ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି ଆଗରେ ରହିଛି। ବାଲେଶ୍ୱରେ ବିଜେଡିକୁ ୩୪୨୭ ଭୋଟ ମିଳିଥିବା ବେଳେ ଭାଜପାକୁ ୨୮୧୨ ଓ କଂଗ୍ରେସ ୯୦୦ ଭୋଟ ପାଇଛି। ସେହିପରି ତିର୍ତ୍ତୋଲରେ ବିଜେଡି ୭୮୬୭, ଭାଜପା ୪୫୫୭ ଓ କଂଗ୍ରେସ ୧୦୫୭ଟି ଭୋଟ ପାଇଛି। ତେବେ ପ୍ରଥମ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ରହିଥିଲା।