ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବା ଭୁବନେଶ୍ୱରର ଜଣେ ମହିଳା ପୋଲିସ ସବଇନ୍ସପେକ୍ଟର ସ୍ନେହମଞ୍ଜରୀ ସାହୁ ଓ ଜଣେ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ଜେନାଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏହି ମହିଳା ପୋଲିସ ସବଇନ୍ସପେକ୍ଟର ଓ ଗଣମାଧ୍ୟମ ପ୍ରତିନିଧି ଗୁଣ୍ଡା ସାହୁ ଅପହରଣ ଷଡ଼ଯନ୍ତ୍ରର ରୂପରେଖ ପ୍ରସ୍ତୁତ କରିଥିଲେ । ବନ୍ଧୁକ ମୁନରେ କରିଥିଲେ ଅପହରଣ ସିନର ଭିଡିଓ ସୁଟିଂ । ଖଣ୍ଡଗିରି ଥାନାକୁ କବଜା କରିଥିବା ବେଳେ ୫୦ ଲକ୍ଷ ଟଙ୍କା ନେବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ରାଜଧାନୀରେ ଆପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।