ବଲାଙ୍ଗୀର ଜାତୀୟ ରାଜପଥ ବାଇପାସ୍‌ ଶିଳାନ୍ୟାସ

ବଲାଙ୍ଗୀର, ୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ବହୁ ପ୍ରତୀକ୍ଷିତ ବଲାଙ୍ଗୀର ଜାତୀୟ ରାଜପଥ ବାଇପାସ୍‌ର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ସମ୍ପନ୍ନ ହୋଇଛି। ସ୍ଥାନୀୟ ନିର୍ମାଣାଧିନ ସ୍ମାର୍ଟ ପାର୍କ ନିକଟରେ ଅନୁଷ୍ଠିତ ବାଇପାସ୍‌ ରାସ୍ତା ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ଭିଡିଓ ବାର୍ତ୍ତା ପ୍ରେରଣ କରି ଶୁଭେଚ୍ଛା ଜଣାଇଥିଲେ। ଏହି ବାଇପାସ୍‌ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରଣାଳୟ ଏଡିଜି ଧର୍ମାନନ୍ଦ ଷଡଙ୍ଗୀ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ଅଧୀକ୍ଷଣ ଯନ୍ତ୍ରୀ ନିରଞ୍ଜନ ନାଏକ, ସମ୍ବଲପୁର ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ ମଞ୍ଚାସୀନ ଥିଲେ।
ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ମାଧିଆପାଲିଠାରୁ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଦେଇ ସ୍ମାର୍ଟପାର୍କ ନିକଟରେ ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥକୁ ଛୁଇଁବାକୁ ଥିବା ୧୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ୪୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଥିଲା। ଦୁଇ ଲେନ୍‌ ବିଶିଷ୍ଟ ରାସ୍ତାରେ ୨ଟି ଫ୍ଲାଏ ଓଭର, ୪ଟି ରେଲୱେ ଓଭରବ୍ରିଜ୍‌ ତିଆରି ହେବ। ଏଥିରେ ୭ଟି ଯାନବାହନ ପାସ୍‌, ୪ଟି ଛୋଟ ବ୍ରିଜ୍‌, ୨୩ଟି କଲଭର୍ଟ, ୪ଟି ବଡ ଓ ୭ଟି ଛୋଟ ଜଙ୍କସନ୍‌ ତିଆରି ହେବ। ଏହି ବାଇପାସ୍‌ ରାସ୍ତାରେ ସୁରକ୍ଷା ବୈଶିଷ୍ଟ ଯଥା ରାସ୍ତା ମାର୍କିଂ, ରେଟ୍ରୋ ପ୍ରତିଫଳିତ ବୋର୍ଡ, ପଥପାର୍ଶ୍ୱ ବୋର୍ଡ, ସଡକ ସୁରକ୍ଷା କାର୍ଯ୍ୟ କ୍ରାସ ପ୍ରତିବନ୍ଧକ, ଡିଲିନାଇଟର୍ସ, ପଥଚାରୀ ସୁବିଧା, ହାଇମାଷ୍ଟ, ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଥିଲା। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଗଡକରି କହିଥିଲେ ଯେ, ୪୩୦ କୋଟି ଟଙ୍କାରେ ବଲାଙ୍ଗୀରରେ ବାଇପାସ୍‌ ରାସ୍ତା ତିଆରି ହେବ। ଏହି ରାସ୍ତା ଦ୍ୱାରା ବଲାଙ୍ଗୀର ସହର ଟ୍ରାଫିକ ସମସ୍ୟାର ସମାଧାନ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିିକ ଅଭିବୃଦ୍ଧିରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ପୂର୍ତ୍ତମନ୍ତ୍ରୀ ମଳ୍ଲିକ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଅନେକ ରାସ୍ତା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଜମାର୍ଗ ମନ୍ତ୍ରଣାଳୟର ଏଡିଜି ଷଡଙ୍ଗୀ ପ୍ରାରମ୍ଭିକ ବକ୍ତବ୍ୟ ରଖି ବାଇପାସ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଅକ୍ଟୋବର ୨୦୨୫ରେ ଏହା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ତିନି ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିର କର୍ମୀ ଓ ନେତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଐଶୂର୍ଯ୍ୟ ଦାସ ସଂଯୋଜନା କରିଥିଲେ। ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନ ଥିବାରୁ ସହର ଭିତର ରାସ୍ତାରେ ମାଲବାହୀ ଗାଡି ଚାଳନା, ଟ୍ରାଫିକ୍‌ ଜାମ୍‌ ଓ ଦୁର୍ଘଟଣାରୁ ଧନଜୀବନ ନଷ୍ଟ ହୋଇଛି। ବଲାଙ୍ଗୀରବାସୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଆନ୍ଦୋଳନ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri