ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍

ଭୁବନେଶ୍ୱର,୨୦।୭: ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଆସନ୍ତାକାଲି, ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି।

ସାହୁ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି ନିୟମ ଥାଇ ପାଳନ ହେଉନଥିବା ଦେଖାଯାଇଥିଲା। ବାଲେଶ୍ୱର ଓ ବଳଙ୍ଗାରେ ସମ୍ପ୍ରତି ଘଟିଥିବା କିଛି ଅଘଟଣ ପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ନିଷ୍ପତ୍ତି ନେଇଛି। ଖୋଲା ପାତ୍ରରେ ପେଟ୍ରୋଲ ଦେବା ଯୋଗୁଁ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଅଘଟଣ ଘଟୁଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି।

ବାଲେଶ୍ୱର ଓ ବଳଙ୍ଗାରେ ଘଟିଥିବା ଅଘଟଣ ସମ୍ପର୍କରେ ସୂଚନା ଅନୁଯାୟୀ, ଖୋଲା ପାତ୍ରରେ ପେଟ୍ରୋଲ ନେବା ସମୟରେ ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଜନମାନସରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାଗୁଡ଼ିକ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା। ତେଣୁ, ଏହାକୁ ରୋକିବା ପାଇଁ ଆସୋସିଏସନ ଏହି କଡ଼ା ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଏହା ସହିତ, ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରାଇବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ସୁରକ୍ଷା ସହ ପେଟ୍ରୋଲ ପମ୍ପରେ ଅଘଟଣ ରୋକିବାରେ ସହାୟକ ହେବ ବୋଲି ଆସୋସିଏସନ ଆଶା ରଖିଛି।

ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri