ବାଲିଯାତ୍ରା: ସମ୍ପୂର୍ଣ୍ଣ ଆୟବ୍ୟୟର ଅଡିଟ୍‌ ହେଉ

କଟକ ଅଫିସ,୧୯ା୧୧: ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ବାଲିଯାତ୍ରାରେ ଜିଲା ପ୍ରଶାସନ ମନମୁଖି କାର୍ଯ୍ୟକ୍ରମ କରିଥିବା ନେଇ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏହି ସମ୍ମିଳନୀରେ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ଚଳିତବର୍ଷ ବାଲିଯାତ୍ରା ୮ ଦିନ ପରିବର୍ତ୍ତେ ୯ ଦିନ ଓ ପରେ ଆଉ ଗୋଟିଏ ଦିନ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ୟ କାର୍ଯ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଷ୍ଟଲ ଓ ଅନ୍ୟ ଉପାୟରୁ କେତେ ଆୟ ହୋଇଛି, କେତେ ଟଙ୍କାର କାରବାର ହୋଇଛି ତାହା ସର୍ବ ସମ୍ମୁଖକୁ ଆସିବା ଆବଶ୍ୟକ ା କଟକ ଜିଲାର କେତେଜଣ ପ୍ରଶାସନିକ ଅଧିକାରୀ ମନମୁଖି କାର୍ଯ୍ୟ ଚଳାଇଛନ୍ତି। ତେଣୁ ସମ୍ପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ୍‌ କରାଯିବା ଆବଶ୍ୟକ। ଅଡିଟ୍‌ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି। ଏହାସହ ବାଲିଯାତ୍ରା ପାଇଁ ଅତିଥି ଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ପଥ ଉତ୍ସବରେ ରାଜନୀତୀକରଣ, ଅଶ୍ଳୀଳ ସଙ୍ଗୀତ ପରିବେଷଣ ଯାହା ରାଜ୍ୟବାସୀଙ୍କୁ ଶକ୍ତ ଆଘାତ ଦେଇଥିବା ଅଭିଯୋଗ ହୋଇଛି ା ଏହାଛଡ଼ା ଉତ୍କଳ ଗୌରବ ମଧୁସୂଦନ ଦାସ ନଁାରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ନ ମିଳିବା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ପ୍ରୟାସ ଜାରି ରହିଛି ା ହେଲେ ଇତି ମଧ୍ୟରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ନିଅନ୍ତୁ ବୋଲି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦାବି ହୋଇଛି। ଏହି ସମ୍ମିଳନୀରେ ମହାନଗର ଶାନ୍ତି କମିଟି ସାଧାରଣ ସମ୍ପାଦକ ଭିକାରି ଦାସ, ସଭାପତି ଦେବେନ୍ଦ୍ର ସାହୁ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ ଓ ସମ୍ପାଦକ ପ୍ରଫୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା
ଏ ସମ୍ପର୍କରେ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି। ଆର୍ଥିକ ହେର୍‌ଫେର୍‌ ସମ୍ପର୍କରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଡିଟ୍‌ ହେଲେ ମୁଁ ସ୍ବାଗତ କରିବି। ଏ ନେଇ ସବୁ ରେକର୍ଡ ଅଛି ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ଏବର୍ଷ ବାଲିଯାତ୍ରା ସଫଳ ହୋଇଛି। ରାଜ୍ୟ ସରକାର ଯଦି ଅର୍ଥ ଯୋଗାଇ ନ ଥାନ୍ତେ, ତେବେ କେହି କୌଣସି ପ୍ରକାରର ଶ୍ରେୟ ନେଇ ପାରି ନଥାନ୍ତେ। ବାଲିଯାତ୍ରାର ସଫଳତାର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri