Odisha Elections 2024

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ। ରାୟଗଡ଼ା ବାଇପାସ୍‌ ରାସ୍ତାସ୍ଥିତ ବାରିଝୋଲା ପଡ଼ିଆରେ ବୁଧବାର ଭାଜପାର ଜନସମାବେଶରେ ଯୋଗଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲା। ଆଗାମୀ ଦିନରେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରାଜନାଥ ସିଂହ।
ରାଜନାଥ ଜନସଭାକୁ ସମ୍ବୋଧନ କରି ରାଜ୍ୟର ବିଜେଡି ଓ କଂଗ୍ରେସ ସରକାରକୁ କଟାକ୍ଷ କରିଛନ୍ତି। କଂଗ୍ରେସ ସମୟରେ ଭ୍ରଷ୍ଟାଚାର ବଢ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ର ସରକାର ଦ୍ୱାରା ଦେଶରେ ଭ୍ରଷ୍ଟାଚାର କମିଛି। ବିଜେଡି ଏଠାରେ ୨୫ ବର୍ଷ ହେବ ଶାସନ କରୁଛି। ତଥାପି ଓଡ଼ିଶାକୁ ଏବେ ବି ଗରିବ ରାଜ୍ୟ ଭାବେ ବିବେଚନା କରାଯାଉଥିବା ରାଜନାଥ କହିଛନ୍ତି। ଆୟୁଷ୍ମାନ୍‌ ଭାରତ ଭଳି ଜନହିତକର ଯୋଜନା ଓଡ଼ିଶାରେ ଲାଗୁହେଉନାହିଁ। ଗରିବ ଲୋକେ ଆୟୁଷ୍ମାନ୍‌ ଭାରତ ଯୋଜନା ଦ୍ୱାରା ଉପକୃତ ହେବା ନେଇ ବିଜେଡି ଚାହୁଁନି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଜାତୀୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ସମ୍ବିଧାନ ପରିବର୍ତ୍ତନ ହେବ ବୋଲି କଂଗ୍ରେସ ମିଥ୍ୟା ପ୍ରଚାର କରୁଛି। କଂଗ୍ରେସ ଶାସନ କାଳରେ ହିଁ ଅନେକଥର ସମ୍ବିଧାନ ବଦଳିଛି ବୋଲି ସେ କହିଥିଲେ। ଓଡ଼ିଶାର ପରିବର୍ତ୍ତନ ପବନ ବହୁଛି। ସେ କହିଥିଲେ, ଭାଷଣରେ ଭ୍ରଷ୍ଟାଚାର କମିବ ନାହିଁ। ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭ୍ରଷ୍ଟାଚାର କମିବ, ଯାହା ଦେଶରେ ଭାଜପା ସରକାର କରି ଦେଖାଇଛି। ଭାଜପା ଯାହା କୁହେ ତାହା କରେ ବୋଲି ଅଭିଭାଷଣ ରଖି ମୋଦି ସରକାର ଆଜି ବିଶ୍ବରେ ଚର୍ଚ୍ଚାର ପରିଧିରେ ରହିଛି ବୋଲି କହିଥିଲେ।

ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ପଦ୍ମନାଭ ଦାସ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସଭା ସଦସ୍ୟ ଚୁରେଲଲ ଓରାସିଆ କାର୍ଯ୍ୟକ୍ରମରେ ଯୋଗଦାନ କରି ଓଡ଼ିଶାର ବିକାଶ କିଏ ଚୋରି କରିଛି ବୋଲି ପ୍ରଶ୍ନ କରିିଥିଲେ। କୋରାପୁଟ ଏମ୍‌ପି ପ୍ରାର୍ଥୀ କାଳିରାମ ମାଝୀ ନିଜ ଭାଷଣରେ ଆଦିବାସୀ ଅଞ୍ଚଳର ବିକାଶ କଥା ଉପସ୍ଥାପନ କରିଥିଲେ। ପାନୀୟ ଜଳର ଅଭାବ, ଗମନାଗମନ ପାଇଁ ରାସ୍ତା ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଖଣି ଲୁଟ୍‌ ଚାଲିଛି ବୋଲି କାଳିରାମ ଅଭିଯୋଗ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ ଆଦିମ ଜନଜାତି ସମ୍ପ୍ରଦାୟର ମହିଳାମାନେ ରାଜନାଥ ସିଂଙ୍କୁ କାପଡ଼ାଗୁନ୍ଦା ସାଲ୍‌ ଭେଟି ଦେଇଥିଲେ। ସେମାନଙ୍କ ସହ ରାଜନାଥ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ। ଭାଜପାର ଏହି ବିଜୟ ସଙ୍କଳ୍ପ ସମାବେଶରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri