କନ୍ଧମାଳରେ ବଳରାମ ଯୋଜନା ଦିଗହରା

ଫୁଲବାଣୀ ଅଫିସ, ୫ା୯:ରାଜ୍ୟ ସରକାର ଚାଷ, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରୁ ‘ବଳରାମ’ ଯୋଜନା ଅନ୍ୟତମ ା ୨୦୨୧ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି ା ହେଲେ କନ୍ଧମାଳ ଜିଲାରେ ଏହି ଯୋଜନାର କାର୍ଯ୍ୟକାରିତା ବହୁ ପଛରେ ପଡ଼ିଯାଇଛି। କହିବାକୁ ଗଲେ ବଳରାମ ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛି ା ୨୦୨୨-୨୩ ଆର୍ଥିକ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ଥିବା ୯୨୦ ଜେଏଲ୍‌ଜି (ଜଏଣ୍ଟ ଲିଆବିଲିଟି ଗ୍ରୁପ୍‌)ଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୪ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରାଯାଇଛି ା
ଭୂମିହୀନ, ଭାଗଚାଷୀ, ନାମମାତ୍ର ଚାଷୀ, ଛୋଟଚାଷୀଙ୍କୁ ଚାଷକାର୍ଯ୍ୟରେ ସହାୟତା ଦେବା, ସେମାନଙ୍କ ଆର୍ଥିକ ବିକାଶ କରିବା ଲାଗି ବଳରାମ ଯୋଜନା ହୋଇଛି ା ଏହି ଯୋଜନାରେ ଋଣ ପାଇବାକୁ ହେଲେ ଏସ୍‌ଏଚ୍‌ଜି (ସ୍ବୟଂ ସହାୟକ ଗ୍ରୁପ୍‌) ଭଳି ଜେଏଲ୍‌ଜି ତିଆରି ହେବ ା ପ୍ରତି ଜେଏଲ୍‌ଜିର ନାମକରଣ ହେବ। ଏଥିରେ ସଭାପତି, ସମ୍ପାଦକ ବଛାହେବେ ା ଗୋଟିଏ ଗ୍ରୁପ୍‌ରେ ୫ ଜଣ ଚାଷୀ ରହିବେ ା ଗ୍ରୁପ୍‌ ତିଆରି ହେଲା ପରେ ଗ୍ରାମରେ ସଭା ହେବ ଏବଂ ନିୟମ ଅନୁସାରେ ଗୋଟିଏ ଜେଏଲ୍‌ଜି ଏକକ ଚାଷ କରିବେ, ଭିନ୍ନ ପ୍ରକାର ନୁହେଁ ା ଯାହା ଚାଷ କରିବେ ୫ ଜଣ ସମାନ କରିବେ, ତାହା ଧାନ, ମୁଗ, ବିରି ଇତ୍ୟାଦି ା ପୂର୍ବରୁ କୃଷକ ସାଥୀମାନେ ଏହି ଗ୍ରୁପ୍‌ ତିଆରି କରିବାରେ ସାହାଯ୍ୟ କରିବା ସହ ବଳରାମ ଯୋଜନା ଉପରେ ଅବଗତ କରୁଥିଲେ ା ହେଲେ ଏବେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ କୃଷକ ସାଥୀଙ୍କ ସମେତ କୃଷି ମିତ୍ର, ବ୍ୟାଙ୍କ ମିତ୍ର ଏହି କାର୍ଯ୍ୟରେ ସାମିଲ ହେବାକୁ ଜିଲାପାଳ ପାଟିଲ ଆଶିଷ ଈଶ୍ୱର ନିର୍ଦ୍ଦେଶ ଦେଇଛନ୍ତି ା ସେମାନେ ଭାଗଚାଷୀଙ୍କ ସିଭିଲ ସ୍କୋର ଦେଖିବେ। ଯେଉଁମାନଙ୍କ ନାମରେ ଋଣ ନ ଥିବ ସେମାନଙ୍କୁ ଗ୍ରୁପ୍‌ରେ ସାମିଲ କରି ତୁରନ୍ତ ଋଣ ମିଳିବାରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି ା
ପୂର୍ବରୁ ଅଧିକାଂଶ ଗ୍ରୁପ୍‌ରେ ସାମିଲ ଥିବା ଚାଷୀଙ୍କ ନାମରେ ଋଣ ରହିଥିବାରୁ ବ୍ୟାଙ୍କ ପୁନର୍ବାର ଋଣ ପ୍ରଦାନ କରିବାକୁ ଆଗଭର ହେଉନାହାନ୍ତି ା ପୂର୍ବଋଣ ଚାଷୀ ଶୁଝୁ ନ ଥିବାରୁ ପୁଣି ଋଣ ଦେଇ ହଇରାଣ ହେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚାହୁଁନାହାନ୍ତି। ଫଳରେ ଚଳିତଥର ଏଥିରେ ସୁଧାର ଅଣାଯାଇଛି ା ଯେଉଁମାନଙ୍କ ନାମରେ ଋଣ ନ ଥିବ, ସେମାନଙ୍କୁ ନେଇ ଗ୍ରୁପ୍‌ କଲେ ବଳରାମ ଯୋଜନାରେ ଉପକୃତ ହେବେ ବୋଲି ଆଶା କରାଯାଉଛି ା ୨୦୨୧-୨୨ରେ ସରକାର ଏଗ୍ରିକଲ୍‌ଚର ସେନ୍‌ସସ୍‌ ଅନୁସାରେ ଚାଷୀମାନଙ୍କ ଲିଷ୍ଟ ତିଆରି କରିଥିଲେ। ହେଲେ ଏବେ ସେଥିରେ ନୂତନତ୍ୱ ଅଣାଯାଇଛି ା ବାସ୍ତବତା ଅନୁସାରେ ଏବଂ ଚାଷକାର୍ଯ୍ୟ କରୁଥିବା ଅଗ୍ରାଧିକାର ଭିତ୍ତିରେ ଚାଷୀଙ୍କୁ ସାମିଲ କରିବାକୁ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
୨୦୨୨-୨୩ ଆର୍ଥିକ ବର୍ଷରେ କନ୍ଧମାଳ ଜିଲାର ୧୨ଟି ବ୍ଲକରେ ବଳରାମ ଯୋଜନାରେ ୯୨୦ ଜେଏଲ୍‌ଜିଙ୍କୁ ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ା ସେମାନଙ୍କ ମଧ୍ୟରୁ ୧୩୪ ଜେଏଲ୍‌ଜି ଋଣ ପ୍ରଦାନ ନିମନ୍ତେ ବ୍ୟାଙ୍କରେ ଆବେଦନ କରିଛନ୍ତି ା ବର୍ତ୍ତମାନ ସୁଦ୍ଧା ୪ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରାଯାଇଛି ା ଏ ସଂକ୍ରାନ୍ତରେ ଜଣେ କୃଷି ଅଧିକାରୀ କୁହନ୍ତି, ବଳରାମ ଯୋଜନାରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକ ରାଜି ହେଉନାହାନ୍ତି ା ଜେଏଲ୍‌ଜିରେ ପୂର୍ବରୁ ଋଣ କରିଥିବା ଚାଷୀ ଅଛନ୍ତି ା ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପ୍ରଦାନ କରୁନାହାନ୍ତି ା ଏବେ ନିଷ୍ପତ୍ତି ଅନୁସାରେ ଜେଏଲ୍‌ଜିରେ ଋଣ ନ ଥିବା ଚାଷୀ ସାମିଲ ହେବେ ା ଆଶା କରାଯାଉଛି କି, ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଋଣ ପ୍ରଦାନ କରିବେ ଏବଂ ଏହାଦ୍ୱାରା ଚାଷୀମାନଙ୍କର ଉନ୍ନତି ହେବ ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri