ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ। ରାୟଗଡ଼ା ବାଇପାସ୍‌ ରାସ୍ତାସ୍ଥିତ ବାରିଝୋଲା ପଡ଼ିଆରେ ବୁଧବାର ଭାଜପାର ଜନସମାବେଶରେ ଯୋଗଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲା। ଆଗାମୀ ଦିନରେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରାଜନାଥ ସିଂହ।
ରାଜନାଥ ଜନସଭାକୁ ସମ୍ବୋଧନ କରି ରାଜ୍ୟର ବିଜେଡି ଓ କଂଗ୍ରେସ ସରକାରକୁ କଟାକ୍ଷ କରିଛନ୍ତି। କଂଗ୍ରେସ ସମୟରେ ଭ୍ରଷ୍ଟାଚାର ବଢ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ର ସରକାର ଦ୍ୱାରା ଦେଶରେ ଭ୍ରଷ୍ଟାଚାର କମିଛି। ବିଜେଡି ଏଠାରେ ୨୫ ବର୍ଷ ହେବ ଶାସନ କରୁଛି। ତଥାପି ଓଡ଼ିଶାକୁ ଏବେ ବି ଗରିବ ରାଜ୍ୟ ଭାବେ ବିବେଚନା କରାଯାଉଥିବା ରାଜନାଥ କହିଛନ୍ତି। ଆୟୁଷ୍ମାନ୍‌ ଭାରତ ଭଳି ଜନହିତକର ଯୋଜନା ଓଡ଼ିଶାରେ ଲାଗୁହେଉନାହିଁ। ଗରିବ ଲୋକେ ଆୟୁଷ୍ମାନ୍‌ ଭାରତ ଯୋଜନା ଦ୍ୱାରା ଉପକୃତ ହେବା ନେଇ ବିଜେଡି ଚାହୁଁନି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଜାତୀୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ସମ୍ବିଧାନ ପରିବର୍ତ୍ତନ ହେବ ବୋଲି କଂଗ୍ରେସ ମିଥ୍ୟା ପ୍ରଚାର କରୁଛି। କଂଗ୍ରେସ ଶାସନ କାଳରେ ହିଁ ଅନେକଥର ସମ୍ବିଧାନ ବଦଳିଛି ବୋଲି ସେ କହିଥିଲେ। ଓଡ଼ିଶାର ପରିବର୍ତ୍ତନ ପବନ ବହୁଛି। ସେ କହିଥିଲେ, ଭାଷଣରେ ଭ୍ରଷ୍ଟାଚାର କମିବ ନାହିଁ। ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭ୍ରଷ୍ଟାଚାର କମିବ, ଯାହା ଦେଶରେ ଭାଜପା ସରକାର କରି ଦେଖାଇଛି। ଭାଜପା ଯାହା କୁହେ ତାହା କରେ ବୋଲି ଅଭିଭାଷଣ ରଖି ମୋଦି ସରକାର ଆଜି ବିଶ୍ବରେ ଚର୍ଚ୍ଚାର ପରିଧିରେ ରହିଛି ବୋଲି କହିଥିଲେ।

ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ପଦ୍ମନାଭ ଦାସ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସଭା ସଦସ୍ୟ ଚୁରେଲଲ ଓରାସିଆ କାର୍ଯ୍ୟକ୍ରମରେ ଯୋଗଦାନ କରି ଓଡ଼ିଶାର ବିକାଶ କିଏ ଚୋରି କରିଛି ବୋଲି ପ୍ରଶ୍ନ କରିିଥିଲେ। କୋରାପୁଟ ଏମ୍‌ପି ପ୍ରାର୍ଥୀ କାଳିରାମ ମାଝୀ ନିଜ ଭାଷଣରେ ଆଦିବାସୀ ଅଞ୍ଚଳର ବିକାଶ କଥା ଉପସ୍ଥାପନ କରିଥିଲେ। ପାନୀୟ ଜଳର ଅଭାବ, ଗମନାଗମନ ପାଇଁ ରାସ୍ତା ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଖଣି ଲୁଟ୍‌ ଚାଲିଛି ବୋଲି କାଳିରାମ ଅଭିଯୋଗ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ ଆଦିମ ଜନଜାତି ସମ୍ପ୍ରଦାୟର ମହିଳାମାନେ ରାଜନାଥ ସିଂଙ୍କୁ କାପଡ଼ାଗୁନ୍ଦା ସାଲ୍‌ ଭେଟି ଦେଇଥିଲେ। ସେମାନଙ୍କ ସହ ରାଜନାଥ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ। ଭାଜପାର ଏହି ବିଜୟ ସଙ୍କଳ୍ପ ସମାବେଶରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?