ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ଅପୂର୍ବ ମିଳନ। ମହାପ୍ରଭୁ ନିଜେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ପାଖକୁ ଆସୁଛନ୍ତି । ଚକ୍ରରାଜ ସୁଦର୍ଶନଙ୍କ ପରେ ପାରମ୍ପରିକ ଗୋଟି ପହଣ୍ଡିରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ପ୍ରଭୁ ବଳଭଦ୍ର ଧୀରେ ଧୀରେ ରଥ ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ କ୍ରମାନୁସାରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ ।