ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ ନିୟମ ଅନୁସାରେ ୫ ରୁ ୭ ବର୍ଷରୁ ଊର୍ଦ୍ଧ୍ୱ ବାଉଁଶ କାଟି ବନ ନିଗମ ମାଧ୍ୟମରେ ଜୟପୁରର ସେବା ପେପର ମିଲ୍‌, ରାୟଗଡ଼ା ଜେକେ ପେପର ମିଲ୍‌, ବ୍ରଜରାଜନଗର ପେପର ମିଲ୍‌ ଓ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର ପେପର ମିଲ୍‌ ଆଦିକୁ ବିକ୍ରିକରି ଓଡ଼ିଶାକୁ କୋଟି କୋଟି ଟଙ୍କାର ରାଜସ୍ବ ମିଳୁଥିଲା। ଅନ୍ୟପକ୍ଷରେ ଜିଲାରେ ବାଉଁଶ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକର ଶ୍ରମିକମାନେ ବାଉଁଶ କାଟିବାରେ ନିୟୋଜିତ ହୋଇ ବେଶ୍‌ ଅର୍ଥ ଉପାର୍ଜନ କରୁଥିଲେ। ଅନେକ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ବାଉଁଶ ତିଆରି ସାମଗ୍ରୀ ଯଥା ଡାଲା, କୁଲା, ଟୋକେଇ ଓ ଝୁଡ଼ି ସମେତ ଅନେକ ଘରସଜ୍ଜା ଉପକରଣ ତିଆରି କରୁଥିଲେ। ଏହାକୁ ବଜାରରେ ବିକ୍ରିକରି ନିଜର ପରିବାର ଚଳାଇ ଆସୁଥିଲେ। ଏଥିସହ ବାଉଁଶରେ ଘର ଛପର ଓ ତିଆରି ମଧ୍ୟ କରୁଥିଲେ ା ବାଉଁଶ ବୁଦାରୁ ପ୍ରତିବର୍ଷ ପୁରୁଣା ଏବଂ ଖୁଣ୍ଟା ବାଉଁଶ କଟାଯାଇଥାଏ ା ଫଳରେ ଏହି ବାଉଁଶ ଖଣ୍ଟାରେ ନୂତନ କରଡି ବାହାରି ୩ ରୁ ୫ ବର୍ଷ ମଧ୍ୟରେ ୫୦ ରୁ ୬୦ ଫୁଟ ଲମ୍ବ ବାଉଁଶ ବଢ଼ିଥାଏ।
୨୦୦୮ରେ ମାଲକାନଗିରି ଜିଲାରେ ପ୍ରଚୁର ପରିମାଣରେ ବାଉଁଶ କଟାଯାଉଥିବା କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳରେ ମାଓବାଦୀଙ୍କ ଭୟରେ ବାଉଁଶ କଟା ବନ୍ଦ ହୋଇଯାଇଥିଲା। ଫଳରେ ଆଜି ପର୍ଯ୍ୟନ୍ତ କୌଣସି ପେପର ମିଲ୍‌ ବାଉଁଶ କିଣୁ ନ ଥିବାରୁ ବନ ନିଗମ ଦ୍ୱାରା ବାଉଁଶ କଟାଯିବା ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ବାଉଁଶ ଗଛରେ ଫୁଲ ଫୁଟିବା ଦ୍ୱାରା ସେହି ବୁଦାଟି ସମ୍ପୂର୍ଣ୍ଣ ମରିଯାଇଥାଏ ା ଅନ୍ୟପକ୍ଷରେ ନିକଟସ୍ଥ ଗ୍ରାମବାସୀ ସମତଳ ଅଞ୍ଚଳରେ ଥିବା ବାଉଁଶଗୁଡ଼ିକୁ କାଟି ନିଜେ ବ୍ୟବହାର କରିବା ସହ ବର୍ଷାଋତୁରେ ବାଉଁଶ କରଡ଼ିକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଜଙ୍ଗଲରେ ଥିବା ବାଉଁଶ ଗୁଡ଼ିକ ପ୍ରାୟତଃ ନଷ୍ଟହେଉଛି। ବିଶେଷକରି ଗ୍ରୀଷ୍ଣଋତୁରେ ଜଙ୍ଗଲରେ ନିଅଁା ଲାଗିବା ଦ୍ୱାରା ଅନେକ ବୁଦା ପୋଡ଼ି ନଷ୍ଟହୋଇଯାଉଥିବାରୁ ତାହା ଆଉ ବଞ୍ଚୁ ନାହିଁ। ଏବେବି କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳର ୩୦ ପଞ୍ଚାୟତରେ ଥିବା ବାଉଁଶ ଜଙ୍ଗଲ ପୂର୍ବଭଳି ଆଉ ଦେଖିବାକୁ ମିଳୁନାହିଁ। ଯାହା କିଛି ଗଛ ଅଛି ତାହା କେବଳ ପର୍ବତ ଉପରେ ଦେଖାଯାଉଥିଲେ ମଧ୍ୟ ସେଠାରୁ ସଂଗ୍ରହ କରିବା ସମ୍ଭବ ହେଉ ନ ଥିବାରୁ ସେଗୁଡିକ ଶୁଖି ପୋଡ଼ି ନିଆଁ ଲାଗିଯାଉଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାରୁ ମାଲକାନଗିରି ଜିଲାରୁ ବାଉଁଶ କରଡ଼ି ସଂଗ୍ରହ କରାଯାଇ ଅନ୍ୟ ଜିଲାକୁ ବ୍ୟବସାୟୀମାନେ ବିକ୍ରି କରିବାକୁ ନେଉଥିବାରୁ ବାଉଁଶଗଛ ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ଫଳରେ ଗ୍ରାମ ନିକଟରେ କିମ୍ବା ଜଙ୍ଗଲରେ ଆଉ ପୂର୍ବଭଳି ବାଉଁଶ ଜଙ୍ଗଲ ଦେଖିବାକୁ ମିଳୁନାହିଁ। ଯେଉଁ ଆଦିବାସୀମାନେ ଓ ତାଙ୍କ ପୂର୍ବ ପୁରୁଷ ବାଉଁଶ ସାମଗ୍ରୀ ବିକ୍ରି କରୁଥିଲେ ସେମାନେ ଆଜି ନିଜର କୌଳିକ ବୃତ୍ତି ହରାଇ ବସିଛନ୍ତି ।
ମାଲକାନଗିରି ସଦର ମହକୁମା ସିନ୍ଧ୍ରିମାଳ ପଞ୍ଚାୟତ ଦରାଗୁଡ଼ା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରିକରି ମାଲକାନଗିରି, ପଦ୍ମଗିରି ଓ କୋରୁକୋଣ୍ଡା ଆଦି ସାପ୍ତାହିକ ବଜାରରେ ବିକ୍ରି କରି ଅର୍ଥ ରୋଜଗାର କରୁଥିଲେ। ବାଉଁଶ ନ ମିଳିବାରୁ ସେମାନେ ନିଜ କୌଳିକ ବୃତ୍ତି ବଜାୟ ରଖିବା କଷ୍ଟକର ହୋଇପଡୁଛି। ଏନେଇ ଗ୍ରାମର ଲକ୍ଷ୍ମୀ ହନ୍ତାଳ, ସନୁ ଖିଲ, ଗୁରୁ ଖିଲ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ସରକାର ଯଦି ବାଉଁଶ ଯୋଗାଇ ଦିଅନ୍ତେ କିମ୍ବା ଗଁା ପାଖରେ ଥିବା ଉଜୁଡ଼ା ଜଙ୍ଗଲରେ ବାଉଁଶ ଗଛ ଲଗାନ୍ତେ ତେବେ କୌଳିକ ବୃତ୍ତି ବଞ୍ଚାଇ ରଖିବା ସହଜ ହୁଅନ୍ତା।
୨୦୦୬ରେ ଜିଲା ପ୍ରଶାସନ ପକ୍ଷରୁ ବାଉଁଶରେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତି ପାଇଁ ଗ୍ରାମର ମହିଳା ଓ ପୁରୁଷଙ୍କୁ ତାଲିମ ଦିଆଯାଇଥିଲା। ଫଳରେ ସେମାନେ ବାଉଁଶରେ ଉନ୍ନତମାନର ସାମଗ୍ରୀ ତିଆରିକରି ଜିଲା ଏବଂ ବାହାରେ ପ୍ରଦର୍ଶନୀଗୁଡ଼ିକୁ ନେଇ ବିକ୍ରି କରିଥିଲେ। ୨୦୦୬ ପରଠାରୁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହଯୋଗ ପ୍ରଶାସନ ପକ୍ଷରୁ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ମାଲକାନଗିର ବନାଞ୍ଚଳ ଅଧିକାରୀ ଜଗନ୍ନାଥପ୍ରସାଦ ବିଶୋଇ କହିଛନ୍ତି, ଉଜୁଡ଼ା ବାଉଁଶ ଜଙ୍ଗଲକୁ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ବାଉଁଶ ବୁଦା ଗୁଡିକର ଚତୁଃପାର୍ଶ୍ୱରେ ମାଟି ଦିଆଯିବା ସହ ପୁରୁଣା ଖୁଣ୍ଟ, ପୋକା ଅଦରକାରୀ କଣି, ସଫା କରାଯାଉଛି ା କିନ୍ତୁ ସ୍ଥାନୀୟ ଲୋକମାନେ ବର୍ଷାଦିନ ଆରମ୍ଭରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରିବା ପାଇଁ ଉପାଡି ନେଇ ଯାଉଥିବାରୁ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ହୋଇପାରୁନାହିଁ। ଏଥିପାଇଁ ସ୍ବତନ୍ତ୍ର ବାଉଁଶ ଉନ୍ନୟନ ପ୍ରକଳ୍ପ ଗଠନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ କମିଟି ମାଧ୍ୟମରେ କିପରି ବାଉଁଶ ଜଙ୍ଗଲର ଉନ୍ନତି ହେବ ସେ ସମ୍ବନ୍ଧରେ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri