ପାଇଖାନା ଘରେ ଚାଲିଛି ମଧ୍ୟାହ୍ନଭୋଜନ ରୋଷେଇ

ନୂଆଗାଁ, ୪।୧୧ (ଧନେଶ୍ୱର ସାହୁ): ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ଶିକ୍ଷାନୁଷ୍ଠାନର ସମସ୍ୟା ଦୂର କରିବା ସହ ଛାତ୍ରୀଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ବିକାଶ କରୁଥିବା କହୁଛନ୍ତି। କିନ୍ତୁ ସରକାରଙ୍କ ଶିକ୍ଷାନୁଷ୍ଠାନ ବିକାଶର ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ନିମନ୍ତେ ରୋଷେଇ ଘର ନ ଥିବାରୁ ପାଇଖାନା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଗୃହରେ ରୋଷେଇ କରାଯାଉଥିବା ଅଭିଯୋଗ ହେଉଛି।
ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଡିଜିଟାଲ ଶିକ୍ଷା ଦେବା, ସ୍କୁଲର ପରିବେଶକୁ ସଫାସୁତରା ରଖିବା ଆଦି କ୍ଷେତ୍ରରେ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ସରକାର ବ୍ୟୟ କରୁଛନ୍ତି। ଏପରିକି ଛାତ୍ରୀଛାତ୍ରଙ୍କ ନିମନ୍ତେ ମାଗଣା ପାଠ୍ୟ ପୁସ୍ତକ, ପୋଷାକ, ଜୋତା ଆଦି ମଧ୍ୟ ଯୋଗାଇ ଦେଉଛନ୍ତି। ସ୍କୁଲକୁ ସରସସୁନ୍ଦର କରିବା ସକାଶେ ୫-ଟି ଯୋଜନାରେ ରଙ୍ଗ କରି ସଡିବା ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ନୂଆଗଁା ବ୍ଲକ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ଘର ନ ଥିବା ବେଳେ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଉକ୍ତ ସ୍କୁଲର ପ୍ରଥମ ଶ୍ରେଣୀଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବା ପାଇଁ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ନିୟୋଜିତ ହୋଇଛନ୍ତି। ୨୦୦୯ ରେ ପ୍ରତିଷ୍ଠା ହୋଇଥିବା ଉକ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଘର ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ଭାର ନେଇଥିବା ଠିକାଦାର ରୋଷେଇ ଘରକୁ ଅଧପନ୍ତରିଆ ଭାବେ ନିର୍ମାଣ କରି ଛାଡି ଦେଇଛନ୍ତି। ରୋଷେଇ ଘରେ ଛାତ ପଡି ନ ଥିବାରୁ ସେଠାରେ ରୋଷେଇ କରାଯାଇ ପାରୁନାହିଁ। ତେଣୁ ସ୍କୁଲ ଗୃହ ନିର୍ମାଣ ସମୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ୨ ଟି ଶୌଚାଳୟ ଗୃହ ମଧ୍ୟରୁ ଗୋଟିଏକୁ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି। ତେବେ ରୋଷେଇ ଘର ଅଭାବ ଥିବା ସ୍କୁଲ କର୍ମଚାରୀ ବାରମ୍ବାର ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଶିକ୍ଷକ ଭିକାରୀ ଚରଣ ନାୟକ କହିଛନ୍ତି। ସେହିପରି ସ୍କୁଲ ନାମରେ ଅନେକ ଜମି ରହିଥିଲେ ମଧ୍ୟ ସ୍କୁଲରେ ପାଚେରୀ, ଖେଳ ପଡିଆ ଆଦି ଅନେକ ସମସ୍ୟା ରହିଛି। ହେଲେ କେହି ସ୍କୁଲ ପ୍ରତି ଦୃଷ୍ଟି ଦେଉ ନ ଥିବା ପ୍ରଧାନଶିକ୍ଷୟତ୍ରୀ ମମତାମଞରୀ ସାହୁ କହିଛନ୍ତି। ଶୌଚାଳୟ ଗୃହରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯିବା ବାବଦରେ ନୂଆଗଁା ବିଇଓ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରେ ଏ ସଂକ୍ରାନ୍ତରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇବି ଏବଂ ଶୀଘ୍ର ରୋଷେଇ ଘର ନିର୍ମାଣ କରାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri