ବାଲେଶ୍ୱର ମୁଖ୍ୟ ଗିରଫ, ରିମାଣ୍ଡରେ ଆଣି ଜେରା

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୮।୪: ଆମେରିକାରୁ ପରିଚାଳିତ ମୋବାଇଲ ଆପ୍‌ ‘କ୍ଲାଉଡ୍‌ ଫଟ୍‌’ରେ ଅଳ୍ପ ଟଙ୍କା ନିବେଶ କରି ଲକ୍ଷାଧିକ ଟଙ୍କା ପାଇବା ଆଶାରେ ଦେଶବ୍ୟାପୀ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉକ୍ତ କମ୍ପାନୀର ବାଲେଶ୍ୱର ଜିଲା ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଙ୍ଗାରଗଡ଼ିଆ ଅଞ୍ଚଳର ନିଲେଶ କୁମାର କର। ତାଙ୍କଠାରୁ ଠକେଇ ସମ୍ବନ୍ଧିତ ବହୁ ତଥ୍ୟ ଥିବା ଏକ ମୋବାଇଲ ଫୋନ୍‌ ଜବତ ହୋଇଛି। ନିଲେଶଙ୍କୁ ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରି ଇଓଡବ୍ଲ୍ୟୁ ଶୁକ୍ରବାରଠାରୁ ତାଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି।
ବିଶେଷକରି ସୋସିଆଲ ମିଡିଆରେ ବିଶ୍ୱାସ ଜନ୍ମାଇବା ଭଳି ଭିଡିଓ ଛାଡ଼ି ଲୋକଙ୍କୁ ଫସାଇଥାନ୍ତି। ରିଚାର୍ଡ ପର୍ସଲ୍‌ ନାମକ ଜଣେ ବ୍ୟକ୍ତି ନିଜକୁ ଭାରତର ଆଞ୍ଚଳିକ ମୁଖପାତ୍ର କହିବା ସହ ଇଂଲିଶ ଭାଷାରେ ଭିଡିଓ ବାର୍ତ୍ତା ଦେଇ ଲୋଭନୀୟ ଅଫର ବିଷୟରେ କହୁଥିଲେ। ଏହି କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ସହ ୧୦ ବର୍ଷର ଚୁକ୍ତି ହୋଇଥିବାର ଜାଲ ଦସ୍ତାବିଜ ଦେଖାଉଥିଲେ। ଏହା କ୍ରିପ୍‌ଟୋ ମାଇନିଂ କମ୍ପାନୀ କହି ଅଳ୍ପ ଟଙ୍କା ନିବେଶ କରିବା ପରେ ଲକ୍ଷାଧିକ ଟଙ୍କାର ରୋଜଗାର ହୋଇପାରିବ ବୋଲି କହୁଥିଲେ। ୬୬୫ ଟଙ୍କା ଡିପୋଜିଟ୍‌ କରି ଲୋକେ ନାମ ପଞ୍ଜୀକରଣ କରୁଥିଲେ। ଏହାର ୩୭ଦିନ ପରେ ୧୪୭୭ ଟଙ୍କା ମିଳିବ ଓ ପ୍ରତିଦିନ ୪୦ ଟଙ୍କାର ବୋନସ୍‌ ସହ ପ୍ରତିଥର ଲଗ୍‌ଇନ୍‌ କରିବା ପରେ ୧ ଟଙ୍କା ୭୫ ପଇସା ମିଳିବ ବୋଲି କୁହାଯାଉଥିଲା। ଅଧିକ ଟଙ୍କା ନିବେଶ କଲେ ସେହିପରି ବହୁଗୁଣ ଟଙ୍କା ମିଳିବ। ଏପରିକି ଅନ୍ୟ ଲୋକଙ୍କୁ ସାମିଲ କଲେ ରେଫରାଲ ବୋନସ୍‌ର ଅଫର ଥିଲା। ତେବେ କମ୍ପାନୀର ବାଲେଶ୍ୱର ଜିଲା ମୁଖ୍ୟ ଥିବା ନିଲେଶଙ୍କ ଦ୍ୱାରା ୨୦୦ ଲୋକ ପ୍ରଥମ ପର୍ଯ୍ୟାୟରେ କିଛି ଟଙ୍କା ପାଇବା ପରେ ଲକ୍ଷାଧିକ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ସହଦେବଖୁଣ୍ଟିଆର ମହାମାନ୍ୟ ଜେନା ଜାନୁୟାରୀ ୨୩ରୁ ମାର୍ଚ୍ଚ ୨୩ ମଧ୍ୟରେ ୨ ଲକ୍ଷ ୧୩ ହଜାର ଟଙ୍କା ନିବେଶ କରିଥିଲେ। ତାଙ୍କ ୱାଲେଟ୍‌ରେ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ଥିବା ଦେଖାଉଥିଲା। ହେଲେ ପରବର୍ତ୍ତୀ ସମୟରେ ୱେବ୍‌ସାଇଟ୍‌ ବନ୍ଦ ହୋଇଯିବାରୁ ଉକ୍ତ ଟଙ୍କାକୁ ସେ ଉଠାଇ ପାରି ନ ଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ବୁଧବାର ଏକ ମାମଲା (ନଂ.୧୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ନିଲେଶଙ୍କୁ ଏହି ଠକେଇ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଜେରା କରି ଅଧିକ ତଥ୍ୟ ହାସଲ କରୁଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଇଓଡବ୍ଲ୍ୟୁ ଧରିବାକୁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?