ଦଶରଥପୁରରେ ଲୁଟିନେଲେ ବାଲଟ ପେପର

ଦଶରଥପୁର,୧୮।୨(ଡି.ଏନ.ଏ.): ଯାଜପୁର ଜିଲାରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ବୁଥ କ୍ୟାପଚରିଂ ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ବୁଥ ନମ୍ବର ୨ ଓ ୩ରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ପଶି ବାଲଟ ପେପର ଛଡେଇ ନେଇଛନ୍ତି। ଫଳରେ ମତଦାନ ବନ୍ଦ ରହିଛି। ମତଦାନରେ ପୁଣି ଅବ୍ୟବସ୍ଥା ଯାଜପୁର ଜିଲା ପୋଲିସର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।