Posted inଖେଳ

ରେଞ୍ଜର୍ସ ଏଫ୍‌ସି ତରଫରୁ ଖେଳିଲେ ବାଲା ଦେବୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଟିମ୍‌ ଫରଓ୍ବାର୍ଡ ବାଲା ଦେବୀ ସୁଦୂର ସ୍କଟଲାଣ୍ଡରରେ ଖେଳ ପଡ଼ିଆକୁ ଫେରିଛନ୍ତି। ଏହି ଦେଶର ଅନ୍ୟତମ ଅଗ୍ରଣୀ ମହିଳା ଫୁଟ୍‌ବଲ କ୍ଲବର ହାଟର୍‌ସ ଓମେନ୍‌ ଏଫ୍‌ସି ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସେ ରେଞ୍ଜର୍ସ ଏଫ୍‌ସିି ତରଫରୁ ବଦଳ ଖେଳାଳି ଭାବେ ଖେଳିଛନ୍ତି। ଏହି ମ୍ୟାଚରେ ରେଞ୍ଜର୍ସ ଏଫ୍‌ସି ୫-୧ ଗୋଲରେ ବିଜୟ ଲାଭ କରିଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ବହୁ ଦିନ ଧରି ଖେଳ ବନ୍ଦ ରହିଥିଲା। ମଣିପୁରର ୩୦ବର୍ଷୀୟା ମହିଳା ଫୁଟ୍‌ବଲର ନିଜ ଦେଶରେ ଅଧିକ ଦିନ ନ ରହି ଆଗୁଆ ଗ୍ଲାସ୍‌ଗୋକୁ ଫେରିଯାଇଥିଲେ। ରବିବାରଠାରୁ ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଛି। ରେଞ୍ଜର୍ସ ଓମେନ୍‌ ଏଫ୍‌ସି ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ହାଟର୍‌ସ ଓମେନ୍‌ ଏଫ୍‌ସି ବିପକ୍ଷ ମ୍ୟାଚ ପୂର୍ବରୁ ବାଲା ରେଞ୍ଜର୍ସ ପାଇଁ ୨ମାସ ହେଲା ଟ୍ରେନିଂ ନେଇ ଆସୁଥିଲେ। ଗ୍ଳାସେ୍‌ଗୋସ୍ଥିତ ନିଜ ବାସଭବନ ଓ ଇନ୍‌ଡୋରେ ସେ ହୋମଓ୍ବାର୍କ କରୁଥିଲେ। ନିକଟବର୍ତ୍ତୀ ଏକ ପାର୍କରେ ତାଙ୍କୁ ଦୌଡ଼ିବା ସହ ଆଉଟଡୋର୍‌ ଟ୍ରେନିଂ ସୁବିଧା ମିଳିଥିଲା। କେବଳ ସେତିକି ନୁହେଁ ଭାରତୀୟ ମହିଳା ଦଳର ସଦସ୍ୟମାନଙ୍କ ସହ ସେ ଏକତ୍ର ଅନ୍‌ଲାଇନ୍‌ରେ ଟ୍ରେନିଂରେ ସାମିଲ ହୋଇଥିଲେ। ହେଲେ ବିଦେଶରେ ନୂଆ ବାସସ୍ଥାନରେ ସବୁବେଳେ ଏହା ସହଜ ନୁହେଁ। ପ୍ରଥମ ମାସ ମୁଁ ଏକାକୀ ଅନୁଭବ କରିଥିଲି। କାରଣ ୟୁନାଇଟେଡ୍‌ କିଙ୍ଗଡମ ଅବା ପଡ଼ୋଶୀ ଦେଶ ହୋଇଥିବାରୁ ଅଧିକାଂଶ ଖେଳାଳି ସେମାନଙ୍କ ଘରକୁ ଚାଲିଯାଇଥିଲେ। ସେ ଅନ୍ୟ କେତେଜଣ ଆଗୁଆ ଫେରି ଆସିଥିଲେ ବୋଲି ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀଙ୍କ ଓଢ଼ଣୀକୁ ଧରି ଡ୍ୟାନ୍ସ କଲେ ବିରାଟ

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍ମା ଶର୍ମା ବେଷ୍ଟ କପଲ ଭାବେ ଜଣାଯାଏ। ଦୁହେଁ ସୋସିଆଲ ମିଡିଆରେ ବେଶ୍‌...

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୬ା୭ (ପି.ଟି.)-ଇରାନର ଜଣେ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜାଭେଦ୍‌ ଫରୋଚି ଅଲିମ୍ପିକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଚାମ୍ପିୟନ ହୋଇଛନ୍ତି। ଟୋକିଓ ଗେମ୍ସରେ ଅଂଶଗ୍ରହଣ...

ପ୍ରଶଂସକଙ୍କ ୧୩ ବର୍ଷର ସ୍ବପ୍ନ ପୂରଣ କଲେ ଧୋନୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ତାଙ୍କ ପ୍ରଶଂସକମାନେ ଧୋନୀଙ୍କୁ...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ...

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର...

Advertisement
Archives

Model This Week