ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌ ରୋକାଯାଉ

ଭୁବନେଶ୍ୱର, ୯।୫(ଅସମାପିକା ସାହୁ)ପରିବର୍ତ୍ତିତ ସମାଜରେ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ଆଉ ଏଥିରେ ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ବି ବଦଳୁଛି। ଅନେକ କଲେଜ ପଢୁଆ ଯୁବପିଢ଼ି ଏବେ ସିଗାରେଟ୍‌ ଛାଡ଼ି ଇଲେକ୍ଟ୍ରୋନିକ୍ସ ବା ଇ-ସିଗାରେଟ୍‌କୁ ଆପଣାଉଛନ୍ତି, ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛି। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଆଣିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହାର ବ୍ୟବହାରକୁ ନିଷେଧ କରିବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।

ୟୁଜିସି ପକ୍ଷରୁ କୁହାଯାଇଛି, ଭାରତ ସରକାର ପ୍ରୋହିବିଶନ ଅଫ୍‌ ଇଲେକ୍ଟ୍ରୋନିକ ସିଗାରେଟ୍‌ ଆକ୍ଟ(ପେକା), ୨୦୧୯ ଲାଗୁ କରି ଇ-ସିଗାରେଟ୍‌ ଉପରେ ନିଷେଧ କରିଛନ୍ତି। ଅନେକ ସମୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଆଇନର ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛି। କିନ୍ତୁ ଏହି ଉପକରଣଗୁଡ଼ିକ ଅନ୍‌ଲାଇନ ଷ୍ଟୋର ଏବଂ ସ୍ଥାନୀୟ ବିକ୍ରେତାଙ୍କ ନିକଟରେ ସହଜରେ ଉପଲବ୍ଧ ହେଉଥିବା ଦେଖାଯାଉଛି। ଏଥିସହିତ ଇ-ସିଗାରେଟ୍‌୍‌ର ଉପକରଣଗୁଡ଼ିକ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଷ୍ଟୋରରେ ବିକ୍ରି କରାଯାଉଥିବା ଦେଖାଯାଉଛି। ଫଳରେ ଯୁବପିଢ଼ି ଏହାକୁ ସହଜରରେ ବ୍ୟବହାର କରିପାରୁଛନ୍ତି। ପେକା ଅନୁସାରେ ଇଲେକ୍ଟ୍ରୋନିକ ସିଗାରେଟ୍‌ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରେ। ବିଶେଷକରି ଯୁବପିଢ଼ି ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ ସିଗାରେଟ୍‌ ବ୍ୟବହାର ନ କରିବା ସହିତ ଏଥିରେ ଜଡ଼ିତ ରହିଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ୟୁଜିସି କହିଛି। ଇ-ସିଗାରେଟ୍‌ ଯେପରି ବ୍ୟବହାର ନ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଡ୍ରାଇଭ୍‌ କରିବା ସହିତ ନିୟମିତ ଭାବରେ ଯାଞ୍ଚ କରିବା ଉଚିତ। ଏହା କିପରି ସଫଳ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ସରକାର ବାରମ୍ବାର ଉପଦେଶ ଦେଉଛନ୍ତି। ହେଲେ ପିଲାଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ବିଫଳ ହେଉଛନ୍ତି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ିଚାଲିଛି। ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ଗୁଟ୍‌ଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ ବୋଲି କୋଟପା ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ସରକାର ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି। ହେଲେ ସବୁ କେବଳ ନିର୍ଦ୍ଦେଶ ଓ ପରାମର୍ଶ ମଧ୍ୟରେ ସୀମିତ ହୋଇ ରହିଯାଉଛି। ଫଳରେ ନିଶାମୁକ୍ତ କ୍ୟାମ୍ପସ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଆଦି ନିଶା କାରବାର ଚାଳିଛି। ଖୁଲମଖୁଲା ଭାବରେ ଦୋକାନୀମାନେ ବିକ୍ରି କରୁଛନ୍ତି। ତେଣୁ ୟୁଜିସିର ଇ-ସିଗାରେଟ୍‌ ଉପରେ ପ୍ରତିବନ୍ଧକ କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ।

ଇ- ସିଗାରେଟ୍‌୍‌ କ’ଣ
ଇ- ସିଗାରେଟ୍‌ ହେଉଛି ଏକ ନିଶାଯୁକ୍ତ ଧୂଆଁ। ଏହା ଇଲେକ୍ଟ୍ରୋନିକ ଡିଭାଇସ୍‌ ମାଧ୍ୟମରେ ତରଳ ନିଶାଯୁକ୍ତ ପଦାର୍ଥକୁ ଗରମ କରାଯାଇ ଏଥିରୁ ସୃଷ୍ଟ ଧୂଅଁାକୁ ପ୍ରଶ୍ୱାସରେ ନିଆଯାଇଥାଏ। ଏହି ଧୂଅଁା ନିକୋଟିନ୍‌ ଏବଂ ବିଭିନ୍ନ ସ୍ବାଦଯୁକ୍ତ ହୋଇଥାଏ। ଏହା ଶରୀର ପାଇଁ କ୍ଷତିକାରକ। ଇ-ସିଗାରେଟ୍‌ ବିଭିନ୍ନ ପ୍ରକାରରେ ଆସିଥାଏ, ଯଥା ସିଗାରେଟ୍‌, ସିଗାର, ପାଇପ୍‌ସ, ପେନ୍‌, ୟୁଏସ୍‌ବି ଷ୍ଟିକ୍‌ ଇତ୍ୟାଦି। ତରଳ ବା ଇ-ଜୁସ୍‌ରେ ସାଧାରଣଭାବେ ନିକୋଟିନ, ପ୍ରୋପିଲିନ୍‌ ଗ୍ଲାଇକଲ, ଭେଜିଟେବଲ ଗ୍ଲିସେରିନ୍‌ ଏବଂ ଅନ୍ୟ ଉପାଦାନ ରହିଥାଏ। ଏହା ଅତ୍ୟଧିକ ନିଶାପ୍ରବଣ କରାଇବା ସହ ଯୁବଗୋଷ୍ଠୀଙ୍କ ମସ୍ତିଷ୍କକୁ ନକାରାତ୍ମକ ଦିଗରେ ପ୍ରବର୍ତ୍ତାଇଥାଏ।

କେନ୍ଦ୍ର ସରକାର ଇ-ସିଗାରେଟ୍‌କୁ ନିଷିଦ୍ଧ ଘୋଷଣା କରିବା ସହ ଇଲେକ୍ଟ୍ରୋନିକ ସିଗାରେଟ୍‌ ପ୍ରୋହିବିଶନ ଆକ୍ଟ -୨୦୧୯ ଲାଗୁ କରିଛନ୍ତି। ଏପରି କି ଇ-ସିଗାରେଟ୍‌ର କୁପ୍ରଭାବ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରାଯାଉଛି। ଉଚ୍ଚ ଶିକ୍ଷାନୁଷ୍ଠାନ ପରିସରକୁ ଇ-ସିଗାରେଟ୍‌ମକ୍ତ କରିବାକୁ ୟୁଜିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନ ପରିସରରେ ଯେପରି କଡ଼ାକଡ଼ି ଭାବେ ଏହାକୁ ରୋକାଯାଇପାରିବ, ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ।
– ରଞ୍ଜନ କୁମାର ମହାନ୍ତି, ଆବାହକ, କୋଆଲିଶନ ଫର୍‌ ଟବାକୋ ଫ୍ରି ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?