ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌ ରୋକାଯାଉ

ଭୁବନେଶ୍ୱର, ୯।୫(ଅସମାପିକା ସାହୁ)ପରିବର୍ତ୍ତିତ ସମାଜରେ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ଆଉ ଏଥିରେ ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ବି ବଦଳୁଛି। ଅନେକ କଲେଜ ପଢୁଆ ଯୁବପିଢ଼ି ଏବେ ସିଗାରେଟ୍‌ ଛାଡ଼ି ଇଲେକ୍ଟ୍ରୋନିକ୍ସ ବା ଇ-ସିଗାରେଟ୍‌କୁ ଆପଣାଉଛନ୍ତି, ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛି। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଆଣିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହାର ବ୍ୟବହାରକୁ ନିଷେଧ କରିବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।

ୟୁଜିସି ପକ୍ଷରୁ କୁହାଯାଇଛି, ଭାରତ ସରକାର ପ୍ରୋହିବିଶନ ଅଫ୍‌ ଇଲେକ୍ଟ୍ରୋନିକ ସିଗାରେଟ୍‌ ଆକ୍ଟ(ପେକା), ୨୦୧୯ ଲାଗୁ କରି ଇ-ସିଗାରେଟ୍‌ ଉପରେ ନିଷେଧ କରିଛନ୍ତି। ଅନେକ ସମୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଆଇନର ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛି। କିନ୍ତୁ ଏହି ଉପକରଣଗୁଡ଼ିକ ଅନ୍‌ଲାଇନ ଷ୍ଟୋର ଏବଂ ସ୍ଥାନୀୟ ବିକ୍ରେତାଙ୍କ ନିକଟରେ ସହଜରେ ଉପଲବ୍ଧ ହେଉଥିବା ଦେଖାଯାଉଛି। ଏଥିସହିତ ଇ-ସିଗାରେଟ୍‌୍‌ର ଉପକରଣଗୁଡ଼ିକ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଷ୍ଟୋରରେ ବିକ୍ରି କରାଯାଉଥିବା ଦେଖାଯାଉଛି। ଫଳରେ ଯୁବପିଢ଼ି ଏହାକୁ ସହଜରରେ ବ୍ୟବହାର କରିପାରୁଛନ୍ତି। ପେକା ଅନୁସାରେ ଇଲେକ୍ଟ୍ରୋନିକ ସିଗାରେଟ୍‌ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରେ। ବିଶେଷକରି ଯୁବପିଢ଼ି ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ ସିଗାରେଟ୍‌ ବ୍ୟବହାର ନ କରିବା ସହିତ ଏଥିରେ ଜଡ଼ିତ ରହିଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ୟୁଜିସି କହିଛି। ଇ-ସିଗାରେଟ୍‌ ଯେପରି ବ୍ୟବହାର ନ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଡ୍ରାଇଭ୍‌ କରିବା ସହିତ ନିୟମିତ ଭାବରେ ଯାଞ୍ଚ କରିବା ଉଚିତ। ଏହା କିପରି ସଫଳ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ସରକାର ବାରମ୍ବାର ଉପଦେଶ ଦେଉଛନ୍ତି। ହେଲେ ପିଲାଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ବିଫଳ ହେଉଛନ୍ତି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ିଚାଲିଛି। ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ଗୁଟ୍‌ଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ ବୋଲି କୋଟପା ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ସରକାର ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି। ହେଲେ ସବୁ କେବଳ ନିର୍ଦ୍ଦେଶ ଓ ପରାମର୍ଶ ମଧ୍ୟରେ ସୀମିତ ହୋଇ ରହିଯାଉଛି। ଫଳରେ ନିଶାମୁକ୍ତ କ୍ୟାମ୍ପସ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଆଦି ନିଶା କାରବାର ଚାଳିଛି। ଖୁଲମଖୁଲା ଭାବରେ ଦୋକାନୀମାନେ ବିକ୍ରି କରୁଛନ୍ତି। ତେଣୁ ୟୁଜିସିର ଇ-ସିଗାରେଟ୍‌ ଉପରେ ପ୍ରତିବନ୍ଧକ କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ।

ଇ- ସିଗାରେଟ୍‌୍‌ କ’ଣ
ଇ- ସିଗାରେଟ୍‌ ହେଉଛି ଏକ ନିଶାଯୁକ୍ତ ଧୂଆଁ। ଏହା ଇଲେକ୍ଟ୍ରୋନିକ ଡିଭାଇସ୍‌ ମାଧ୍ୟମରେ ତରଳ ନିଶାଯୁକ୍ତ ପଦାର୍ଥକୁ ଗରମ କରାଯାଇ ଏଥିରୁ ସୃଷ୍ଟ ଧୂଅଁାକୁ ପ୍ରଶ୍ୱାସରେ ନିଆଯାଇଥାଏ। ଏହି ଧୂଅଁା ନିକୋଟିନ୍‌ ଏବଂ ବିଭିନ୍ନ ସ୍ବାଦଯୁକ୍ତ ହୋଇଥାଏ। ଏହା ଶରୀର ପାଇଁ କ୍ଷତିକାରକ। ଇ-ସିଗାରେଟ୍‌ ବିଭିନ୍ନ ପ୍ରକାରରେ ଆସିଥାଏ, ଯଥା ସିଗାରେଟ୍‌, ସିଗାର, ପାଇପ୍‌ସ, ପେନ୍‌, ୟୁଏସ୍‌ବି ଷ୍ଟିକ୍‌ ଇତ୍ୟାଦି। ତରଳ ବା ଇ-ଜୁସ୍‌ରେ ସାଧାରଣଭାବେ ନିକୋଟିନ, ପ୍ରୋପିଲିନ୍‌ ଗ୍ଲାଇକଲ, ଭେଜିଟେବଲ ଗ୍ଲିସେରିନ୍‌ ଏବଂ ଅନ୍ୟ ଉପାଦାନ ରହିଥାଏ। ଏହା ଅତ୍ୟଧିକ ନିଶାପ୍ରବଣ କରାଇବା ସହ ଯୁବଗୋଷ୍ଠୀଙ୍କ ମସ୍ତିଷ୍କକୁ ନକାରାତ୍ମକ ଦିଗରେ ପ୍ରବର୍ତ୍ତାଇଥାଏ।

କେନ୍ଦ୍ର ସରକାର ଇ-ସିଗାରେଟ୍‌କୁ ନିଷିଦ୍ଧ ଘୋଷଣା କରିବା ସହ ଇଲେକ୍ଟ୍ରୋନିକ ସିଗାରେଟ୍‌ ପ୍ରୋହିବିଶନ ଆକ୍ଟ -୨୦୧୯ ଲାଗୁ କରିଛନ୍ତି। ଏପରି କି ଇ-ସିଗାରେଟ୍‌ର କୁପ୍ରଭାବ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରାଯାଉଛି। ଉଚ୍ଚ ଶିକ୍ଷାନୁଷ୍ଠାନ ପରିସରକୁ ଇ-ସିଗାରେଟ୍‌ମକ୍ତ କରିବାକୁ ୟୁଜିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନ ପରିସରରେ ଯେପରି କଡ଼ାକଡ଼ି ଭାବେ ଏହାକୁ ରୋକାଯାଇପାରିବ, ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ।
– ରଞ୍ଜନ କୁମାର ମହାନ୍ତି, ଆବାହକ, କୋଆଲିଶନ ଫର୍‌ ଟବାକୋ ଫ୍ରି ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri