ବଲାଙ୍ଗୀର ଜାତୀୟ ରାଜପଥ ବାଇପାସ୍‌ ଶିଳାନ୍ୟାସ

ବଲାଙ୍ଗୀର, ୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ବହୁ ପ୍ରତୀକ୍ଷିତ ବଲାଙ୍ଗୀର ଜାତୀୟ ରାଜପଥ ବାଇପାସ୍‌ର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ସମ୍ପନ୍ନ ହୋଇଛି। ସ୍ଥାନୀୟ ନିର୍ମାଣାଧିନ ସ୍ମାର୍ଟ ପାର୍କ ନିକଟରେ ଅନୁଷ୍ଠିତ ବାଇପାସ୍‌ ରାସ୍ତା ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ଭିଡିଓ ବାର୍ତ୍ତା ପ୍ରେରଣ କରି ଶୁଭେଚ୍ଛା ଜଣାଇଥିଲେ। ଏହି ବାଇପାସ୍‌ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରଣାଳୟ ଏଡିଜି ଧର୍ମାନନ୍ଦ ଷଡଙ୍ଗୀ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ଅଧୀକ୍ଷଣ ଯନ୍ତ୍ରୀ ନିରଞ୍ଜନ ନାଏକ, ସମ୍ବଲପୁର ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ ମଞ୍ଚାସୀନ ଥିଲେ।
ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ମାଧିଆପାଲିଠାରୁ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଦେଇ ସ୍ମାର୍ଟପାର୍କ ନିକଟରେ ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥକୁ ଛୁଇଁବାକୁ ଥିବା ୧୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ୪୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଥିଲା। ଦୁଇ ଲେନ୍‌ ବିଶିଷ୍ଟ ରାସ୍ତାରେ ୨ଟି ଫ୍ଲାଏ ଓଭର, ୪ଟି ରେଲୱେ ଓଭରବ୍ରିଜ୍‌ ତିଆରି ହେବ। ଏଥିରେ ୭ଟି ଯାନବାହନ ପାସ୍‌, ୪ଟି ଛୋଟ ବ୍ରିଜ୍‌, ୨୩ଟି କଲଭର୍ଟ, ୪ଟି ବଡ ଓ ୭ଟି ଛୋଟ ଜଙ୍କସନ୍‌ ତିଆରି ହେବ। ଏହି ବାଇପାସ୍‌ ରାସ୍ତାରେ ସୁରକ୍ଷା ବୈଶିଷ୍ଟ ଯଥା ରାସ୍ତା ମାର୍କିଂ, ରେଟ୍ରୋ ପ୍ରତିଫଳିତ ବୋର୍ଡ, ପଥପାର୍ଶ୍ୱ ବୋର୍ଡ, ସଡକ ସୁରକ୍ଷା କାର୍ଯ୍ୟ କ୍ରାସ ପ୍ରତିବନ୍ଧକ, ଡିଲିନାଇଟର୍ସ, ପଥଚାରୀ ସୁବିଧା, ହାଇମାଷ୍ଟ, ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଥିଲା। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଗଡକରି କହିଥିଲେ ଯେ, ୪୩୦ କୋଟି ଟଙ୍କାରେ ବଲାଙ୍ଗୀରରେ ବାଇପାସ୍‌ ରାସ୍ତା ତିଆରି ହେବ। ଏହି ରାସ୍ତା ଦ୍ୱାରା ବଲାଙ୍ଗୀର ସହର ଟ୍ରାଫିକ ସମସ୍ୟାର ସମାଧାନ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିିକ ଅଭିବୃଦ୍ଧିରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ପୂର୍ତ୍ତମନ୍ତ୍ରୀ ମଳ୍ଲିକ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଅନେକ ରାସ୍ତା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଜମାର୍ଗ ମନ୍ତ୍ରଣାଳୟର ଏଡିଜି ଷଡଙ୍ଗୀ ପ୍ରାରମ୍ଭିକ ବକ୍ତବ୍ୟ ରଖି ବାଇପାସ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଅକ୍ଟୋବର ୨୦୨୫ରେ ଏହା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ତିନି ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିର କର୍ମୀ ଓ ନେତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଐଶୂର୍ଯ୍ୟ ଦାସ ସଂଯୋଜନା କରିଥିଲେ। ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନ ଥିବାରୁ ସହର ଭିତର ରାସ୍ତାରେ ମାଲବାହୀ ଗାଡି ଚାଳନା, ଟ୍ରାଫିକ୍‌ ଜାମ୍‌ ଓ ଦୁର୍ଘଟଣାରୁ ଧନଜୀବନ ନଷ୍ଟ ହୋଇଛି। ବଲାଙ୍ଗୀରବାସୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଆନ୍ଦୋଳନ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri