Posted inଜାତୀୟ

ମିଶ୍ରଣ କଳ୍ପନା ଜଳ୍ପନାକୁ ଖଣ୍ଡନ କଲେ ଭାଜପା-ଏନଡିପିପି…

କୋହିମା, ୨୦।୮ : ନାଗାଲାଣ୍ଡର ଶାସକ ମିଳିତ ସହଯୋଗୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ଦୁଇ ଦଳ ମିଶ୍ରଣ କରିବେ ବୋଲି କଂଗ୍ରେସର କଳ୍ପନା ଜଳ୍ପନାକୁ ଉଭୟ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି।

ଏକ ମିଳିତ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ଏନଡିପିପି ନେତା ନୀବା କ୍ରୋନୁ ଏବଂ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ମହୋନଲୁମୋ କିକୋନ କହିଛନ୍ତି ଯେ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟି (ଏନପିସିସି) ସଭାପତି କେ. ଥେରି ଏବଂ ନାଗାଲାଣ୍ଡ ଦାୟିତ୍ୱରେ ଥିବା ଏଆଇସିସି ଅଧ୍ୟକ୍ଷ ଅଜୟ କୁମାରଙ୍କ ଦ୍ୱାରା କରାଯାଇଥିବା କଳ୍ପନାଜଳ୍ପନା ହେଉଛି ଏକ ମନଗଢ଼ା କାହାଣୀ।

କ୍ୟାବିନେଟ ମନ୍ତ୍ରୀ କ୍ରୋନୁ କହିଛନ୍ତି, ଭାଜପା ଏକ ଜାତୀୟ ଦଳ ଏବଂ ଏହାର ନିଜସ୍ବ ନୀତି ଥିବାବେଳେ ଏନଡିପିପି ହେଉଛି ଏକ ଆଞ୍ଚଳିକ ୟୁନିଟ। ଏହାର କୌଣସି ଏଜେଣ୍ଡା ନାହିଁ କିମ୍ବା ଆମେ ଭାଜପା ସହିତ ମିଶ୍ରଣ ବିଷୟରେ ଆଲୋଚନା କରିନାହୁଁ।

ଗତ ମାସରେ ଉଭୟ ଦଳ ଘୋଷଣା କରିଥିଲେ ଯେ ଏନଡିପିପି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ୪୦ଟି ଆସନ ଏବଂ ଭାଜପା ୨୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଦଳ ଏକ ମେଣ୍ଟ ଗଠନ କରିଥିଲେ। ସେବେଠାରୁ ଉଭୟ ଭାଜପା ଏବଂ ଏନଡିପିପି ନିଜର ପରିଚୟ ବଜାୟ ରଖିଛନ୍ତି। ନିକଟରେ ଆସନ ବାଣ୍ଟିବା ଘୋଷଣା ହେଉଛି ମିଳିତ ମେଣ୍ଟର ପୁନରାବୃତ୍ତି ବୋଲି ଉଭୟ ଦଳ କହିଛନ୍ତି।

ସରକାରଙ୍କ ପରାମର୍ଶଦାତା କିକୋନ କହିଛନ୍ତି, ଆମର ସମ୍ପର୍କ ବେଶ୍‌ ସୁଦୃଢ଼ ହୋଇଛି ଏବଂ ଆହୁରି ମଜବୁତ ହେବ। କଂଗ୍ରେସ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଦାବି କରୁଛି। ଆମର କୌଣସି ମିଶ୍ରଣ ଏଜେଣ୍ଡା ନାହିଁ। କ୍ରୋନୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ ରାଜ୍ୟ ସରକାର ନାଗା ରାଜନୈତିକ ସମସ୍ୟାର ସମାଧାନରେ ବିଳମ୍ବ କରୁଛନ୍ତି । ସେ କହିଛନ୍ତି ହିତାଧିକାରୀମାନଙ୍କୁ ବୁଝାମଣା ଟେବୁଲକୁ ଆଣିବା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ...

୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼, ସୁବ୍ୟମଣ୍ୟମ ସ୍ବାମୀଙ୍କୁ ହାଇକୋର୍ଟ ନୋଟିସ୍‌…

ନୂଆଦିଲ୍ଲୀ, ୧୪।୯ : ଭାଜପା ନେତା ତଥା ପୂର୍ବତନ ରାଜ୍ୟସଭା ଏମ୍‌ପି ସୁବ୍ୟମଣ୍ୟମ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୬ ସପ୍ତାହ...

୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ ଝିଅ

ଚଣ୍ଡୀଗଡ଼,୨।୧।୬: ମୁସ୍‌ଲିମ ଶରିଆ ଆଇନ ଅନୁସାରେ ମୁସଲମାନ ଝିଅ ୧୬ ବର୍ଷରେ ବିବାହ କରିବା ବୈଧ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ଏକ...

ସୀମା ବିବାଦର ଲମ୍ବା ତାଲିକାରେ ଚାଇନା

ନୂଆଦିଲ୍ଲୀ, ୨୧ା୬: ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ ଅଛପା ନାହିଁ। ବିଭିନ୍ନ ଚୁକ୍ତିକୁ ପାଦତଳେ ଚାପି ଷଡ଼ଯନ୍ତ୍ର ସହି ନିଜର ଆଭିମୁଖ୍ୟକୁ ପୂରଣକରିବା ଲାଗି...

ଭାରତୀୟ ବିମାନ ହାଇଜ୍ୟାକର ଇବ୍ରାହିମଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୮।୩: ଭାରତୀୟ ଏୟାରଲାଇନ୍‌ ଫ୍ଲାଇଟ୍‌ ଆଇସି-୮୧୪କୁ ୧୯୯୯ରେ ଅପହରଣ କରି ନେଇଥିଲେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ୫ ସଦସ୍ୟ। ଅପହରଣକାରୀଙ୍କ ମଧ୍ୟରେ ଥିବା ମିସ୍ତ୍ରି ଜାହୁର...

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌...

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ-ବାମଦଳ-ଆଇଏସ୍‌ଏଫ୍‌ ଆସନ ଭାଗବଣ୍ଟା

କୋଲକାତା,୩।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏନେଇ କଂଗ୍ରେସ, ବାମଦଳ ଏବଂ ଆଇଏସ୍‌ଏଫ୍‌ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୨୯୪ ବିଧାନସଭା...

ଛାତ୍ରୀଙ୍କୁ କଲେଜ ଗେଟ୍‌ରେ ଅଟକାଇଲେ

ବେଙ୍ଗାଲୁରୁ,୩।୨: କର୍ନାଟକ ଏକ କଲେଜରେ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କୁ କ୍ଲାସରୁମ୍‌ରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି...

Advertisement
Archives

Model This Week