ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର ଜିଲା ସରପଞ୍ଚ ମହାସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପ ଘଟଣାକୁ ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୀବ୍ର ପ୍ରତିବାଦ କରିଛନ୍ତି। ପରେ ନ୍ୟାୟ ଦାବି ନେଇ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି।

ଜିଲା ସରପଞ୍ଚ ମହାସଂଘର ସଭାପତି ବୀରବର ସାହୁ, କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ, ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ଗୀତାଞ୍ଜଳି ପଣ୍ଡା, ପ୍ରଦୀପ ବେହେରା, ସଞ୍ଜୟ ଗଡ଼ତିଆ, ବବିତା ପରୁଆ, ସୁଶୀଲ ଗୁରୁ, ରଞ୍ଜିତା ଭୋଇ, କୌସ୍ତୁଭ ସାହୁ, ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସମିତି ସଭ୍ୟ ବୀରେନ୍ଦ୍ର ସାହୁ ଓ ଜିଲାର ବହୁ ସରପଞ୍ଚ ସମିତିସଭ୍ୟ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share