଛନ୍ତି ଯେ ଏହି ଲୋକମାନେ ଦିଲ୍ଲୀରେ ଏଭଳି ନକଲି ମଦ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଏନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱବୋଧ ଅନୁଯାୟୀ ଇସ୍ତଫା ଦେବା ଉଚିତ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri