ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ୱର ଅଫିସ, ୩।୧୧: କୋଭିଡ୍‌ କଟକଣା ମଧ୍ୟରେ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ନିଜର ମତ ସାବ୍ୟସ୍ଥ କରୁଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ ଭାଜପା ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ତାଙ୍କର ମତ ସାବ୍ୟସ୍ଥ କରିଛନ୍ତି। ସେ ଗୋଳାପୋଖରୀସ୍ଥିତ ହାଜି ନାସିରୁଦ୍ଦିନ୍‌ ସ୍କୁଲ୍‌ରେ ଭୋଟ ଦେଇଛନ୍ତି। ତେବେ କଟକଣା ମଧ୍ୟରେ ଏହି ମତଦାନ ଚାଲିଛି।