କନ୍ଧମାଳରେ ବଳରାମ ଯୋଜନା ଦିଗହରା

ଫୁଲବାଣୀ ଅଫିସ, ୫ା୯:ରାଜ୍ୟ ସରକାର ଚାଷ, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରୁ ‘ବଳରାମ’ ଯୋଜନା ଅନ୍ୟତମ ା ୨୦୨୧ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି ା ହେଲେ କନ୍ଧମାଳ ଜିଲାରେ ଏହି ଯୋଜନାର କାର୍ଯ୍ୟକାରିତା ବହୁ ପଛରେ ପଡ଼ିଯାଇଛି। କହିବାକୁ ଗଲେ ବଳରାମ ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛି ା ୨୦୨୨-୨୩ ଆର୍ଥିକ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ଥିବା ୯୨୦ ଜେଏଲ୍‌ଜି (ଜଏଣ୍ଟ ଲିଆବିଲିଟି ଗ୍ରୁପ୍‌)ଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୪ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରାଯାଇଛି ା
ଭୂମିହୀନ, ଭାଗଚାଷୀ, ନାମମାତ୍ର ଚାଷୀ, ଛୋଟଚାଷୀଙ୍କୁ ଚାଷକାର୍ଯ୍ୟରେ ସହାୟତା ଦେବା, ସେମାନଙ୍କ ଆର୍ଥିକ ବିକାଶ କରିବା ଲାଗି ବଳରାମ ଯୋଜନା ହୋଇଛି ା ଏହି ଯୋଜନାରେ ଋଣ ପାଇବାକୁ ହେଲେ ଏସ୍‌ଏଚ୍‌ଜି (ସ୍ବୟଂ ସହାୟକ ଗ୍ରୁପ୍‌) ଭଳି ଜେଏଲ୍‌ଜି ତିଆରି ହେବ ା ପ୍ରତି ଜେଏଲ୍‌ଜିର ନାମକରଣ ହେବ। ଏଥିରେ ସଭାପତି, ସମ୍ପାଦକ ବଛାହେବେ ା ଗୋଟିଏ ଗ୍ରୁପ୍‌ରେ ୫ ଜଣ ଚାଷୀ ରହିବେ ା ଗ୍ରୁପ୍‌ ତିଆରି ହେଲା ପରେ ଗ୍ରାମରେ ସଭା ହେବ ଏବଂ ନିୟମ ଅନୁସାରେ ଗୋଟିଏ ଜେଏଲ୍‌ଜି ଏକକ ଚାଷ କରିବେ, ଭିନ୍ନ ପ୍ରକାର ନୁହେଁ ା ଯାହା ଚାଷ କରିବେ ୫ ଜଣ ସମାନ କରିବେ, ତାହା ଧାନ, ମୁଗ, ବିରି ଇତ୍ୟାଦି ା ପୂର୍ବରୁ କୃଷକ ସାଥୀମାନେ ଏହି ଗ୍ରୁପ୍‌ ତିଆରି କରିବାରେ ସାହାଯ୍ୟ କରିବା ସହ ବଳରାମ ଯୋଜନା ଉପରେ ଅବଗତ କରୁଥିଲେ ା ହେଲେ ଏବେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ କୃଷକ ସାଥୀଙ୍କ ସମେତ କୃଷି ମିତ୍ର, ବ୍ୟାଙ୍କ ମିତ୍ର ଏହି କାର୍ଯ୍ୟରେ ସାମିଲ ହେବାକୁ ଜିଲାପାଳ ପାଟିଲ ଆଶିଷ ଈଶ୍ୱର ନିର୍ଦ୍ଦେଶ ଦେଇଛନ୍ତି ା ସେମାନେ ଭାଗଚାଷୀଙ୍କ ସିଭିଲ ସ୍କୋର ଦେଖିବେ। ଯେଉଁମାନଙ୍କ ନାମରେ ଋଣ ନ ଥିବ ସେମାନଙ୍କୁ ଗ୍ରୁପ୍‌ରେ ସାମିଲ କରି ତୁରନ୍ତ ଋଣ ମିଳିବାରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି ା
ପୂର୍ବରୁ ଅଧିକାଂଶ ଗ୍ରୁପ୍‌ରେ ସାମିଲ ଥିବା ଚାଷୀଙ୍କ ନାମରେ ଋଣ ରହିଥିବାରୁ ବ୍ୟାଙ୍କ ପୁନର୍ବାର ଋଣ ପ୍ରଦାନ କରିବାକୁ ଆଗଭର ହେଉନାହାନ୍ତି ା ପୂର୍ବଋଣ ଚାଷୀ ଶୁଝୁ ନ ଥିବାରୁ ପୁଣି ଋଣ ଦେଇ ହଇରାଣ ହେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚାହୁଁନାହାନ୍ତି। ଫଳରେ ଚଳିତଥର ଏଥିରେ ସୁଧାର ଅଣାଯାଇଛି ା ଯେଉଁମାନଙ୍କ ନାମରେ ଋଣ ନ ଥିବ, ସେମାନଙ୍କୁ ନେଇ ଗ୍ରୁପ୍‌ କଲେ ବଳରାମ ଯୋଜନାରେ ଉପକୃତ ହେବେ ବୋଲି ଆଶା କରାଯାଉଛି ା ୨୦୨୧-୨୨ରେ ସରକାର ଏଗ୍ରିକଲ୍‌ଚର ସେନ୍‌ସସ୍‌ ଅନୁସାରେ ଚାଷୀମାନଙ୍କ ଲିଷ୍ଟ ତିଆରି କରିଥିଲେ। ହେଲେ ଏବେ ସେଥିରେ ନୂତନତ୍ୱ ଅଣାଯାଇଛି ା ବାସ୍ତବତା ଅନୁସାରେ ଏବଂ ଚାଷକାର୍ଯ୍ୟ କରୁଥିବା ଅଗ୍ରାଧିକାର ଭିତ୍ତିରେ ଚାଷୀଙ୍କୁ ସାମିଲ କରିବାକୁ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
୨୦୨୨-୨୩ ଆର୍ଥିକ ବର୍ଷରେ କନ୍ଧମାଳ ଜିଲାର ୧୨ଟି ବ୍ଲକରେ ବଳରାମ ଯୋଜନାରେ ୯୨୦ ଜେଏଲ୍‌ଜିଙ୍କୁ ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ା ସେମାନଙ୍କ ମଧ୍ୟରୁ ୧୩୪ ଜେଏଲ୍‌ଜି ଋଣ ପ୍ରଦାନ ନିମନ୍ତେ ବ୍ୟାଙ୍କରେ ଆବେଦନ କରିଛନ୍ତି ା ବର୍ତ୍ତମାନ ସୁଦ୍ଧା ୪ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରାଯାଇଛି ା ଏ ସଂକ୍ରାନ୍ତରେ ଜଣେ କୃଷି ଅଧିକାରୀ କୁହନ୍ତି, ବଳରାମ ଯୋଜନାରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକ ରାଜି ହେଉନାହାନ୍ତି ା ଜେଏଲ୍‌ଜିରେ ପୂର୍ବରୁ ଋଣ କରିଥିବା ଚାଷୀ ଅଛନ୍ତି ା ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପ୍ରଦାନ କରୁନାହାନ୍ତି ା ଏବେ ନିଷ୍ପତ୍ତି ଅନୁସାରେ ଜେଏଲ୍‌ଜିରେ ଋଣ ନ ଥିବା ଚାଷୀ ସାମିଲ ହେବେ ା ଆଶା କରାଯାଉଛି କି, ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଋଣ ପ୍ରଦାନ କରିବେ ଏବଂ ଏହାଦ୍ୱାରା ଚାଷୀମାନଙ୍କର ଉନ୍ନତି ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri