ବାଜପୁର ଗାଁରେ ୧୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାଧପୁର,୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନ ଟୁସର ପଞ୍ଚାୟତର ବାଜପୁର ଗ୍ରାମରେ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗତ ୨୮ରେ ଗାଁରେ ଏକ ଭୋଜିଭାତର ଆୟୋଜନ ହୋଇଥିଲା। ଭୋଜି ଖାଇବା ପରେ ଗ୍ରାମର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଞ୍ଚିଛି। ଗାଁରେ ଚିକିତ୍ସିତ ହେବା ପରେ ସେମାନଙ୍କୁ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କ ମଧ୍ୟରେ ୨ ଜଣ ଶିଶୁ ୯ ଜଣ ମହିଳା ଏବଂ ୭ଜଣ ପୁରୁଷ ଅଛନ୍ତି । ଏହି ସଂକ୍ରାନ୍ତରେ ଡା.ସନମୟ ପ୍ରଧାନଙ୍କୁ ପଚାରିବାରୁ ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁନିଲ ପଣ୍ଡାଙ୍କୁ ପଚାରିବାରୁ ଗାଁରେ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି।