Posted inଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କ: ୧୦୭ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୬।୧୦: ଚଳିତ ବର୍ଷ ୧୨୧ ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସିଛି। ଏପରିକି ଏହା ପାକିସ୍ତାନ, ବାଂଲାଦେଶ ଏବଂ ନେପାଳଠାରୁ ମଧ୍ୟ ପଛରେ ରହିଛି। ୨୦୨୧ରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ଚାଇନା, ତୁର୍କୀ, କୁଏଟ୍‌ ସମେତ ୧୭ଟି ଦେଶ ୫ରୁ କମ୍‌ ସ୍କୋର ସହ ଶୀର୍ଷ ର଼୍ୟାଙ୍କରେ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ଓ୍ବେବ୍‌ସାଇଟରେ ଦର୍ଶାଯାଇଛି। କ୍ଷୁଧିତ ସ୍ତରରେ ଭାରତ ୨୯.୧ ପ୍ରତିଶତ ସ୍କୋର କରିଛି, ଯାହା କି ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି। ସେହିପରି ଭାରତରେ ଶିଶୁ ଋଗ୍ଣତା ହାର ୧୯.୩ ପ୍ରତିଶତ ରହିଛି, ଯାହାକି ବିଶ୍ୱରେ ସର୍ବାଧିକ। କ୍ଷୁଧା ସୂଚକାଙ୍କରେ ଏସିଆ ମହାଦେଶରେ ଭାରତ ପଛକୁ ଆଫଗାନିସ୍ତାନ (୧୦୯) ରହିଛି। ପଡୋଶୀ ଦେଶ ପାକିସ୍ତାନ ୯୯ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୮୪, ନେପାଳ ୮୧, ଶ୍ରୀଲଙ୍କା ୬୪ ସ୍ଥାନରେ ଥାଇ ଭାରତଠାରୁ ବେଶ୍‌ ଭଲ ସ୍ଥିତିରେ ଅଛନ୍ତି। ୨୦୨୧ରେ ୧୧୬ ଦେଶ ମଧ୍ୟରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ଏହା ପୂର୍ବବର୍ଷ ଆମ ଦେଶ ୯୪ତମ ସ୍ଥାନରେ ଥିଲା। ଦକ୍ଷିଣ ଏସିଆ ବିଶ୍ୱରେ ସର୍ବାଧିକ କ୍ଷୁଧିତ ଅଞ୍ଚଳ ହୋଇଥିବାବେଳେ ଶିଶୁ ଅପପୁଷ୍ଟି ଓ ଋଗ୍ଣତାରେ ମଧ୍ୟ ଶୀର୍ଷରେ ରହିଛି। ଭାରତରେ ଶିଶୁ ଋଗ୍ଣତା ହାର ସର୍ବାଧିକ ୧୯.୩ ପ୍ରତିଶତ ରହିଥିବାବେଳେ ଶିଶୁ ଅପପୁଷ୍ଟିରେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନର ସ୍କୋର ୩୫ରୁ ୩୮ ମଧ୍ୟରେ ରହିଛି। ଶିଶୁ ଅପପୁଷ୍ଟି ହାରରେ ଭାରତ ସାମାନ୍ୟ ଉନ୍ନତି କରିଛି। ୨୦୧୨-୧୬ରେ ଭାରତର ଶିଶୁ ଅପପୁଷ୍ଟି ହାର ୩୮.୭ ପ୍ରତିଶତ ରହିଥିବାବେଳେ ୨୦୧୭-୨୧ ମଧ୍ୟରେ ଏହା ୩୫.୫ ପ୍ରତିଶତରେ ପହଞ୍ଚତ୍ଛି। ସେହିପରି ଶିଶୁ ମୃତ୍ୟୁ ହାର ୨୦୧୪ରେ ୪.୬% ଥିବାବେଳେ ୨୦୨୦ରେ ଏହା ୩.୩%କୁ ହ୍ରାସ ପାଇଛି।

କ୍ଷୁଧା ସୂଚକାଙ୍କରେ ଭାରତର ନୂ୍ୟନ ପ୍ରଦର୍ଶନକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୮ ବର୍ଷର ଶାସନରେ କ୍ଷୁଧା ସୂଚକାଙ୍କରେ ଭାରତ କ୍ରମାଗତ ଭାବେ ଖସିଚାଲିଥିବା କଂଗ୍ରେସ ଏମ୍‌ପି ପି. ଚିଦାମ୍ବରମ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କ୍ଷୁଧା, କୁପୋଷଣ, ଶିଶୁ ଋଗ୍ଣତା କେବେ ସ୍ଥାନ ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ୫ ଟ୍ରିଲିୟନ ଡଲାର ଅର୍ଥନୀତି କଥା କହୁଥିବାବେଳେ କ୍ଷୁଧା ସୂଚକାଙ୍କରେ ଭାରତଠାରୁ ୧୦୬ଟି ଦେଶ ଉନ୍ନତ ସ୍ଥାନରେ ରହିଛନ୍ତି। ପ୍ରତି ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ବିନା ଭାରତ ନମ୍ବର ଓ୍ବାନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ତଥାଏଏପି ନେତା ମନୀଷ ସିସୋଡିଆ କହିଛନ୍ତି। କ୍ଷୁଧା ସୂଚକାଙ୍କରୁ ଭାରତ ଅନ୍ଧକାର ଯୁଗକୁ ଚାଲିଯାଇଛି। ଏଥିପାଇଁ ସରକାର ଦାୟୀ। ମୋଦି ସରକାର ଭାରତ ପାଇଁ ବିପଜ୍ଜନକ ବୋଲି ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି। ଭାଜପା ସରକାର ନୂଆ ଭାରତ ନାଁରେ ଡିଣ୍ଡିମ ପିଟୁଥିବାବେଳେ କ୍ଷୁଧା ତାଲିକାରେ ଆମେ ନେପାଳ, ବାଂଲାଦେଶ ଏପରିକି ଶ୍ରୀଲଙ୍କା ତଳକୁ ଖସିଯାଇଛୁ ବୋଲି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?