Advertisement
Posted inଖେଳ

ବାମଣ୍ଡା କପ୍‌: କଟକକୁ ହରାଇ ଝାରସୁଗୁଡ଼ା ଫାଇନାଲରେ

ଦେବଗଡ଼,୩୦।୧୨:(ଡି.ଏନ୍‌.ଏ.): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଳିଥିବା ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ପ୍ରୋଗ୍ରେସିଭ ଝାରସୁଗୁଡ଼ା ଏବଂ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଝାରସୁଗୁଡ଼ା ଦଳ କଟକକୁ ୭୦ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଝାରସୁଗୁଡ଼ା ଦଳ ଟସ୍‌ ଜିତି ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଦଳ ପକ୍ଷରୁ ଦିନେଶ ମାଝୀ ୪୩ଟି ବଲରେ ୭୬ ରନ୍‌ କରିଥିବା ବେଳେ ପୁଷ୍କର ରାଜ ୧୯ ବଲରେ ୩୩ ରନ୍‌ କରିଥିଲେ। କଟକର ପ୍ରଶାନ୍ତ ରାଣା ସର୍ବାଧିକ ୨ ଉଇକେଟ ନେଇଥିଲେ।

ଜବାବରେ କଟକ ଦଳ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୨୯ ରନ୍‌ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ବିନାୟକ ସାହୁ ୩୨ ଓ ସତ୍ୟଜତି ଦଳାଇ ୨୧ ରନ୍‌ କରିଥିବା ବେଳେ ଝାରସୁଗୁଡ଼ା ଦଳର ଓମ ସିଂ ୩ଟି ଏବଂ ପ୍ରେମ ଭରଦ୍ବାଜ ୨ଟି ଉଇକେଟ ନେଇଥିଲେ। ଝାରସୁଗୁଡ଼ା ଦଳର ଦିନେଶ ମାଝୀ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଏବଂ ଶ୍ରେଷ୍ଠ ବୋଲର ଭାବେ ଓମ୍‌ ସିଂଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବର ଉପସଭାପତି ଅଶୋକ ନନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତାଞ୍ଜାନିଆର ଭାରତୀୟ ରାଷ୍ଟ୍ରଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ ଓ ଭୋଳେଶର ପ୍ରଧାନ ଯୋଗଦେଇ ଉଦ୍‌ବୋଧନ ଦେବା ସହ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବେ ନାହିଁ ରୋହିତ: ବୁମ୍‌ରା ଅଧିନାୟକ!

ଲଣ୍ଡନ,୨୯।୬: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। କରୋନା ଆକ୍ରାନ୍ତ ଥିବା ରୋହିତ ଶର୍ମା ପଞ୍ଚମ ଟେଷ୍ଟରେ...

ଫାଓ ଲିଗ୍‌ ଆରମ୍ଭ: ସ୍ପୋର୍ଟ୍ସ ହଷ୍ଟେଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫାଓ(ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ଲିଗ୍‌ ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ୧-୦...

ବିଶ୍ୱର ୧୦ ନମ୍ବର ଦଳ ଆଗରେ ଚିତ୍‌ପଟାଙ୍ଗ୍‌ ଅଷ୍ଟ୍ରେଲିଆ

ଢାକା,୫।୮: ଟି -୨୦ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। ଅଷ୍ଟ୍ରେଲିଆ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ ହାରିଛି।...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

ମୁଣ୍ଡରେ କ୍ଷୀର ଗ୍ଲାସ ରଖି ପହଁରିଲେ ଅଲିମ୍ପିକ ଚାମ୍ପିୟନ କେଟୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୪।୮: କେଟି ଲେଡେସ୍କି। ଆମେରିକାର ଏହି ପ୍ରତିଭାବାନ ସନ୍ତରଣକାରୀ ବିଶ୍ୱ ସନ୍ତରଣରେ ଜଣେ ଜଣାଶୁଣା ଚେହେରା। ମାତ୍ର ୨୩ ବର୍ଷ ବୟସରେ କେଟୀ ୫ଟି...

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ...

ଦକ୍ଷିଣ ଏସିଆ କରାଟେରେ ଭାଗନେବେ ଭାଲେଣ୍ଟିନା, ବ୍ରତତୀ, ମଧୁପ୍ରିୟା

ଭୁବନେଶ୍ୱର, ୨୬।୧୧(ସ୍ପୋଟର୍‌ସ ବ୍ୟୁରୋ): ଶ୍ରୀଲଙ୍କାର କଲମ୍ବୋଠାରେ ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶାର ଭାଲେନା ଭାଲେଣ୍ଟିନା, ବ୍ରତତି...

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ...

Advertisement
Archives

Model This Week