ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ୨୪ ରୁ ୩୦ ଡିସେମ୍ବର ଚାଲିଥିବା ବେଳେ ଓଡିଶା ଦଳ ମୋଟ ୩୨ଟି ପଦକ ପାଇଛନ୍ତି । ଏହି ଦଳରେ ବଲାଙ୍ଗୀରରୁ ୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ମଧ୍ୟରୁ ୩ଜଣ ପଦକ ହାସଲ କରିଥିଲେ ।
ନୟନ ରାୟ ଓ ଆଲୋକ ନାଏକ କଂସ୍ୟ ପଦକ ହାସଲ କରିଥିଵା ବେଳେ ଅଂଶୁମାନ ସାହୁ ଏକ ସ୍ଵର୍ଣ୍ଣ ପଦକ ଆଣି ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି । ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ଏବଂ କୋଚ ଯୁଧିଷ୍ଠିର ଗୁରହାଣ୍ଡିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଡିଏମ ବିଜୟାନନ୍ଦ ସେଠି ଓ ଏଡିଏମ ଅତିରିକ୍ତ ଜିଲ୍ଲାପାଳ ପବତ୍ର ବେହେରା ସ୍ପୋର୍ଟସ ଅଧିକାରୀ ପରାସର ବାଗ. ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ବିଜେପି ନେତା ଗୋପଳଜି ପାଣିଗ୍ରାହୀ, ଦୀନେଶ ଶର୍ମା ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଖେଳାଳିମାନଙ୍କୁ ବଲାଙ୍ଗୀର ଜିଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି ।


