ଜାଗା ଅଭାବ, ବିକାଶ ଅଟକ

ବାଲେଶ୍ୱର ଅଫିସ, ୧୬ା୧୦: ବାଲେଶ୍ୱର ଜିଲାରେ ବିସ୍ତୃତ ସରକାରୀ ଜମି ରହିଥିଲେ ମଧ୍ୟ କାମରେ ଲାଗିପାରୁନାହିଁ। ସହର ଉପକଣ୍ଠରେ ଥିବା ଜମିକୁ ପ୍ରଭାବଶାଳୀ ଲୋକେ ଜବରଦଖଲରେ ରଖିଥିବାରୁ ଏକାଧିକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ସ୍ଥାନାଭାବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ବିକାଶମୂଳକ କାର୍ଯ୍ୟ ଆଗେଇପାରୁନାହିଁ।
ବାଲେଶ୍ୱରର ବିକାଶ ପାଇଁ ୨୦୦୫ରୁ ୨୦୧୫ ମଧ୍ୟରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍‌ ପ୍ରକଳ୍ପ ଘୋଷଣା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ବାଲେଶ୍ୱର ବଟାନିକାଲ ଗାର୍ଡେନ, ଗଣେଶ୍ୱରପୁରରେ ଜିଲାସ୍ତରୀୟ ଷ୍ଟାଡ଼ିୟମ୍‌, ନୂଆ ବସ୍‌ ଟର୍ମିନସ୍‌, ସହରର ଜନଗହଳି ଅଞ୍ଚଳରେ ଭେଣ୍ଡିଂ ଜୋନ୍‌, କଳାସଂସ୍କୃତି ସମ୍ମିଶ୍ରଣ ଫାଟକ, ରେମୁଣା ଗୋଲେଇ-ନୂଆପାଢ଼ୀ ରାସ୍ତାର ନବୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ, ଗୋପବନ୍ଧୁ ପାର୍କର ଉନ୍ନତୀକରଣ, ବ୍ୟାଡ୍‌ମିଣ୍ଟନ, ଟେନିସ୍‌ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର, ଅତ୍ୟାଧୁନିକ ସୁଇମିଂପୁଲ୍‌ ନିର୍ମାଣ ଭଳି ପ୍ରକଳ୍ପ ରହିଛି। ତେବେ ଏସବୁ ପ୍ରସ୍ତାବ ମଧ୍ୟରୁ କେତୋଟି ହାତଗଣତି ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅବଶିଷ୍ଟ ୧୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଘୋଷଣାରେ ହିଁ ଅଟକିଛି। କେବଳ ସେତିକି ନୁହେଁ, ୫ ଏକର ଜମିର ସ୍ମାର୍ଟ ପାର୍କଠାରୁ ଆରମ୍ଭକରି ବିଜ୍‌ନେସ୍‌ ଟାୱାର ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ ଯୋଜନା ଜମି ଅଭାବରୁ ହୋଇପାରୁନାହିଁ। ୨୦୨୦ରେ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ବେଳେ ଜିଲାର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଜିଲାକୁ ଅଧିକ ଗୁରୁତ୍ୱ ଦିଆଯାଇ ଅନେକ ପ୍ରକଳ୍ପ ମଧ୍ୟ ଆସିଛି। ମାତ୍ର ଏସବୁ ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ସ୍ଥାନ ନିରୂପଣ କରିବାରେ ବିଫଳ ହେବାରୁ ତାହା କାର୍ଯ୍ୟକାରୀ ହୋଇପାରୁନି। ବାଲେଶ୍ୱର ସହର ସମେତ ଉପକଣ୍ଠ ଅଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ ଅବସ୍ଥାରେ ଅଛି। ଜବରଦଖଲ ଉଚ୍ଛେଦ କରି ସେଠାରେ ଏହି ପ୍ରକଳ୍ପର କାମ ଆରମ୍ଭ କରାଯାଇପାରନ୍ତା। ସେହିପରି ବହୁ ସରକାରୀ ଜମି ଅଛି, ଯାହା କାମରେ ଆସୁନି। ତାହାକୁ ମଧ୍ୟ ଏହିସବୁ ପ୍ରକଳ୍ପ ପାଇଁ ବ୍ୟବହାର କରାଯାଇପାରନ୍ତା। କିନ୍ତୁ ଜିଲା ପ୍ରଶାସନର ଆନ୍ତରିକତାର ଅଭାବ ଓ ଉଦାସୀନତା ପାଇଁ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇପାରୁନାହିଁ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ଥିବା ସରକାରୀ ଜାଗାଗୁଡ଼ିକୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଏନେଇ ରୋଟାରିଆନ ସୁବ୍ରତ କର କହିଛନ୍ତି, ସହରରେ ବହୁ ପରିମାଣର ବ୍ୟବହାର ଉପଯୋଗୀ ସରକାରୀ ଜମି ଥିବା ସତ୍ତ୍ୱେ କାମରେ ଲାଗିପାରୁନି। ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୩ ଏକର ସରକାରୀ ଜମିରେ ପୋଲିସ କଲୋନୀ ଅଛି। ସେଠାରେ ମାତ୍ର ୫ରୁ ୮ ପୋଲିସ ପରିବାର ରହୁଛନ୍ତି। ସେମାନଙ୍କୁ ପୋଲିସ ଲାଇନ୍‌ସ୍ଥିତ କଲୋନୀକୁ ସ୍ଥାନାନ୍ତର କରି ସେଠାରେ ମଧ୍ୟ ନୂତନ ପ୍ରକଳ୍ପ କରାଯାଇପାରିବ। ଏହାବ୍ୟତୀତ ୧୫ ଏକରରୁ ଊର୍ଦ୍ଧ୍ୱ ପରିମାଣର ଜମିରେ ବାଲେଶ୍ୱର ଜେଲ ହୋଇଛି। ସେଥିମଧ୍ୟରୁ ପ୍ରାୟ ୪ ଏକରରୁ ଅଧିକ ଜମି କୌଣସି କାମରେ ଆସୁନି। ପୂର୍ବଭଳି ଅନ୍ତେବାସୀଙ୍କୁ ନେଇ ଜେଲ ପରିସରରେ ଥିବା କ୍ଷେତରେ ମଧ୍ୟ ଚାଷ କରାଯାଉନି। ଫଳରେ ଏହି ଜମି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସେଠାରେ ମଧ୍ୟ କିଛି ପ୍ରକଳ୍ପ କରାଯାଇପାରିବ। ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ମତରେ ରାଜନେତାଙ୍କ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ସ୍ଥାଣୁତା ଯୋଗୁ ଜବରଦଖଲକାରୀମାନେ ମନମାନି ଚଳାଇଛନ୍ତି। ମିଶନ ସ୍କୁଲ ପଡ଼ିଆରେ ଥିବା ବିସ୍ତୃତ ସରକାରୀ ଜମି କୌଣସି କାମରେ ଆସୁନି। ସେଠାରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇପାରିବ। ଫକୀରମୋହନ ଗୋଲେଇ ପୋଲ ତଳେ ଥିବା ତେଲ ଡିପୋ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ଉଚ୍ଛେଦ କରି ସେଠାରେ ମଧ୍ୟ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରାଯାଇପାରିବ। ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ କହନ୍ତି, ସହର ଭିତରେ ଯେତିକି ସରକାରୀ ଜମି ରହିଛି, ସେଥିରେ ଅନେକ ପ୍ରକଳ୍ପ ହୋଇପାରନ୍ତା। ଜବରଦଖଲକାରୀଙ୍କୁ ହଟାଇ ଜାଗାକୁ ମୁକ୍ତ କରିବା ପାଇଁ କାହାରି ଆନ୍ତରିକତା ନାହଁି। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଲାଇଟ୍‌ ହାଉସ୍‌ ପଡ଼ିଆସ୍ଥିତ ୧ ଏକରରୁ ଊର୍ଦ୍ଧ୍ୱ ଜମି କିଛି କାମରେ ଆସୁନି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କଲେ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇପାରିବ। ହେଲେ ଏଦିଗରେ ଜିଲା ପ୍ରଶାସନ ଆଗ୍ରହ ପ୍ରକାଶ କରୁନି। ପୂର୍ବରୁ ୩୦ଏକରରୁ ଊର୍ଦ୍ଧ୍ୱ ଜମିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଥିଲା। ପରବର୍ତ୍ତୀ ସମୟରେ ଏହି ଜମିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରାଯାଇଥିବା ଉଦାହରଣ ରହିଛି। ଜିଲାର ଉନ୍ନତି ପାଇଁ ପ୍ରଶାସନିକ ଆନ୍ତରିକତା ଓ ତତ୍ପରତା ପ୍ରକାଶ ପାଇଲେ ଜମି ପାଇଁ କୌଣସି ପ୍ରକଳ୍ପ ଅଟକି ଯିବନାହିଁ ବୋଲି କୁହାଯାଉଛି।

ପର୍ଯ୍ୟାୟକ୍ରମେ ଜମି ଯୋଗାଇବୁ: ଜିଲା ପ୍ରଶାସନ
ବାଲେଶ୍ୱର ଜିଲାରେ ଥିବା ମୋଟ ସରକାରୀ ଜମିର ପରିମାଣ ସମ୍ପର୍କିତ ସବିଶେଷ ତଥ୍ୟ ମିଳି ନ ଥିବାବେଳେ ୨୦୦୫ରୁ ୨୦୧୫ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ୭୦ ଏକରରୁ ଊର୍ଦ୍ଧ୍ୱ ଜମି ଆବଶ୍ୟକ ରହିଛି। ଏଥିମଧ୍ୟରୁ କେତୋଟି ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ଜମି ଯୋଗାଇ ଦେଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଜବରଦଖଲକାରୀ ଗଣ୍ଡଗୋଳ କରିବା ସହ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାରୁ ଅନ୍ୟ କେତେକ ଜାଗା ଦଖଲମୁକ୍ତ ହୋଇପାରି ନାହିଁ। ଲୋକଙ୍କ ବିରୋଧ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଏପରି କି ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଜମି ପରିବର୍ତ୍ତେ ଅନ୍ୟ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାରମ୍ଭ ଲାଗି ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ପ୍ରକଳ୍ପଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଜମି ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ପ୍ରକାଶ କରିଛନ୍ତି। ଜମି ଅଭାବରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବନାହଁି। ଜମିଗୁଡ଼ିକର କିସମ ପରିବର୍ତ୍ତନ କରି ନିର୍ଦ୍ଦିଷ୍ଟ ବିଭାଗକୁ ଯୋଗାଇଦେବାରେ ସମୟ ଲାଗୁଛି ବୋଲି ସେ କହିଛନ୍ତି।

-ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri