ଗୋରସ ପିଇ ଗାଈ ଛାଡ଼ିବା ଅଭ୍ୟାସ ବନ୍ଦ କର

ବଲାଙ୍ଗୀର ଅଫିସ, ୧୫ା୯: ବୁଲା ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ପ୍ରତିଦିନ ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ବୃଦ୍ଧି ପାଉଛି। ମ୍ୟୁନିସିପାଲିଟି ପକ୍ଷରୁ ବୁଲା ଗୋରୁଙ୍କୁ ଆୟତ୍ତରେ ରଖିବା ପାଇଁ ବାରମ୍ବାର ତାଗିଦ୍‌ କରାଯିବା ସତ୍ତ୍ୱେ କେହି ନଶୁଣିବାରୁ ଶେଷରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ମ୍ୟୁନିସିପାଲିଟି ଷ୍ଟାଫ୍‌ ସହରର ବିଭିନ୍ନ ରାସ୍ତା ଏବଂ ଛକରେ ବୁଲୁଥିବା ଗୋରୁଙ୍କୁ ଆଣି କୋଶଳ କଳାମଣ୍ଡଳ ପଡିଆରେ ରଖିଥିଲେ। ପ୍ରାଣୀଧନ ଚିକିତ୍ସାଳୟ ସହାୟତାରେ ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଦୁଗ୍ଧ ସମବାୟ ସମିତି ପଞ୍ଜୀକୃତ ଚାଷୀଙ୍କୁ ଧରିଥିବା ଗୋରୁଙ୍କୁ ବଣ୍ଟନ କରାଯାଇଥିଲା। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସାମିରେଡ୍ଡି ଜୟଶ୍ରୀ କଳାମଣ୍ଡଳ ପଡିଆରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନାହିଁ। ଏଭଳି ସ୍ଥିତିରେ ରାତି ୧୨ଟାରୁ ଦିନ ୬ଟା ମଧ୍ୟରେ ସହର ମଧ୍ୟ ମୁଖ୍ୟରାସ୍ତାରେ ଭାରିଯାନ ଓ ଟ୍ରକ୍‌ ଚଳାଚଳ କରୁଛି। ଦ୍ରୁତ ଗତିରେ ଯିବା ଆସିବାବେଳେ ବୁଲା ଗୋରୁମାନେ ଏହି ଦ୍ରୁତଗାମୀ ଭାରିଯାନଗୁଡିକ ସମ୍ମୁଖରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ଦୁର୍ଘଟଣାରେ ଲୋକଙ୍କ ଜୀବନହାନୀ ବି ଘଟୁଛି। ସହରରେ ଗାଈ ରଖିଥିବା କିଛି ଲୋକ କ୍ଷୀର ସଂଗ୍ରହ ପରେ ରାସ୍ତା ଉପରକୁ ଛାଡି ଦେଉଛନ୍ତି। ଏନେଇ ପଶାସନ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର ଏବଂ ସଚେତନତା ସୃଷ୍ଟି କରାଯାଇ ନିଜ ଗାଈକୁ ଘରେ ରଖିବାକୁ ପରାମର୍ଶ ଦିଆଯାଇଥିଲା। ବାରମ୍ବାର ଘୋଷଣା ସତ୍ତ୍ୱେ ପରିସ୍ଥିିରେ କୌଣସି ପରିବର୍ତ୍ତନ ନ ହେବାରୁ ବୁଧବାର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରର ବିଭିନ୍ନ ରାସ୍ତାରେ ବୁଲାବୁଲି କରୁଥିବା ଗାଈଗୁଡିକୁ କୋଶଳ କଳାମଣ୍ଡଳ ପଡିଆକୁ ଆଣିଥିଲେ। ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ଦୁଗ୍ଧ ଚାଷୀଙ୍କୁ ଉକ୍ତ ଗାଈ ସବୁ ବାଣ୍ଟି ଦିଆଯାଇଛି। ପ୍ରାଣୀଧନ ବିଭାଗ ପକ୍ଷରୁ ସବୁ ଗାଈଙ୍କୁ ନମ୍ବର କରାଯାଇଥିଲା। ନିର୍ବାହୀ ଅଧିକାରୀ ଜୟଶ୍ରୀ କହିଥିଲେ ଯେ, ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଲୋକେ ନିୟମ ମାନୁନାହାନ୍ତି। କ୍ଷୀର ସଂଗ୍ରହ ପରେ ଗାଈକୁ ରାସ୍ତା ଉପରେ ଛାଡି ଦେଉଛନ୍ତି। ଏହି କାରଣରୁ ଦୁର୍ଘଟଣା, ଟ୍ରାଫିକ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଛି। ଏଣୁ ଜିଲା ପ୍ରଶାସନ ବୁଲା ଗୋରୁଙ୍କୁ ଯତ୍ନ କରିବା ପାଇଁ ଦୁଗ୍ଧଚାଷୀଙ୍କୁ ଦେଇଦେବାକୁ ସ୍ଥିର କରିଛି। ଏଣୁ ଏଣିକି ଗୋରସ ପିଇ ଗାଈ ଛାଡିବା ଅଭ୍ୟାସ ବନ୍ଦ କରିବାକୁ ପଡିବ। ଆଜି ପ୍ରଥମ ପର୍ଯ୍ୟାୟରେ ଏଭଳି ପଦକ୍ଷେପ ନିଆଯାଇ କେତେକ ଚାଷୀଙ୍କୁ ଗାଈ ବଣ୍ଟନ କରାଯାଇଛି। କୌଣସି ବ୍ୟକ୍ତି ଏହି ଗାଈ ଗୁଡିକୁ ନିଜର ଦାବି କଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ତହସିଲଦାର ଅମୃତଲାଲ ସାହୁ, ମ୍ୟୁନିସିପାଲିଟି ଷ୍ଟାଫ, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଷ୍ଟାଫ୍‌, ବିକେଏନ୍‌ ଦଗ୍ଦ ସମବାୟ ସମିତି ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri