ମନମୋହୁଛି ବାଲିଡ଼ିହା ଡ୍ୟାମ୍‌

ବାରିପଦା ଅଫିସ,୧୯।୮- ଋତୁ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଭରପୁର ଥିବା ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ବର୍ଷାଋତୁରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହୁଥିବା ଜିଲାର ଏକ ମନୋରମ ସ୍ଥାନ ହେଲା ବାରିପଦା ସହରଠାରୁ ୧୭ କି.ମି. ଦୂର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଲିଡ଼ିହା ଡ୍ୟାମ୍‌। ଏଠାକାର ବିଶାଳ ଜଳାଶ୍ରୟରୁ ନିର୍ଗତ ଜଳରାଶିର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲରେ ସାଇତି ରଖିବା ପାଇଁ ପ୍ରକୃତି ପ୍ରେମୀମାନେ ଭିଡ଼ ଜମାଉଛନ୍ତି। ସେଲ୍‌ଫି ଉଠାଇ ମଜା ନେଉଛନ୍ତି। ଜଳକ୍ରୀଡ଼ା, ସେଲ୍‌ଫିଜୋନ, ଆଲ୍‌ବମ ଓ ଫିଲ୍ମ ସୁଟିଂର ଆକର୍ଷଣ କେନ୍ଦ୍ର ପାଲଟିଛି ଏହି ଡ୍ୟାମ୍‌। ରାଜାରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଏହି ଡ୍ୟାମ୍‌ ଅଞ୍ଚଳକୁ ଜିଲା ତଥା ପଡ଼ୋଶୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ବୁଲିବାକୁ ଆସିଥାନ୍ତି। ତେବେ ଡ୍ୟାମ୍‌ ପରିସରରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଶିମିଳିପାଳର ପାହାଡ଼ ଚିରି ବୋହିଯାଉଥିବା ପଳପଳା ନଦୀରେ ୧୯୧୨ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାଲିଡିହା ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। କାମ ବଦଳରେ ଲୋକଙ୍କୁ ଖାଦ୍ୟ ଏବଂ ଚାଷୀଙ୍କୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ବିଦେଶୀ ଇଞ୍ଜିନିୟରଙ୍କ ଡିଜାଇନରେ ଏହାର ପରିକଳ୍ପନା କରାଯାଇଥିଲା। ବର୍ଷା ଦିନର ସଂରକ୍ଷିତ ଜଳକୁ ନିୟନ୍ତ୍ରିତ କରି ଚାଷଜମିକୁ ଜଳସେଚନ କରିବାର ବ୍ୟବସ୍ଥା ହୋଇଥିଲା। ତେବେ ଏଠାକାର ବନ୍ଧ ପୋତି ହୋଇଯାଇଥିବାରୁ ବର୍ଷର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଉଦ୍‌ବୃତ୍ତ ଜଳରାଶି ତଳକୁ ଥିବା ଥାକଥାକ ପାହାଚରେ ପଡ଼ି ବୋହିଯିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଜଳରାଶିର ସ୍ରୋତ ପ୍ରଖର ନ ଥିବାରୁ ଛୋଟବଡ଼ ସମସ୍ତେ ଏହାର ମଜା ନେଇଥାନ୍ତି। ଶିମିଳିପାଳର ସବୁଜ ବନାନୀ ସାଙ୍ଗକୁ ବିଶାଳ ଜଳରାଶି ଓ ନୀଳ ଆକଶ ତଳେ ବୁଲିବାର ମଜା ଏଠାରେ ନିଆରା ା ଆକାଶରେ ବର୍ଷା ଉଠିଲେ ବାଲିଡ଼ିହା ଡ୍ୟାମକୁ ପ୍ରକୃତି ରାଣୀ ସୁନ୍ଦର ମୁକୁଟ ପିନ୍ଧାଇ ଦେଉଥିତ୍ବା ଦୃଶ୍ୟମାନ ହୁଏ ବୋଲି ଡ୍ୟାମ୍‌ ବୁଲିବାକୁ ଆସିଥିବା ସରସ୍ବତୀ ନାୟକ, ସୁଚେତା ମହାନ୍ତି ଓ ଆନନ୍ଦି ପାଣି କହିିଛନ୍ତି। ସେହିପରି ଅପରାହ୍ନରେ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲୀ କିରଣ ଜଳରାଶିରେ ପଡ଼ିବା ଦୃଶ୍ୟ ମନ ମୋହିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, ବସିବା ଓ ରହିବା ପାଇଁ ସ୍ଥାନ ଓ ପିଇବା ପାଣିର ଆବଶ୍ୟକତା ରହିଛି ବୋଲି ସରୋଜ ନାୟକ, ଡେଜି ବାରିକ, ପୂଜା ପଟ୍ଟନାୟକ, ରତ୍ନମଞ୍ଜରୀ ବଳା ପ୍ରମୁଖ ପର୍ଯ୍ୟଟକ କହିଛନ୍ତି। କେବଳ ବର୍ଷା ଦିନ ନୁହେଁ ବର୍ଷ ତମାମ ଯେପରି ପର୍ଯ୍ୟଟକମାନେ ଏଠାକୁ ଆକର୍ଷିତ ହୋଇ ଆସିବେ ସେଥିନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମତପ୍ରକାଶ ପାଉଛି। ଡ୍ୟାମ୍‌ର ପୁନରୁଦ୍ଧାର ଓ ପରିବେଶ ସ୍ବଚ୍ଛ ରଖିବା ସହିତ ପାର୍କ ନିର୍ମାଣ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କଲେ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri