ବାଉଁଶ ନୀତି

ବାଉଁଶରୁ ଅଧିକ ଲାଭ ପାଇବା ଲାଗି ନୀତି ଆୟୋଗ ଏକ ବ୍ୟାପକ ଯୋଜନା ଉପରେ କାମ କରୁଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ବାଉଁଶ ଚାଷ ଓ ଏହାର ବ୍ୟବହାରକୁ ବ୍ୟାପକ କରିବା ଲାଗି ନକ୍ସା ପ୍ରସ୍ତୁତ କରିବାକୁ ଆୟୋଗ ଦ୍ୱାରା ଅନେକ ବୈଠକ କରାଯାଇଛି। ଉପତ୍ାଦନ ବୃଦ୍ଧିକରି ବିଭିନ୍ନ କ୍ଷେତ୍ରରେ ବାଉଁଶର ବ୍ୟବହାରକୁ ବଢ଼ାଇବା ପାଇଁ ସମ୍ଭାବ୍ୟ ରଣନୀତିରେ ଏହାର ଚାଷ, ଉପତ୍ାଦନ, ପ୍ରକ୍ରିୟାକରଣ, ମାନକୀକରଣ ଓ ବ୍ୟବହାରକୁ ସାମିଲ କରିଥିବା ଜଣାପଡ଼ିଛି। ତେବେ ପ୍ରକୃତ କଥା ହେଉଛି, ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ ନ ହେବା ଲାଗି ସରକାର ବାଉଁଶରୁ ଜୈବ ଇନ୍ଧନ ଉପତ୍ାଦନ ପ୍ରତି ଆଗ୍ରହୀ ଥିବାରୁ ନୀତି ଆୟୋଗର ତପତ୍ରତା ପ୍ରକାଶ ପାଇଛି। ଏହି କାର୍ଯ୍ୟରେ ମାଲେସିଆ ପୃଥିବୀର ଅଗ୍ରଣୀ ଦେଶ ଭାବେ ପରିଚିତ। ଏଥିପାଇଁ ମାଲେସିଆ ବିଭିନ୍ନ ପ୍ରଜାତିର ବାଉଁଶ ଉପରେ ଅନେକ ଗବେଷଣାକରି ସଫଳ ହୋଇଛି। ନୀତି ଆୟୋଗର ଏହି ଯୋଜନା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ଭାରତରେ ଏ ଦିଗରେ ଏ ପର୍ଯ୍ୟନ୍ତ ଗବେଷଣା କରିବା ଲାଗି ସରକାର କିମ୍ବା କୌଣସି ବୃହତ୍‌ ଘରୋଇ କମ୍ପାନୀ ଅର୍ଥ ଖର୍ଚ୍ଚ କରିନାହାନ୍ତି ବୋଲି ଜଣାପଡ଼ିଛି। ସବୁବେଳେ ଅନ୍ୟ ଦେଶରେ କରାଯାଉଥିବା ପାଇଲଟ ପ୍ରୋଜେକ୍ଟକୁ ନିଜର ବୋଲି କହି ଉତ୍ତାରିବା ବା କପିକରିବା ଫଳରେ ସେଗୁଡ଼ିକର ଉନ୍ନତି ବା ଅପ୍‌ଗ୍ରେଡେଶନ ଭାରତରେ କରାଯାଉ ନ ଥିବାରୁ ଅନେକ ବାଧା ସୃଷ୍ଟି ହେଉଛି। ଉଲ୍ଲେଖନୀୟ ଯେ, ବାଉଁଶକୁ ଘାସ ଜାତୀୟ ଉଦ୍ଭିିଦ ପ୍ରଜାତିରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ୧୯୨୭ ଜଙ୍ଗଲ ଆଇନ ଅନୁଯାୟୀ ଏହାକୁ ଏକ ଗଛ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ୨୦୧୭ରେ ମୋଦି ସରକାର ଅମଳରେ ଜଙ୍ଗଲ ଆଇନରେ ସଂଶୋଧନ କରାଯାଇ ବାଉଁଶକୁ ଘାସ ଭାବେ ସ୍ଥାନିତ କରାଯାଇଛି। ଏହାକୁ କାଟିବା ଏବଂ ପରିବହନ କ୍ଷେତ୍ରରେ ଥିବା ବାଧା ହଟାଇବା ଲାଗି ଏଭଳି କରାଯାଇଥିଲା। ଲକ୍ଷ୍ୟ ଥିଲା ବାଉଁଶ ଚାଷ ବ୍ୟାପକ ହେବ ଓ ଲୋକମାନେ ଏହାର ଆର୍ଥିକ ଦିଗ ପ୍ରତି ଅଧିକ ଆକର୍ଷିତ ହେବେ। କିନ୍ତୁ ତାହା ଆଶାନୁରୂପ ହୋଇ ନ ଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି। ୨୦୧୮-୧୯ରେ ଜାତୀୟ ବାଉଁଶ ମିଶନର ପୁନର୍ଗଠନ ହେବା ପରେ ଉପତ୍ାଦକ ଓ ବାଉଁଶ ଶିଳ୍ପ ସହ ଜଡ଼ିତ ଅଂଶୀଦାରଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏହାର ଉପତ୍ାଦନରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ବାଉଁଶ ସମ୍ପଦରେ ସମୃଦ୍ଧ ଭାରତରେ ୧୪୮ ପ୍ରଜାତିର ବାଉଁଶ ଅଛି। ମୁଖ୍ୟତଃ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଜଙ୍ଗଲ ଓ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ଏହା ଅଧିକ ଦେଖାଦିଏ। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ଗାଁଗହଳିର ଘରୋଇ ଜମି କିମ୍ବା ସର୍ବସାଧାରଣ ଜମିରେ ମଧ୍ୟ ବାଉଁଶ ଚାଷ କରାଯାଏ। ବାଉଁଶ ଉପତ୍ାଦନ କ୍ଷେତ୍ରରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟ। ଏହି ୨ ଦେଶ ଓ ମ୍ୟାନ୍‌ମାରରେ ବିଶ୍ୱର ମୋଟ ବାଉଁଶ ଜମିର ୮୦% ରହିଛି। ଚାଇନା ବାଉଁଶ ଶିଳ୍ପ ଓ ଏହାର ଯୋଗାଣରେ ବିଶ୍ୱରେ ଆଧିତ୍ପତ୍ୟ ବିସ୍ତାର କରିଥିବାବେଳେ ଦ୍ୱିତୀୟ ଉପତ୍ାଦନକାରୀ ଦେଶ ଭାବେ ଭାରତ ଏଥିରେ ଆଖିଦୃଶିଆ ଅଗ୍ରଗତି କରିପାରିନାହିଁ। ଅପରପକ୍ଷରେ ବାଉଁଶ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଆମ ରାଜ୍ୟରେ ଦଶପଲ୍ଲା ବାଉଁଶ ଜଙ୍ଗଲ ଏହାର ଏକ ଉଦାହରଣ। କେବଳ ଯୋଜନା ଦ୍ୱାରା ସବୁକିଛି ସଫଳ ହେବ ବୋଲି ଆଶା କରିବା ବୃଥା। କାରଣ ଉତ୍ତର ପୂର୍ବ ରାଜ୍ୟ ଓ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳର ଲୋକମାନଙ୍କୁ ବାଦ୍‌ ଦେଲେ ଘରୋଇ ଭାବେ ବାଉଁଶ ଚାଷ ଓ ଏହାର ବ୍ୟବହାର କମୁଛି। ଅତୀତକୁ ଦେଖିଲେ ଗାଁ ଗହଳିରେ ସବୁଠି ବାଉଁଶର ବହୁଳ ବ୍ୟବହାର ଦେଖିବାକୁ ମିଳୁଥିଲା। ଘରର ଅନେକ ବ୍ୟବହାର୍ଯ୍ୟ ଉପକରଣଠାରୁ ଆରମ୍ଭକରି ଚାଷ, ଘର ନିର୍ମାଣ ଆଦି କ୍ଷେତ୍ରରେ ଏହା ବ୍ୟବହାର ହେଉଥିଲା। ଘରବାଡ଼ିରେ ବାଉଁଶ ବୁଦାଟିଏ ବି ଥିଲା। ଏବେ ତାହା ଦେଖିବାକୁ ମିଳୁନାହିଁ। ସରକାରୀ ଭାବେ ଜଙ୍ଗଲ ଜମିରେ ଯେତିକି କରାଯାଉଛି ତାହା ହିଁ ବାଉଁଶ ଚାଷର ପରିସୀମା। ସମଗ୍ର ଭାରତରେ ଏହି ଚାଷ ଲାଗି ଅନୁକୂଳ ପରିବେଶ ଥିବାବେଳେ ଏହାକୁ ସମ୍ପ୍ରସାରିତ କରିବାରେ ସରକାରୀ ଉଦ୍ୟମ ବ୍ୟତୀତ ଘରୋଇ ଭାଗୀଦାରି ଆବଶ୍ୟକ। ଅନ୍ୟପକ୍ଷରେ ଭାରତରେ ବିଶ୍ୱର ସବୁଠୁ ନିପୁଣ ବାଉଁଶ କାରିଗର ସମ୍ପ୍ରଦାୟ ଅଛନ୍ତି, ହେଲେ ସେମାନେ ପ୍ରାୟତଃ ଆର୍ଥିକ ଅନଗ୍ରସର ବର୍ଗର । ଏଭଳି ପ୍ରଚ୍ଛଦପଟରେ ନୀତି ଆୟୋଗ ଦେଶର ବାସ୍ତବତାଠାରୁ ଯଥେଷ୍ଟ ଦୂରରେ ଯାଇ ବିଭିନ୍ନ ନୀତି ସୃଷ୍ଟି କରିବା ପାଇଁ ଚେଷ୍ଟିତ ଭଳି ମନେହୁଏ। ବାଉଁଶରୁ ଇନ୍ଧନ ସୃଷ୍ଟି କରିବା କେବଳ ଆକର୍ଷଣୀୟ ଶୁଣାଯାଉନାହିଁ, ସେଥିରୁ ଅର୍ଥନୈତିକ ଉନ୍ନତି ମଧ୍ୟ କରାଯାଇପାରିବ ଯେଉଁଥିରେ ବାଉଁଶ ଚାଷକୁ ପ୍ରଥମେ ପ୍ରୋତ୍ସାହନ ଦେବା ଆବଶ୍ୟକ। ତାହା ନ ହେବା ପର୍ଯ୍ୟନ୍ତ ସବୁ ନୀତି ଅବାସ୍ତବ ବୋଲି କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri