ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ ନିୟମ ଅନୁସାରେ ୫ ରୁ ୭ ବର୍ଷରୁ ଊର୍ଦ୍ଧ୍ୱ ବାଉଁଶ କାଟି ବନ ନିଗମ ମାଧ୍ୟମରେ ଜୟପୁରର ସେବା ପେପର ମିଲ୍‌, ରାୟଗଡ଼ା ଜେକେ ପେପର ମିଲ୍‌, ବ୍ରଜରାଜନଗର ପେପର ମିଲ୍‌ ଓ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର ପେପର ମିଲ୍‌ ଆଦିକୁ ବିକ୍ରିକରି ଓଡ଼ିଶାକୁ କୋଟି କୋଟି ଟଙ୍କାର ରାଜସ୍ବ ମିଳୁଥିଲା। ଅନ୍ୟପକ୍ଷରେ ଜିଲାରେ ବାଉଁଶ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକର ଶ୍ରମିକମାନେ ବାଉଁଶ କାଟିବାରେ ନିୟୋଜିତ ହୋଇ ବେଶ୍‌ ଅର୍ଥ ଉପାର୍ଜନ କରୁଥିଲେ। ଅନେକ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ବାଉଁଶ ତିଆରି ସାମଗ୍ରୀ ଯଥା ଡାଲା, କୁଲା, ଟୋକେଇ ଓ ଝୁଡ଼ି ସମେତ ଅନେକ ଘରସଜ୍ଜା ଉପକରଣ ତିଆରି କରୁଥିଲେ। ଏହାକୁ ବଜାରରେ ବିକ୍ରିକରି ନିଜର ପରିବାର ଚଳାଇ ଆସୁଥିଲେ। ଏଥିସହ ବାଉଁଶରେ ଘର ଛପର ଓ ତିଆରି ମଧ୍ୟ କରୁଥିଲେ ା ବାଉଁଶ ବୁଦାରୁ ପ୍ରତିବର୍ଷ ପୁରୁଣା ଏବଂ ଖୁଣ୍ଟା ବାଉଁଶ କଟାଯାଇଥାଏ ା ଫଳରେ ଏହି ବାଉଁଶ ଖଣ୍ଟାରେ ନୂତନ କରଡି ବାହାରି ୩ ରୁ ୫ ବର୍ଷ ମଧ୍ୟରେ ୫୦ ରୁ ୬୦ ଫୁଟ ଲମ୍ବ ବାଉଁଶ ବଢ଼ିଥାଏ।
୨୦୦୮ରେ ମାଲକାନଗିରି ଜିଲାରେ ପ୍ରଚୁର ପରିମାଣରେ ବାଉଁଶ କଟାଯାଉଥିବା କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳରେ ମାଓବାଦୀଙ୍କ ଭୟରେ ବାଉଁଶ କଟା ବନ୍ଦ ହୋଇଯାଇଥିଲା। ଫଳରେ ଆଜି ପର୍ଯ୍ୟନ୍ତ କୌଣସି ପେପର ମିଲ୍‌ ବାଉଁଶ କିଣୁ ନ ଥିବାରୁ ବନ ନିଗମ ଦ୍ୱାରା ବାଉଁଶ କଟାଯିବା ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ବାଉଁଶ ଗଛରେ ଫୁଲ ଫୁଟିବା ଦ୍ୱାରା ସେହି ବୁଦାଟି ସମ୍ପୂର୍ଣ୍ଣ ମରିଯାଇଥାଏ ା ଅନ୍ୟପକ୍ଷରେ ନିକଟସ୍ଥ ଗ୍ରାମବାସୀ ସମତଳ ଅଞ୍ଚଳରେ ଥିବା ବାଉଁଶଗୁଡ଼ିକୁ କାଟି ନିଜେ ବ୍ୟବହାର କରିବା ସହ ବର୍ଷାଋତୁରେ ବାଉଁଶ କରଡ଼ିକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଜଙ୍ଗଲରେ ଥିବା ବାଉଁଶ ଗୁଡ଼ିକ ପ୍ରାୟତଃ ନଷ୍ଟହେଉଛି। ବିଶେଷକରି ଗ୍ରୀଷ୍ଣଋତୁରେ ଜଙ୍ଗଲରେ ନିଅଁା ଲାଗିବା ଦ୍ୱାରା ଅନେକ ବୁଦା ପୋଡ଼ି ନଷ୍ଟହୋଇଯାଉଥିବାରୁ ତାହା ଆଉ ବଞ୍ଚୁ ନାହିଁ। ଏବେବି କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳର ୩୦ ପଞ୍ଚାୟତରେ ଥିବା ବାଉଁଶ ଜଙ୍ଗଲ ପୂର୍ବଭଳି ଆଉ ଦେଖିବାକୁ ମିଳୁନାହିଁ। ଯାହା କିଛି ଗଛ ଅଛି ତାହା କେବଳ ପର୍ବତ ଉପରେ ଦେଖାଯାଉଥିଲେ ମଧ୍ୟ ସେଠାରୁ ସଂଗ୍ରହ କରିବା ସମ୍ଭବ ହେଉ ନ ଥିବାରୁ ସେଗୁଡିକ ଶୁଖି ପୋଡ଼ି ନିଆଁ ଲାଗିଯାଉଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାରୁ ମାଲକାନଗିରି ଜିଲାରୁ ବାଉଁଶ କରଡ଼ି ସଂଗ୍ରହ କରାଯାଇ ଅନ୍ୟ ଜିଲାକୁ ବ୍ୟବସାୟୀମାନେ ବିକ୍ରି କରିବାକୁ ନେଉଥିବାରୁ ବାଉଁଶଗଛ ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ଫଳରେ ଗ୍ରାମ ନିକଟରେ କିମ୍ବା ଜଙ୍ଗଲରେ ଆଉ ପୂର୍ବଭଳି ବାଉଁଶ ଜଙ୍ଗଲ ଦେଖିବାକୁ ମିଳୁନାହିଁ। ଯେଉଁ ଆଦିବାସୀମାନେ ଓ ତାଙ୍କ ପୂର୍ବ ପୁରୁଷ ବାଉଁଶ ସାମଗ୍ରୀ ବିକ୍ରି କରୁଥିଲେ ସେମାନେ ଆଜି ନିଜର କୌଳିକ ବୃତ୍ତି ହରାଇ ବସିଛନ୍ତି ।
ମାଲକାନଗିରି ସଦର ମହକୁମା ସିନ୍ଧ୍ରିମାଳ ପଞ୍ଚାୟତ ଦରାଗୁଡ଼ା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରିକରି ମାଲକାନଗିରି, ପଦ୍ମଗିରି ଓ କୋରୁକୋଣ୍ଡା ଆଦି ସାପ୍ତାହିକ ବଜାରରେ ବିକ୍ରି କରି ଅର୍ଥ ରୋଜଗାର କରୁଥିଲେ। ବାଉଁଶ ନ ମିଳିବାରୁ ସେମାନେ ନିଜ କୌଳିକ ବୃତ୍ତି ବଜାୟ ରଖିବା କଷ୍ଟକର ହୋଇପଡୁଛି। ଏନେଇ ଗ୍ରାମର ଲକ୍ଷ୍ମୀ ହନ୍ତାଳ, ସନୁ ଖିଲ, ଗୁରୁ ଖିଲ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ସରକାର ଯଦି ବାଉଁଶ ଯୋଗାଇ ଦିଅନ୍ତେ କିମ୍ବା ଗଁା ପାଖରେ ଥିବା ଉଜୁଡ଼ା ଜଙ୍ଗଲରେ ବାଉଁଶ ଗଛ ଲଗାନ୍ତେ ତେବେ କୌଳିକ ବୃତ୍ତି ବଞ୍ଚାଇ ରଖିବା ସହଜ ହୁଅନ୍ତା।
୨୦୦୬ରେ ଜିଲା ପ୍ରଶାସନ ପକ୍ଷରୁ ବାଉଁଶରେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତି ପାଇଁ ଗ୍ରାମର ମହିଳା ଓ ପୁରୁଷଙ୍କୁ ତାଲିମ ଦିଆଯାଇଥିଲା। ଫଳରେ ସେମାନେ ବାଉଁଶରେ ଉନ୍ନତମାନର ସାମଗ୍ରୀ ତିଆରିକରି ଜିଲା ଏବଂ ବାହାରେ ପ୍ରଦର୍ଶନୀଗୁଡ଼ିକୁ ନେଇ ବିକ୍ରି କରିଥିଲେ। ୨୦୦୬ ପରଠାରୁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହଯୋଗ ପ୍ରଶାସନ ପକ୍ଷରୁ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ମାଲକାନଗିର ବନାଞ୍ଚଳ ଅଧିକାରୀ ଜଗନ୍ନାଥପ୍ରସାଦ ବିଶୋଇ କହିଛନ୍ତି, ଉଜୁଡ଼ା ବାଉଁଶ ଜଙ୍ଗଲକୁ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ବାଉଁଶ ବୁଦା ଗୁଡିକର ଚତୁଃପାର୍ଶ୍ୱରେ ମାଟି ଦିଆଯିବା ସହ ପୁରୁଣା ଖୁଣ୍ଟ, ପୋକା ଅଦରକାରୀ କଣି, ସଫା କରାଯାଉଛି ା କିନ୍ତୁ ସ୍ଥାନୀୟ ଲୋକମାନେ ବର୍ଷାଦିନ ଆରମ୍ଭରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରିବା ପାଇଁ ଉପାଡି ନେଇ ଯାଉଥିବାରୁ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ହୋଇପାରୁନାହିଁ। ଏଥିପାଇଁ ସ୍ବତନ୍ତ୍ର ବାଉଁଶ ଉନ୍ନୟନ ପ୍ରକଳ୍ପ ଗଠନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ କମିଟି ମାଧ୍ୟମରେ କିପରି ବାଉଁଶ ଜଙ୍ଗଲର ଉନ୍ନତି ହେବ ସେ ସମ୍ବନ୍ଧରେ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri