ବଜାରରେ ବଜାଜ୍‌ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌

ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ଏପରିକି କମ୍ପାନୀର ଏହି ନୂତନ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ବୁଧବାର କଟକର ଗ୍ରାଣ୍ଡ ବଜାରଠାରେ ଏକ ମେଗା ବିତରଣ ଓ ଅନାବରଣ ଉତ୍ସବ ଆୟୋଜିତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ବଜାର ଅଟୋ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର୍ସ ଆନୂକୁଲ୍ୟରେ ବୁଧବାର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବଜାଜ ଅଟୋ ଲିମିଟେଡ୍‌ ଆର୍‌ଏମ୍‌ ସେଲ୍‌ସ ଓଡ଼ିଶା କଲ୍ୟାଣ ରେଡ୍ଡୀ, ଆର୍‌ଏମ୍‌ ସର୍ଭିସ୍‌ ଓଡ଼ିଶା ଇଲିଣ୍ଡା ସମ୍ପଦ କୁମାରଙ୍କ ସମେତ ସୁଶାନ୍ତ ମହାରଣା (ଭାରତ ବଜାଜ୍‌ ଭୁବନେଶ୍ୱର), ମନ୍‌ସୁର ବକ୍ସ (ଏମ୍‌ଏସ୍‌ବି ବଜାଜ୍‌ ଭୁବନେଶ୍ୱର),ସୌରଭ ଅଗ୍ରଓ୍ବାଲ (ସୁରଜ ବଜାଜ୍‌, କଟକ) ଏବଂ ଜଣାଶୁଣା ବାଇକର ସଜଲ ସେଟ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଅପରପକ୍ଷରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଯଥା ଭାରତ ବଜାଜ୍‌ ଭୁବନେଶ୍ୱର, ଏମ୍‌ଏସ୍‌ବି ବଜାଜ ଭୁବନେଶ୍ୱର ଏବଂ ସୁରଜ ବଜାଜ କଟକର ୫୧ ଜଣ ଅଗ୍ରିମ ବୁକିଂ ଗ୍ରାହକଙ୍କୁ ଅତିଥିମାନେ ‘ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ବିତରଣ ସହିତ ଚାବି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ବଜାଜ୍‌ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ବର୍ତ୍ତମାନ ସମୟର ସମସ୍ତ ଫିଚର ସାମିଲ ରହିଛି। ଏପରିକି ଏହି ମଡେଲ ୪ଟି ଆକର୍ଷଣୀୟ କଲରରେ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ମୂଲ୍ୟ (ଭୁବନେଶ୍ୱର ଏକ୍ସ ଶୋ’ରୁମ୍‌) ୧,୮୫,୭୯୧ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri