ବିପଦ ସଙ୍କେତ ଉପରେ ବୈତରଣୀ

ଭଣ୍ଡାରିପୋଖରୀ,୨୧ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ସକାଳ ୭ଟାରେ ବିପଦ ସଙ୍କେତ ଅତିକ୍ରମ କରିଛି। ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ ଟାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ଅର୍ଥାତ୍‌ ୧୭.୮୭ ମିଟରରେ ପ୍ରବାହିତ ହେଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଆଖୁଆପଦା ୮.୪ ମିମି , ଆନନ୍ଦପୁର ୧.୪ ମିମି , ସୋମପାଟଣା ୧୧.୮ ମିମି , ଠାକୁରପାଟଣା ୭.୦ , କେନ୍ଦୁଝର ୧୮.୮ ମିମି, ଚମ୍ପୁଆ ୪୦.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।